ଏଥର ବି ଚମକିବେ ତାରକା: ଧର୍ମପତ୍ନୀଙ୍କ ଜରିଆରେ କ୍ଷମତା ଦଖଲ ଚକ୍କରରେ ମାଫିଆ – Kalinga News

[ad_1]
ନୂଆଦିଲ୍ଳୀ: ଏଥର ଲୋକସଭା ନିର୍ବାଚନରେ ପୁଣି ଦେଖିବାକୁ ମିଳିବ ସିନେ ତାରକାଙ୍କ ଲଢ଼େଇ। ବିଭିନ୍ନ ଦଳ ପକ୍ଷରୁ ସେମାନଙ୍କୁ ପ୍ରାର୍ଥୀ କରାଯାଇଛି। ଏଦିଗରେ ଆଗୁଆ ଅଛନ୍ତି ବିଜେପି ଏବଂ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ। ଏଥର ସବୁଠୁ ଚର୍ଚ୍ଚିତ ଚେହେରା ହେଉଛନ୍ତି କଙ୍ଗନା ରାଣାୱତ। ବିଜେପି ପକ୍ଷରୁ ତାଙ୍କୁ ହିମାଚଳ ପ୍ରଦେଶ ମଣ୍ଡିରୁ ପ୍ରାର୍ଥୀ କରାଯାଇଛି। ପ୍ରଥମ ଥର ଲାଗି ସେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଅନ୍ୟତମ ଚର୍ଚ୍ଚିତ ତାରକା ହେଲେ ଅରୁଣ ଗୋଭିଲ। ଟିଭି ଧାରାବାହିକ ରାମାୟାଣରେ ରାମଙ୍କ ଭୂମିକାରେ ଅଭିନୟ କରି ସେ ଲୋକପ୍ରିୟତା ଅର୍ଜନ କରିଥିଲେ। ୧୯୮୦ ଦଶକରେ ସେ ନିର୍ବାଚନରେ କଂଗ୍ରେସ ପାଇଁ ପ୍ରଚାର କରିଥିଲେ। କିନ୍ତୁ ଏବେ ସେ ବିଜେପିରେ ଯୋଗଦେଇଛନ୍ତି। ବିଜେପି ପକ୍ଷରୁ ତାଙ୍କୁ ଉତ୍ତର ପ୍ରଦେଶର ମିରଟ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ସେହିଭଳି ବିଜେପି ଟିକଟରେ ପୁଣି ନିର୍ବାଚନ ଲଢ଼ୁଛନ୍ତି ହେମାମାଳିନୀ। ସେ ମଥୁରାରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଭୋଜପୁରୀ କଳାକାର ମନୋଜ ତିୱାରୀ ଏବଂ ରବି କିଷନଙ୍କୁ ମଧ୍ୟ ବିଜେପି ପ୍ରାର୍ଥୀ କରିଛି। ତେବେ ଏଥର ସନ୍ନୀ ଦେଓଲଙ୍କୁ ପ୍ରାର୍ଥୀ କରାଯାଇନାହିଁ। ୨୦୧୯ ନିର୍ବାଚନରେ ସେ ବିଜେପି ଟିକଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ତାରକାଙ୍କୁ ପ୍ରାର୍ଥୀ କରିବାରେ ତୃଣମୂଳ କଂଗ୍ରେସ ମଧ୍ୟ ଗତବର୍ଷ ଭଳି ଏଥର ଅଣ୍ଟା ଭିଡ଼ିଛି। ଶତ୍ରୁଘ୍ନ ସିହ୍ନାଙ୍କୁ ପୁଣି ପଶ୍ଚିମ ବଙ୍ଗର ଆସାନସୋଲ ଆସନରୁ ପ୍ରାର୍ଥୀ କରିଛି ତୃଣମୂଳ କଂଗ୍ରେସ। ଗତ ଥର ଏହି ଆସନରୁ ସିହ୍ନା ନିର୍ବାଚିତ ହୋଇଥିଲେ। ବଙ୍ଗଳା ସହିତ ଓଡ଼ିଆ ସିନେମାରେ ଅଭିନୟ କରି ଚର୍ଚ୍ଚାରେ ଥିବା ରଚନା ବାନାର୍ଜୀ ମଧ୍ୟ ପ୍ରଥମ ଥର ଲାଗି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତୃଣମୂଳ କଂଗ୍ରେସ ତାଙ୍କୁ ହୁଗୁଲି ଆସନରୁ ପ୍ରାର୍ଥୀ କରିଛି। କେବଳ ସିନେ ତାରକା ନୁହନ୍ତି, କ୍ରିକେଟ ତାରକାଙ୍କୁ ମଧ୍ୟ ଟିକେଟ ଦେଇଛି ତୃଣମୂଳ କଂଗ୍ରେସ। କୀର୍ତ୍ତି ଆଜାଦଙ୍କୁ ବର୍ଧମାନରୁ ପ୍ରାର୍ଥୀ କରାଯାଇଥିବା ବେଳେ ୟୁସୁଫ ପଠାନଙ୍କୁ ବରହମପୁରରୁ ପ୍ରାର୍ଥୀ କରିଛି ଏହି ଦଳ। ଗୁଜରାଟର ବାସିନ୍ଦା ୟୁସୁଫ ପ୍ରଥମ ଥର ଲାଗି ନିର୍ବାଚନ ଲଢ଼ୁଛନ୍ତି। ତେବେ ଗତଥର ତୃଣମୂଳ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ନୁସରତ ଜହାଁଙ୍କୁ ଦଳ ଏଥର ପ୍ରାର୍ଥୀ କରିନାହିଁ।
ନିର୍ବାଚନରେ ଆଉ ଯେଉଁ ଗୋଟିଏ ଦିଗ ଉପରେ ଚର୍ଚ୍ଚା ଜୋର ଧରିଛି ତାହା ହେଲା ମାଫିଆମାନଙ୍କ ପତ୍ନୀଙ୍କୁ ନେଇ। ଧର୍ମପତ୍ନୀଙ୍କ ଜରିଆରେ ନିଜର ସାମ୍ରାଜ୍ୟ ଚଳାଇବା ଲାଗି ମାଫିଆ ଡନ୍ମାନେ କିପରି ଉଦ୍ୟମ ଚଳାଇଛନ୍ତି, ତାହାର ଉଦାହରଣ ଦେଖିବାକୁ ମିଳିଛି ବିହାରରେ। ନିକଟରେ ଜେଲ୍ରୁ ବାହାରିଥିବା ଡନ୍ ଆନନ୍ଦ ମୋହନ ତାଙ୍କ ପତ୍ନୀ ଲଭଲୀ ଆନନ୍ଦଙ୍କୁ ଜେଡିୟୁ ଟିକେଟରେ ପ୍ରାର୍ଥୀ କରାଇଛନ୍ତି। ଜିଲ୍ଲାପାଳଙ୍କୁ ହତ୍ୟା ଅଭିଯୋଗରେ ସେ ୧୬ ବର୍ଷ ହେଲା ଜେଲ୍ରେ ଥିଲେ। କୁଖ୍ୟାତ ଡନ୍ ଅବଦେଶ ମଣ୍ଡଲଙ୍କ ପତ୍ନୀ ବୀମା ଭାରତୀଙ୍କୁ ଆରଜେଡି ପ୍ରାର୍ଥୀ କରିବାକୁ ଯାଉଛି। ପୂର୍ବତନ ମନ୍ତ୍ରୀ ତଥା ୫ ଥରର ବିଧାୟିକା ଭାରତୀ ଏବେ ଜେଡିୟୁରୁ ଇସ୍ତଫା ଦେଇଛନ୍ତି। ଅବଦେଶଙ୍କ ନାମରେ ୧୨ଟି ଅପହରଣ ଓ ହତ୍ୟା ମାମଲା ରହିଛି। ସିୱାନରେ ରମେଶ କୁସୱାହାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ଦେବୀ ଜେଡିୟୁ ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ମୁକେଶ ଯାଦବଙ୍କ ପତ୍ନୀ ଅର୍ଚ୍ଚନା ରବିଦାସଙ୍କୁ ଆରଜେଡି ଜାମୁଇରୁ ପ୍ରାର୍ଥୀ କରିଛି। ସେହିଭଳି ଆଉ ଜଣେ ବାହୁବଳି ଅଶୋକ ମହାତୋ ତାଙ୍କର ପତ୍ନୀ କୁମାରୀ ଅନୀତାଙ୍କୁ ମୁଙ୍ଗେରରୁ ପ୍ରାର୍ଥୀ କରିଛନ୍ତି। ଆରଜେଡି ଟିକଟରେ ସେ ନିର୍ବାଚନ ଲଢ଼ିବେ। ଦୀର୍ଘ ୧୭ ବର୍ଷ ଜେଲରେ ରହିବା ପରେ ଅଶୋକ ଗତବର୍ଷ ଜେଲରୁ ବାହାରିଛନ୍ତି। ସେ ଏବେ ନିର୍ବାଚନ ଲଢ଼ିପାରିବେ ନାହିଁ। ସେଥିପାଇଁ ପତ୍ନୀଙ୍କୁ ସେ ପ୍ରାର୍ଥୀ କରିଛନ୍ତି।
[ad_2]