ରାଜନୀତି

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ମ୍ବଲପୁର: ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଶୁକ୍ରବାର ସମ୍ବଲପୁର ଗସ୍ତରେ ଆସି ଅପରାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନ କରିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ, ଯୋଜନା ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ସମୀକ୍ଷା କରିଥିଲେ।

ଡାକ୍ତରଖାନାର ବିଭିନ୍ନ ସମସ୍ୟା ଭିତ୍ତିଭୂମୀ, ଡ୍ରେନେଜ ସମସ୍ୟା, କର୍ମଚାରୀ ଆଦି ସମ୍ପର୍କରେ ଡାକ୍ତରଖାନାର କତ୍ତୃପକ୍ଷ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଚିକିତ୍ସାଳୟ ପରିସରରେ ଚାଲିଥିବା କାର୍ଯ୍ୟ ଗୁଡିକୁ ତୁରନ୍ତ ସମ୍ପନ୍ନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ତଥା ସାଂସଦ ପ୍ରତିନିଧି ନାଉରୀ ନାୟକ, ଜିଲାପାଳ ସିଧେଶ୍ୱର ବଳିରାମ ବୋନ୍ଦାରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button