ରାଜନୀତି

ପତ୍ନୀଙ୍କ ସହାୟତାରେ ‘ସଂସଦ ଯାତ୍ରା’: ବିହାରର ୪ ବାହୁବଳୀ ନେତାଙ୍କ ରାଜନୈତିକ ଖେଳ – Kalinga News

[ad_1]

ନୂଆଦିଲ୍ଲୀ: ବିହାର ରାଜନୀତିରେ ବର୍ଷବର୍ଷ ଧରି ବାହୁବଳୀ ନେତାଙ୍କ ପ୍ରଭାବ ଦେଖିବାକୁ ମିଳୁଛି। ଏହି କ୍ରମରେ ଆଗାମୀ ଲୋକସଭା ନିର୍ବାଚନ ଦୌଡ଼ରେ ପୁଣି ଥରେ ଅନେକ ବାହୁବଳୀ ନେତା ଅଛନ୍ତି, ଯେଉଁମାନେ ଆଇନ ଅନୁଯାୟୀ ନିଜେ ନିର୍ବାଚନ ଲଢ଼ିପାରୁ ନ ଥିବାରୁ ପତ୍ନୀଙ୍କୁ ଠିଆ କରାଇଛନ୍ତି। ଏହି ବାହୁବଳୀ ନେତାଙ୍କ ପତ୍ନୀମାନେ ନିର୍ବାଚନ ମଇଦାନରେ ଅଛନ୍ତି ବୋଲି ଦର୍ଶାଯାଉଛି, କିନ୍ତୁ ବାସ୍ତବରେ ସେମାନେ ନିଜେ ନିର୍ବାଚନ ଲଢୁଛନ୍ତି। ଏପରି ୪ ବାହୁବଳୀ ନେତାଙ୍କ ବିଷୟରେ ଆମେ ଏଠାରେ ଆଲୋଚନା କରିବା।

ଲବଲୀ ଆନନ୍ଦ (ଜେଡିୟୁ)
ପୂର୍ବତନ ସାଂସଦ ଲବଲୀ ଆନନ୍ଦ ବାହୁବଳୀ ନେତା ଆନନ୍ଦ ମୋହନଙ୍କ ପତ୍ନୀ, ଯିଏ ଶିଓହର ଲୋକସଭା ଆସନରୁ ଜେଡିୟୁ ପ୍ରାର୍ଥୀ ହୋଇଛନ୍ତି। ଆନନ୍ଦ ମୋହନ ନିଜେ ୧୯୯୬ ଓ ୧୯୯୮ରେ ଶିଓହର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ନୀତୀଶ କୁମାର ସରକାର ଜେଲ ମାନୁଆଲରେ କିଛି ପରିବର୍ତ୍ତନ କରିବା ପରେ ମୋହନ ଗତବର୍ଷ ଏପ୍ରିଲ୍‌ରେ ଜେଲରୁ ମୁକୁଳିଥିଲେ। ୧୯୯୪ରେ ଗୋପାଳଗଞ୍ଜ ଡିଏମ୍ ଜି କ୍ରିଷ୍ଣୈୟାଙ୍କ ହତ୍ୟା ମାମଲାରେ ୧୬ ବର୍ଷ ଜେଲ୍ ଦଣ୍ଡ ଭୋଗିବା ପରେ ସେ ଜେଲରୁ ମୁକୁଳିଥିଲେ। ଆନନ୍ଦ ମୋହନ ନିଜେ ନିର୍ବାଚନ ଲଢ଼ିପାରିବେ ନାହିଁ। ଏହି କାରଣରୁ ସେ ତାଙ୍କ ପତ୍ନୀ ଲବଲୀ ଆନନ୍ଦଙ୍କୁ ଜେଡିୟୁର ଟିକେଟ ଦିଆଇଛନ୍ତି। ୨୦୧୯ରେ ଲବଲୀ ଆନନ୍ଦ ଆର୍‌ଜେଡି ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିଥିଲେ, କିନ୍ତୁ ପରାଜିତ ହୋଇଥିଲେ। ଏଥର ନିର୍ବାଚନ ପୂର୍ବରୁ ସେ ଆର୍‌ଜେଡି ଛାଡି ଜେଡିୟୁରେ ଯୋଗ ଦେଇ ଶିଓହରରୁ ନିର୍ବାଚନ ଲଢୁଛନ୍ତି।
ବୀମା ଭାରତୀ (ଆର୍‌ଜେଡି)
ବୀମା ଭାରତୀ ହେଉଛନ୍ତି କୁଖ୍ୟାତ ଅପରାଧୀ ଅବଧେଶ ମଣ୍ଡଳଙ୍କ ପତ୍ନୀ, ଯିଏ କି ଏଥର ଆର୍‌ଜେଡି ଟିକେଟରେ ପୂର୍ଣ୍ଣିୟା ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ମଣ୍ଡଳଙ୍କ ନାମରେ ହତ୍ୟା ଓ ଅପହରଣ ଭଳି ଅନେକ ମାମଲା ରହିଛି। ତାଙ୍କ ପତ୍ନୀ ବୀମା ଭାରତୀ ୫ ଥର ବିଧାୟିକା ହୋଇଥିବା ବେଳେ ନିକଟରେ ଜେଡିୟୁରୁ ଇସ୍ତଫା ଦେଇ ଆର୍‌ଜେଡିରେ ଯୋଗ ଦେଇଛନ୍ତି।
ବିଜୟଲକ୍ଷ୍ମୀ ଦେବୀ (ଜେଡିୟୁ)
ଜେଡିୟୁ ଟିକେଟରେ ସିୱାନରୁ ଲୋକସଭା ନିର୍ବାଚନ ଲଢ଼ୁଥିବା ବିଜୟଲକ୍ଷ୍ମୀ ଦେବୀ ହେଉଛନ୍ତି ବାହୁବଳୀ ନେତା ରମେଶ ସିଂହ କୁଶୱାହାଙ୍କ ପତ୍ନୀ। କୁଶୱାହା ସିପିଆଇ ଏମ୍‌ଏଲ୍‌ ସହିତ ଜଡିତ ଅଛନ୍ତି। ସେ ଶିବାଜୀ ଦୁବେ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏବଂ ଜେଲ୍‌ ମଧ୍ୟ ଯାଇଛନ୍ତି। ରମେଶ ସିଂହ କୁଶୱାହା ନିଜେ ଜଣେ ପୂର୍ବତନ ବିଧାୟକ। ସେ ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ଦେବୀଙ୍କୁ ଟିକେଟ୍ ଦିଆଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଅନ୍ୟତମ ବାହୁବଳୀ ନେତା ଅଜୟ ସିଂହଙ୍କ ପତ୍ନୀ କବିତା ସିଂହ ସିୱାନ ଲୋକସଭା ଆସନରୁ ଜେଡିୟୁ ସାଂସଦ ଅଛନ୍ତି। ନୀତୀଶ କୁମାର ଏଥର ତାଙ୍କ ଟିକେଟ କାଟି ବିଜୟଲକ୍ଷ୍ମୀ ଦେବୀଙ୍କୁ ସିୱାନରୁ ପ୍ରାର୍ଥୀ କରିଛନ୍ତି।
ଅନୀତା କୁମାରୀ (ଆର୍‌ଜେଡି)
୨୦୨୪ ଲୋକସଭା ନିର୍ବାଚନରେ ଅନୀତା କୁମାରୀ ଆର୍‌ଜେଡି ଟିକେଟରେ ମୁଙ୍ଗେରରୁ ନିର୍ବାଚନ ଲଢୁଛନ୍ତି। ଅନୀତା ହେଉଛନ୍ତି ନୱାଦାର ବାହୁବଳୀ ନେତା ତଥା କୁଖ୍ୟାତ ଅପରାଧୀ ଅଶୋକ ମହତୋଙ୍କ ପତ୍ନୀ। ୧୭ ବର୍ଷ ଜେଲରେ ରହିବା ପରେ ୨୦୨୩ରେ ଅଶୋକ ମହତୋ ଜେଲରୁ ମୁକୁଳିଥିଲେ। ସେ ନିଜେ ନିର୍ବାଚନ ଲଢ଼ିପାରିବେ ନାହିଁ ଏବଂ ଏହି କାରଣରୁ ସେ ତାଙ୍କ ପତ୍ନୀଙ୍କ ଜରିଆରେ ଲୋକସଭା ନିର୍ବାଚନ ଲଢ଼ିବାକୁ ଚିନ୍ତା କରିଥିଲେ। ତେଣୁ ନିଜର ସ୍ତ୍ରୀ ନ ଥିବାରୁ ସେ ଯଥାଶୀଘ୍ର ଦିଲ୍ଲୀର ଝିଅ ଅନୀତା ଦେବୀଙ୍କୁ ବିବାହ କରିଥିଲେ। ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ଅଶୋକ ମହତୋ ମାର୍ଚ୍ଚ ୧୯ ମଙ୍ଗଳବାର ରାତିରେ ଜଗଦମ୍ବା ମନ୍ଦିରରେ ଅନୀତା ଦେବୀଙ୍କୁ ବିବାହ କରିଥିଲେ ଏବଂ ପରେ ମୁଙ୍ଗେର ଲୋକସଭା ଆସନରୁ ପତ୍ନୀ ଆର୍‌ଜେଡି ଟିକେଟ ପାଇଥିଲେ। ଅନୀତା ଦେବୀ ଏବେ ଜେଡିୟୁର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହଙ୍କ ବିପକ୍ଷରେ ନିର୍ବାଚନ ଲଢୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button