ଅପରାଧ

ବିବାହର ୪ଦିନ ପରେ ଏହି କାରଣରୁ ଚାଲିଗଲା ମହିଳାଙ୍କ ଜୀବନ – Kalinga News

[ad_1]

ଝାନ୍ସୀ: ବିବାହର ଚାରି ଦିନ ପରେ ଚାଲିଗଲା ମହିଳାଙ୍କ ଜୀବନ। ମହିଳାଜଣକ ବିବାହ ପରେ ଶାଶୁ ଘରକୁ ଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗାଧୁଆ ଘରୁ ତାଙ୍କର ମୃତଦେହ ମିଳିଥିବା ବେଳେ ହଠାତ୍ ତାଙ୍କର ଏଭଳି ମୃତ୍ୟୁ ହେବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପୁଲିସକୁ ଏନେଇ ଖବର ଦିଆଯାଇଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ଫୁସଫୁସରେ ପାଣି ଜମିଥିବାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଛି। ବର୍ତ୍ତମାନ, ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି | ଘଟଣାଟି ୟୁପିର ଝାନ୍ସିରେ ଘଟିଥିବା ବେଳେ ମୃତକଙ୍କ ନାମ ମମତା କୁଶବାହ(୨୩) ବୋଲି ଜଣାପଡ଼ିଛି।

aajtak

ମିଳିଥିବା ସୂଚନା ମୁତାବକ, ମମତାଙ୍କ ବିବାହ ସୁରେନ୍ଦ୍ର କୁଶବାହଙ୍କ ସହିତ ହୋଇଥିଲା। ଏପ୍ରିଲ ୨୩ରେ ବିବାହ ହେବା ପରେ ୨୪ରେ ସେ ଶାଶୁ ଘରକୁ ଚାଲି ଯାଇଥିଲେ। ୨୬ଏପ୍ରିଲରେ କମ ଖାଦ୍ୟ ଖାଉଥିବାରୁ ତାଙ୍କ ନଜର ଉତ୍ତାରି ଥିଲେ ଶାଶୁଘର ଲୋକେ। ହେଲେ କିଛି ଲାଭ ମିଳିନଥିଲା। ଏପ୍ରିଲ ୨୭ରେ ଗାଧୁଆ ଘରକୁ ଯାଇଥିବା ମମତା ଆଉ ବାହାରକୁ ଆସିନଥିଲେ। କବାଟ ଭାଙ୍ଗି ଶାଶୁ ଘର ଲେ‌ାକେ ଭିତରକୁ ଯିବା ପରେ ଭିତରେ ସେ ଅଚେତ୍ ପଡ଼ିଥିବା ଦେଖାଯାଇଥିଲା। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button