ରାଜନୀତି

୨୩୮ଥର ନିର୍ବାଚନ ହାରି ପୁଣି ଲୋକସଭା ନିର୍ବାଚନ ପାଇଁ ଟିକେଟ ପାଇଥିବା ବୃଦ୍ଧଙ୍କ ପ୍ରତିକ୍ରିୟା – Kalinga News

[ad_1]

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୨୪ ଧୀ‌ରେଧୀରେ ପାଖେଇ ଆସିଲାଣି। ବିଭିନ୍ନ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ବି ଘୋଷଣା କରି ସାରିଛନ୍ତି।  ପ୍ରାର୍ଥୀ ତାଲିକା ଘୋଷଣା ପରେ ନେତା, ମନ୍ତ୍ରୀ, କଳାକାର, ବ୍ୟବସାୟୀ, ଶିଳ୍ପପତି ଓ ସାଧାରଣଲୋକଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଏକ ପ୍ରକାର ଉତ୍ସାହ ଦେଖିବାକୁ ମିଳିଛି।

ଏହି କ୍ରମରେ ତାମିଲନାଡୁର ରାଜନୀତି ପ୍ରେମୀ ବୃଦ୍ଧ କେ ପଦ୍ମରାଜନଙ୍କୁ ‌ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଉକ୍ତ ବୃଦ୍ଧ ଜଣକ ୨୩୮ଥର ନିର୍ବାଚନ ହାରିଥିବା ବେଳେ ଚଳିତଥର ଧର୍ମପୁରୀ ଜିଲ୍ଲାର ସଂସଦୀୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣାପଡ଼ିଛି। ଏହି ଆସନରେ ଏପ୍ରିଲ ୧୯ରେ ଭୋଟ୍ ହେବାକୁ ଯାଉଛି।

ଭାରତର ସବୁଠାରୁ ଅସଫଳ ପ୍ରାର୍ଥୀ ଭାବରେ ପଦ୍ମରାଜନଙ୍କ ନାମ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ମଧ୍ୟ ପାଇଛି।  ପଦ୍ମରାଜନଙ୍କ ବୃତ୍ତିଗତ ଜୀବନ କଥା କହି‌ଲେ ‌ସେ ହୋମିଓପାଥିକ୍ ଉପଚାର ସହ ସ୍ଥାନୀୟ ଗଣମାଧ୍ୟମର ସମ୍ପାଦକ ଭାବରେ କାମ କରନ୍ତି। ଏଥିସହିତ ତାଙ୍କର ଏକ ଟାୟାର ମରାମତି ଦୋକାନ ବି ଅଛି।

୨୩୮ଥର ନିର୍ବାଚନ ହାରି ଚଳିତ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଟିକେଟ ପାଇଥିବା ପଦ୍ମରାଜନ କହନ୍ତି, ‘ମୁଁ ମୋର ବୃତ୍ତି ଅପେକ୍ଷା ରାଜନୀତିକୁ ଅନ୍ତରରୁ ଭଲପାଏ। ତେଣୁ ଏତେ ଥର ପରାଜୟ ହେଲାପରେ ବି ମୁଁ ହାରମାନି ନାହିଁ। ନିର୍ବାଚନ ଲଢ଼ି ଆସିଛି ମାଲା ଯାଏଁ ଲଢ଼ୁଥିବି। କେତେ ଭୋଟ ମିଳିବ ତାହାକୁ ମୁଁ ଆଶା ରଖି ନିର୍ବାଚନ ଲଢ଼େ ନାହିଁ।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button