ରାଜନୀତି

ଲୋକସଭାର ୯୩% ସାଂସଦ କୋଟିପତି: ସାଂସଦଙ୍କ ହାରାହାରି ସମ୍ପତ୍ତି ୧୫ ବର୍ଷରେ ୭ ଗୁଣା ବଢ଼ିଛି – Kalinga News

[ad_1]

୨୯ ପ୍ରତିଶତ ପୁନଃ ନିର୍ବାଚିତ ସାଂସଦଙ୍କ ସମ୍ପତ୍ତି ଦ୍ବିଗୁଣା ‌ହୋଇଛି

ନୂଆଦିଲ୍ଲୀ : ଅଷ୍ଟାଦଶ ଲୋକସଭାକୁ ନିିର୍ବାଚିତ ହୋଇଥିବା ୯୩ ପ୍ରତିଶତ ସାଂସଦ କୋଟିପତି। ନବ ନର୍ବାଚିତ ୫୪୩ ସାଂସଦଙ୍କ ମଧ୍ୟରୁ ୫୦୪ ଜଣ ହେଉଛନ୍ତି କୋଟିପତି। ଏସୋସିଏସନ୍‌ ଫର ଡିମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ଅନୁଯାୟୀ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିଥିବା ପ୍ରତି ୩ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ଥିଲେ କୋଟିପତି। ତେବେ ବିଜୟୀ ପ୍ରାର୍ଥୀଙ୍କ ସଂପତ୍ତି ବିଶ୍ଳେଷଣ କଲେ କୋଟିପତି ସାଂସଦଙ୍କ ସଂଖ୍ୟା ତା’ଠାରୁ ଅଧିକ ରହିଛି। ପ୍ରତି ୧୦ ଜଣରେ ୯ ଜଣ କୋଟିପତି ସାଂସଦ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୦୯ରେ ୫୮ ପ୍ରତିଶତ ସାଂସଦ କୋଟିପତି ଥିବାବେଳେ ୨୦୧୪ରେ ଏହା ୮୨ ପ୍ରତିଶତ , ୨୦୧୯ରେ ୮୮ ପ୍ରତିଶତ ଏବଂ ୨୦୨୪ରେ ଏହା ୯୩ ପ୍ରତିଶତ ରହିଛି। ଅର୍ଥାତ୍‌ ଅଷ୍ଟାଦଶ ଲୋକସଭା ସବୁଠୁ ଧନୀ ବୋଲି ବିବେଚନା କରାଯାଉଛି। ବିଜେପିର ୨୪୦ ନବ ନିର୍ବାଚିତ ସାଂସଦଙ୍କ ମଧ୍ୟରୁ ୯୫ ପ୍ରତିଶତ ହେଉଛନ୍ତି କୋଟିପତି। ତେବେ ୯୯ ଆସନ ଜିତିଥିବା କଂଗ୍ରେସର ୯୨ ସାଂସଦ ‌‌ହେଉଛନ୍ତି କୋଟିପତି। ଟିଡିପି (ତେଲୁଗୁ ଦେଶମ ପାର୍ଟି)ର ସମସ୍ତ ୧୬ ସାଂସଦ ଏବଂ ଜନତା ଦଳ ୟୁନାଇଟେଡ୍‌ର ୧୨ ଜଣ ସାଂସଦ କୋଟିପତି।

ସେହିପରି ୨୦ କିମ୍ବା ୨୦ରୁ ଅଧିକ ଆସନରେ ଜିତିଥିବା ଅନ୍ୟ ପ୍ରମୁଖ ଦଳର ବି ୯୦ ପ୍ରତିଶତରୁ ଅଧିକ ସାଂସଦ କୋଟିପତି। ଏଥିସହିତ ସାଂସଦଙ୍କ ହାରାହାରି ସମ୍ପତ୍ତି ଗତ ୧୫ ବର୍ଷ ମଧ୍ୟରେ ୭ ଗୁଣାରୁ ଅଧିକ ବଢ଼ିଛି। ୨୦୦୯ରେ ସାଂସଦଙ୍କ ହାରାହାରି ସମ୍ପତ୍ତି ୫.୩୫ କୋଟି ଟଙ୍କା ଥିବାବେଳେ ୨୦୨୪ରେ ଏହା ୪୬.୩୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଉଲ୍ଲେଖଯୋଗ୍ୟ ଯେ ଅଷ୍ଟାଦଶ ଲୋକସଭାରେ ସବୁଠୁ ଧନୀ ହେଉଛନ୍ତି ଜଣେ ଟିଡିପି ସାଂସଦ ଚନ୍ଦ୍ରଶେଖର ପେମାସାନି। ତାଙ୍କ ସମ୍ପତ୍ତି ୫୭୦୫ କୋଟି। ବିଜେପି ସାଂସଦଙ୍କ ହାରାହାରି ସମ୍ପତ୍ତି ୫୦ କୋଟି ଏବଂ କଂଗ୍ରେସ ସାଂସଦଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୨୩ କୋଟି। ବିଜେପିର ୨୪୦ ଲୋକସଭା ସାଂସଦଙ୍କ ମଧ୍ୟରେ ୩୪ ଜଣ ତଥା ୧୪ ପ୍ରତିଶତ ସାଂସଦଙ୍କ ସମ୍ପତ୍ତି ୫୦ କୋଟିରୁ ଅଧିକ। ୬୩ ଜଣ ତଥା ୨୬ ପ୍ରତିଶତ ସାଂସଦଙ୍କ ସମ୍ପତ୍ତି ୧୦ ରୁ ୫୦ କୋଟି ମଧ୍ୟରେ ବୋଲି ଘୋଷଣା କରିଛନ୍ତି। ସେହିପରି ୧୩୦ ସାଂସଦ (୫୪ ପ୍ରତିଶତ)ଙ୍କ ସାଂସଦଙ୍କ ସଂପତ୍ତି ୧ କୋଟିରୁ ୧୦ କୋଟି ମଧ୍ୟରେ ଏବଂ ୧୩ ଜଣ (୫ ପ୍ରତିଶତ) ସାଂସଦଙ୍କ ସମ୍ପତ୍ତି ମୂଲ୍ୟ ୧ କୋଟିରୁ କମ୍‌।

ସେହିପରି କଂଗ୍ରେସ ଦଳର ୯୯ ନବ ନିର୍ବାଚିତ ସାଂସଦଙ୍କ ମଧ୍ୟରୁ ୧୨ ଜଣଙ୍କ ସମ୍ପତ୍ତି ମୂଲ୍ୟ ୫୦ କୋଟିରୁ ଅଧିକ। ୩୪ ଜଣ ସେମାନଙ୍କ ସମ୍ପତ୍ତି ୧୦ରୁ ୫୦ କୋଟି ମଧ୍ୟରେ ବୋଲି ‌ଘୋଷଣା କରିଛନ୍ତି। ୪୭ ଜଣ ସେମାନଙ୍କ ସମ୍ପତ୍ତି ୧ କୋଟିରୁ ୧୦ କୋଟି ଏବଂ ୭ ଜଣଙ୍କ ସମ୍ପତ୍ତି ୧ କୋଟିରୁ କମ୍‌ ବୋଲି ଘୋଷଣା କରିଛନ୍ତି। ପୁନଃ ନିର୍ବାଚିତ ହୋଇଥିବା ୨୧୪ ସାଂସଦଙ୍କ ମଧ୍ୟରୁ ୨୯ ପ୍ରତିଶତ ସାଂସଦଙ୍କ ସମ୍ପତ୍ତି ଗତ ନିର୍ବାଚନ ତୁଳନାରେ ଦ୍ବିଗୁଣା ହୋଇଛି। ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ଜଣେ ପୁନଃ ନିର୍ବାଚିତ ସାଂସଦ ଇନ୍ଦ୍ର ହଙ୍ଗ ଶୁବଙ୍କ ସମ୍ପତ୍ତି ୨୦୧୯ ପରଠାରୁ ୩୦୦୧ ପ୍ରତିଶତ ବୃଦ୍ଧି ହୋଇଛି। ବିଜେପିର ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ମଧ୍ୟ ୩୦ ଗୁଣା ବଢ଼ିଛି। ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସଂପତ୍ତି ୪୨୪ କୋଟି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button