ରାଜନୀତି
ଆର୍ଜେଡିକୁ ୨୬, କଂଗ୍ରେସକୁ ୯ ଆସନ: ବିହାରରେ ଇଣ୍ଡି ମେଣ୍ଟର ଆସନ ବୁଝାମଣା ଚୂଡ଼ାନ୍ତ – Kalinga News

[ad_1]
ପାଟନା: ଲୋକସଭା ନିର୍ବାଚନ ନିକଟତର ହେଉଥିବା ବେଳେ ବିଭିନ୍ନ ଦଳ ମଧ୍ୟରେ ଆସନ ବୁଝାମଣା ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତ କିଛି ଦିନ ହେବ ବିହାରରେ ଇଣ୍ଡି ମେଣ୍ଟରେ ଆସନ ବଣ୍ଟନ ପାଇଁ ପ୍ରୟାସ ଚାଲିଥିଲା। ଆଜି ହୋଇଥିବା ଘୋଷଣା ମୁତାବକ ରାଜ୍ୟରେ ଆରଜେଡିକୁ ୨୬ଟି ଆସନ ମିଳିଛି। ସେହିପରି କଂଗ୍ରେସ ୯ଟି ଆସନରେ ଏବଂ ବାମପନ୍ଥୀମାନେ ୫ଟି ଆସନରେ ଲଢ଼ିବେ। ଆସନ ବୁଝାମଣାରେ ପୂର୍ଣ୍ଣିଆ ଆସନ କଂଗ୍ରେସକୁ ମିଳିନାହିଁ। ବାସ୍ତବରେ ପପୁ ଯାଦବ ମଧ୍ୟ ପୂର୍ଣ୍ଣିଆରୁ ଟିକେଟ୍ ଚାହୁଥିଲେ। ଆରଜେଡି ଏହି ଆସନରୁ ବୀମା ଭାରତୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ନେତା ପପୁ ଯାଦବ ଏହି ଆସନରୁ ଲଢ଼ିବାକୁ ଏବେ ବି ଜିଦ୍ ଧରିଛନ୍ତି। ଏହାକୁ ନେଇ ମେଣ୍ଟରେ ଅସ୍ଥିରତା ଲାଗି ରହିଥିବାରୁ ଏହାର ସମାଧାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି।
[ad_2]