ଅପରାଧ

ନେଦରଲ୍ୟାଣ୍ଡର ଇଡେ ସହରରେ ଆତଙ୍କ: ଅଜ୍ଞାତ ବନ୍ଧୁକଧାରୀ ଲୋକଙ୍କୁ ରଖିଛନ୍ତି ବନ୍ଧକ – Kalinga News

[ad_1]

ଇଡେ: ୟୁ‌ରୋପୀୟ ଦେଶ ନେଦରଲ୍ୟାଣ୍ଡରେ ସଙ୍କଟ ସୃଷ୍ଟି ହୋଇଛି। ଦେଶର ଇଡେ ସହରରେ କେତେକ ଅଜ୍ଞାତ ବନ୍ଧୁକଧାରୀ ବନ୍ଧୁକମୂନରେ ବହୁ ସାଧାରଣ ଜନତାଙ୍କୁ ବନ୍ଧକ ରଖିଛନ୍ତି। ଖବର ମିଳିବା ପରେ ସ୍ଥାନୀୟ ପୁଲିସ ସହରକୁ ଘେରି ରହିଛନ୍ତି। ଏକ କୋଠାରେ ବହୁ ଲୋକଙ୍କ ବନ୍ଧକ ରଖାଯାଇଥିବା ପୁଲିସ କହିଛି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।  ଲୋକେ ଭୟରେ ନିଜ ନିଜ ଘରେ ଲୁଚି ରହିଛନ୍ତି।

ପୁଲିସ ପ୍ରବକ୍ତା ସାଇମନ୍ କ୍ଲୋକ୍ ଏନେଇ ଆସୋସିଏଟେଡ୍ ପ୍ରେସ୍‌କୁ ସୂଚନା ପ୍ରଦାନ କରିଛନ୍ତି। ତେବେ ପ୍ରକୃତରେ କେତେ ଲୋକ ବନ୍ଧକ ରହିଛନ୍ତି ସେ ନେଇ ସଠିକ ତଥ୍ୟ ଦେବାକୁ ମନା କରିଛନ୍ତି। ତେବେ ଏହି ଘଟଣାରେ ଆତଙ୍କବାଦୀଙ୍କ ଦ୍ବାରା କରାଯାଇଥିବାର କୌଣସି ସଙ୍କେତ ମିଳି ନାହିଁ ବୋଲି ସେ କହିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ବନ୍ଧକ ରଖାଯାଇଥିବା କୋଠା ନିକଟରେ ୧୫୦ ଘରୁ ଲୋକଙ୍କୁ ବାହାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏହାପରେ ପୁଲିସ ପକ୍ଷରୁ ଅପରେସନ୍ ଆରମ୍ଭ କରାଯାଇଛି।
ଇଡେ ସହର ନେଦରଲ୍ୟାଣ୍ଡ ରାଜଧାନୀ ଆମସଡର୍ମ ଠାରୁ ୮୫ କିଲୋମିଟର ଦକ୍ଷିଣ-ପୂର୍ବରେ ଥିବା ଏକ ଗ୍ରାମୀଣ ସହର। ସେଣ୍ଟ୍ରାଲ ଇଡେର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ପୁଲିସ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

ଅଜ୍ଞାତ ବନଧୁକଧାରୀ ମାନେ କାହିଁକି ଏଭଳି କରିଛନ୍ତି ଏବଂ ସେମାନଙ୍କର କିଛି ଦାବି ରହିଛି କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ଦେବାକୁ ପୁଲିସ ଅଧିକାରୀ ମନା କରିଛନ୍ତି। ବନ୍ଧକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଥିବା ଆସୋସିଏଟେଡ ପ୍ରେସ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button