ରାଜନୀତି

ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସରେ ଦ୍ବନ୍ଦ୍ବ: ଲବିରେ ନେତା, କର୍ମୀ ନିରାଶ – Kalinga News

[ad_1]

ଅନୁଗୁଳ: ବିଜେଡି ଲୋକସଭା ସହ କିଛି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଲାଣି। ବିଜେପିର ଲୋକସଭା ପ୍ରାର୍ଥୀ ଘୋଷଣା ସରିଥିଲାବେଳେ ବିଧାନସଭା ପାଇଁ ପ୍ରାର୍ଥୀ ପ୍ରାୟ ଚୂଡ଼ାନ୍ତ ହୋଇଛି। ହେଲେ କଂଗ୍ରେସର ହିସାବ ଏ ପର୍ଯ୍ୟନ୍ତ ଛିଣ୍ଡୁନି। ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ଚୟନ ବିଳମ୍ବ ହେଉଥିବାବେଳେ ଆଶାୟୀ ନେତାମାନେ ସଂଗଠନ ସଜାଡ଼ିବା ପରିବର୍ତ୍ତେ ଲବି କରିବାରେ ଲାଗିପଡ଼ିଛନ୍ତି। ଏହା କଂଗ୍ରେସ ସଂଗଠନ ଉପରେ ନକାରାତ୍ମକ ପ୍ରଭାବ ପକାଇଛି।

ଅନୁଗୁଳ ଆସନ ପାଇଁ ସବୁଠାରୁ ଅଧିକ ଦାବିଦାର ରହିଥିଲାବେଳେ ଦଳ କାହାକୁ ଟିକେଟ ଦେଉଛି, ତା’କୁ କର୍ମୀମାନେ ଅପେକ୍ଷା କରି ରହିଛନ୍ତି। ପିସିସି କାର୍ଯ୍ୟକାରିଣୀ ସଭ୍ୟ ଅମ୍ବିକା ପ୍ରସାଦ ଭଟ୍ଟ, ରାଜ୍ୟ ଓବିସି ସେଲ ଉପସଭାପତି ଜି‌ତେନ୍ଦ୍ର କୁମାର ସାହୁ, ଜିଲ୍ଲା ଓବିସି ସେଲ ସଭାପତି ପ୍ରବୋଧ ସ୍ବାଇଁ, ବରି‌ଷ୍ଠ ନେତା ଜୟନ୍ତ କୁମାର ସାହୁ, ପ୍ରମୁଖ ଟିକେଟ ଦୌଡ଼ରେ ଅଛନ୍ତି। ସେମାନଙ୍କ ମଧ୍ୟରୁ କିଛି ନେତା ଭୁବନେଶ୍ବରରେ ଡେରା ପକାଇ ନିଜ ସପକ୍ଷରେ ଲବି ଚଳାଇଛନ୍ତି। ଅମ୍ବିକା ଭଟ୍ଟଙ୍କ ପଛରେ ଜିଲ୍ଲା ସଭାପତିଙ୍କ ସମର୍ଥନ ରହିଥିବା କୁହାଯାଉଥିଲାବେଳେ ଅନୁଗୁଳ ବାର୍‌ ଆସୋସିଏସନ୍‌ର ପୂର୍ବତନ ସଭାପତି ଥିବା ଜିତେନ୍ଦ୍ର କୁମାର ସାହୁଙ୍କର ରାଜ୍ୟ ନେତୃତ୍ବଙ୍କ ସହ ଭଲ ସଂପର୍କ ଥିବାରୁ ସେ ଆଶାବାଦୀ ଅଛନ୍ତି। ଏପଟେ ଜୟନ୍ତ ସାହୁ ଦୀର୍ଘକାଳ ଧରି ସଂଗଠନରେ ଥିବାରୁ ଏବଂ ରାଜ୍ୟସ୍ତରୀୟ କିଛି ନେତା ତାଙ୍କୁ ସମର୍ଥନ କରୁଥିବାରୁ ସେ ଟିକେଟ ପାଉଥିବା ତାଙ୍କ ସମର୍ଥକ କହୁଛନ୍ତି।

ପ୍ରବୋଧ ସ୍ବାଇଁ ଓବିସି ମୋର୍ଚ୍ଚା ମାଧ୍ୟମରେ ନିଜସ୍ବ ସଂଗଠନ ବଢ଼ାଉଥିବାବେଳେ ତାଙ୍କୁ ଜିଲ୍ଲାର କିଛି ବରିଷ୍ଠ ନେତା ସମର୍ଥନ କରୁଛନ୍ତି। କେବଳ ଅନୁଗୁଳ ବିଧାନସଭା ଆସନ ନୁହେଁ, ତାଳଚେର, ପାଳଲହଡ଼ା ଓ ଛେଣ୍ଡିପଦା ଆସନରେ କଂଗ୍ରେସ ଟିକେଟକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି। ଆଠମଲ୍ଲିକ ଆସନରେ ଦଳ ପୂର୍ବତନ ପ୍ରାର୍ଥୀ ବିଜୟାନନ୍ଦ ଚାଉଳିଆଙ୍କୁ ପୁଣି ଟିକେଟ ଦେବା ନିଶ୍ଚିତ ଜଣାପଡ଼ୁଥି‌ଲାବେଳେ ଅନ୍ୟ ଆସନଗୁଡ଼ିକ ଝୁଲା ଅବସ୍ଥାରେ ରହିଛି। ‘ଏହା କଂଗ୍ରେସର ପୁରୁଣା କର୍ମୀଙ୍କ ମନୋବଳ ଭାଙ୍ଗି ଦେଉଛି। ବିଜେଡି ଓ ବିଜେପି ନିର୍ବାଚନୀ ମଇଦାନକୁ ଓହ୍ଲାଇ ପଡ଼ିଥିଲାବେଳେ କଂଗ୍ରେସ ତୁରନ୍ତ ଘର ନ ସଜାଡ଼ିଲେ ଅସୁବିଧାରେ ପଡ଼ିବାର ଆଶଙ୍କା ରହିଛି,’ ଦଳର ଜଣେ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ ‘ସମ୍ବାଦ’କୁ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button