ରାମେଶ୍ବରମ୍ କାଫେ ବିସ୍ଫୋରଣ: ଦୁଇ ଅଭିଯୁକ୍ତଙ୍କ ଫଟୋ ଜାରି କଲା ଏନ୍ଆଇଏ – Kalinga News

[ad_1]
ସୂଚନା ପାଇଁ ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା
ବେଙ୍ଗାଲୁରୁ: ବେଙ୍ଗାଲୁରୁର ଲୋକପ୍ରିୟ ରାମେଶ୍ବରମ୍ କାଫେରେ ବିସ୍ଫୋରଣ ମାମଲାରେ ଏନ୍ଆଇଏ ଦୁଇ ଫେରାର୍ ଅଭିଯୁ୍ତ ମୁସାଭିର ହୁସେନ୍ ସାଜିବ୍ ଓ ଅବଦୁଲ୍ ମାଥିନ୍ ଅହମ୍ମଦଙ୍କ ଫଟୋ ଜାରି କରିଛି। ଉଭୟଙ୍କ ସମ୍ପର୍କରେ ସୂଚନା ଦେବା ବ୍ୟକ୍ତିଙ୍କୁ ୨୦ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି। ଏନ୍ଆଇଏର ସୂଚନାନୁସାରେ, ରାମେଶ୍ବରମ୍ କାଫେ୍ରେ ମୁସାଭିର ବୋମା ରଖିଥିଲା ଓ ଅବଦୁଲ୍ ଏହି ବିସ୍ଫୋରଣର ଯୋଜନାରେ ସହାୟତା କରିଥିଲା। ପୂର୍ବରୁ, ୨୦୨୦ରେ ଉଭୟଙ୍କ ବିରୋଧରେ ଏକ ଆତଙ୍କବାଦୀ ମାମଲା ମଧ୍ୟ ରହିଛି। ମୁସାଭିର ବର୍ତ୍ତମାନ ନିଜର ନାମ ପରିବର୍ତ୍ତନ କରି ମହମ୍ମଦ ଜୁନେଦ୍ ସୟଦ୍ ରଖିଛି। ଆଧାର କାର୍ଡ ଆଦି ଜାଲ କରି ଅବ୍ଦୁଲ୍ ବର୍ତ୍ତମାନ ଏକ ହିନ୍ଦୁ ନାମରେ ଚଳପ୍ରଚଳ କରୁଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ କାଫେରେ ଟାଇମର ବୋମାରେ ବିସ୍ଫୋରଣ କରାଯାଇଥିଲା। ଏହି ମାମଲାରେ କର୍ଣ୍ଣାଟକ ଓ ତାମିଲନାଡ଼ୁର ୧୮ଟି ସ୍ଥାନରେ ଏନ୍ଆଇଏ ଚଢ଼ଉ କରିଥିଲା। ମାର୍ଚ୍ଚ ୨୮ ତାରିଖରେ ଅନ୍ୟତମ ଅଭିଯୁକ୍ତ ମୁଜାମିଲ୍ ସରିଫ୍କୁ ଏନ୍ଆଇଏ ଗିରଫ କରିଥିଲା।
[ad_2]