ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଦୁର୍ବୃତ୍ତ; ଘର ସମ୍ମୁଖରୁ କାରର ଟାୟାର ସହ ସିଟ୍ ଖୋଲି ନେଲେ – Kalinga News

[ad_1]
ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା। ଘର ସମ୍ମୁଖରୁ କାରର ଟାୟାର ସହ ସିଟ୍ ଖୋଲି ନେଇ ଯାଇଛନ୍ତି। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ବଜାରରେ ଦିନକୁ ଦିନ ଚୋରି ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସମୟରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରମାନେ ଚୋରି କରୁଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ବିଳମ୍ବିତ ରାତିରେ ଢେଙ୍କିକୋଟ ଦଳେଇସାହିରେ ଡ଼ଃ ସତ୍ୟବ୍ରତ ସାହୁଙ୍କ ଘର ସମ୍ମୁଖରେ ଥିବା କାରରୁ ୩ଟି ଟାୟାର ଓ ପଛ ସିଟ୍ ଖୋଲି ନେଇଛନ୍ତି ଦୁର୍ବୃତ୍ତ। ଗାଡ଼ିର ପଛ ଦୁଇଟି ଟାୟାରକୁ ଖୋଲି ଦୁର୍ବୃତ୍ତମାନେ ଇଟା ରଖିଦେଇଥିବା ବେଳେ ଷ୍ଟେପିନ ଟାୟାର ମଧ୍ୟ ଚୋରି ହୋଇଥିବା ଦେଖାଯାଇଛି। ଚୋରି ସମ୍ପର୍କରେ ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ ହୋଇଛି।
ସେହିପରି କିଛି ଦିନ ପୂର୍ବରୁ ଦଳେଇ ସାହିର ମାନସ ମହାକୁଡ଼ଙ୍କ ତିନୋଟି ଘରର କବାଟ ତାଡ଼ି ଚୋରି ହୋଇଥିଲା। ଏହା ସହ ଆଦର୍ଶ ବିଦ୍ୟାଳୟର ନୂତନ ହଷ୍ଟେଲରୁ ୧୫୦ଟି ଗଦି ଓ ବେଡସିଟ୍, ୩୦ ଟି ଫ୍ୟାନ ଓ ଅନ୍ୟ ସାମଗ୍ରୀ ଚୋରି ହୋଇଥିବା ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ତେବେ ଢେଙ୍କିକୋଟ ଅଞ୍ଚଳରେ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ କୌଣସି ଚୋରକୁ ଧରିବାରେ ସକ୍ଷମ ହୋଇନାହିଁ।
[ad_2]