ମନୋରଞ୍ଜନ

୨୦୦କୋଟିର ମାଲିକାଣୀ ଏହି ବଲିଉଡ୍ ଗାୟିକା – Kalinga News

[ad_1]

ମୁମ୍ବାଇ: ଦେଶର ସବୁଠାରୁ ଲୋକପ୍ରିୟ ଗାୟିକାଙ୍କ ମଧ୍ୟରେ ସୁନୀଧି ଚୌହାନ, ନେହା କକ୍କର ଏବଂ ଶ୍ରେୟା ଘୋଷାଲ ନାମ ଆସେ । ସେମାନଙ୍କର ସ୍ୱର କେବଳ ଦେଶବାସୀଙ୍କର ନୁହେଁ, ବିଦେଶରେ ରହୁଥିବା ଲକ୍ଷ ଲକ୍ଷ ଶ୍ରୋତାଙ୍କ ମନ କିଣେ। କିନ୍ତୁ ଯେତେବେଳେ ସବୁଠାରୁ ଧନୀ ମହିଳା ଗାୟିକାଙ୍କ କଥା ଆସେ, ସେତେବେଳେ ଏହି ୩ଜଣ ପଛରେ ରହିଯାଆନ୍ତି। କାରଣ ଦେଶର ସବୁଠୁ ଧନୀ ଗାୟିକା ହେଉଛନ୍ତି ଆଉ ଜଣେ। ଏମାନଙ୍କ ତୁଳନାରେ ତାଙ୍କ ସମ୍ପତ୍ତି ଢ଼େର୍ ଅଧିକ। ସେହି ଗାୟିକା ଜଣକ ହେଉଛନ୍ତି ତୁଲସୀ କୁମାର।

୩୪ବର୍ଷ ବୟସ୍କା ତୁଲସୀ କୁମାର ଜଣେ ସଫଳ ଗାୟିକା। ସେ ନିଜ କ୍ୟାରିୟରରେ ଅନେକ ହିଟ୍ ଗୀତ ଦେଇଛନ୍ତି । ଖବର ଅନୁଯାୟୀ ତୁଲସୀ କୁମାରଙ୍କ ମୋଟ ସମ୍ପତ୍ତି ମୂଲ୍ୟ ହେଉଛି ୨୦୦କୋଟି ଟଙ୍କା। ଯଦି ଆମେ ଶ୍ରେୟା ଘୋଷାଲଙ୍କ ସମ୍ପତ୍ତି ମୂଲ୍ୟ ଦେଖିବା ତେବେ ସେ ପ୍ରାୟ ୧୮୦ରୁ ୧୮୫କୋଟି ଟଙ୍କାର ମାଲିକାଣୀ ଅଟନ୍ତି। ଏହା ସହ ସୁନୀଧି ଚୌହାନଙ୍କ ମୋଟ ସମ୍ପତ୍ତି ୧୦୦କୋଟିରୁ ଅଧିକ ହୋଇଥିବାବେଳେ ନେହା କକ୍କରଙ୍କ ମୋଟ ସମ୍ପତ୍ତି ପ୍ରାୟ ୪୦କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ତୁଲସୀ କୁମାର ହେଉଛନ୍ତି ବଲିଉଡ ନିର୍ମାତା ଭୂଷଣ କୁମାରଙ୍କ ଭଉଣୀ। ତାଙ୍କ ପିତା ସ୍ୱର୍ଗତଃ ଗାୟକ ତଥା ଟି-ସିରିଜ୍ ମାଲିକ ଗୁଲଶନ କୁମାର ଦୁଆ ଥିଲେ। ତୁଲସୀ ୧୫ମାର୍ଚ୍ଚ ୧୯୮୬ରେ ଜନ୍ମଗ୍ରହଣ କରିଥିଲେ ଏବଂ ପାଠ ପଢ଼ା ଶେଷ ହେବା ପରେ ସେ ବ୍ୟବସାୟୀ ହିତେଶ ରଲହାନଙ୍କୁ ବିବାହ କରିଥିଲେ। ୨୦୦୯ରେ ‘ଲଭ୍ ହୋ ଜାଏ’ ଆଲବମ୍ ସହିତ ସଂଗୀତ ଜଗତରେ ଡେବ୍ୟୁ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button