ଅପରାଧ

ଅଳଙ୍କାର ବ୍ୟବସାୟୀଙ୍କ ଘରର ସ୍ଥାନେସ୍ଥାନେ ଥିଲା ବିଡ଼ାବିଡ଼ା ଟଙ୍କା: ଚଢ଼ାଉ କରି ଆୟକର ବିଭାଗ କଲା ଜବତ – Kalinga News

[ad_1]

ନୂଆଦିଲ୍ଲୀ: ଆୟକର ବିଭାଗ ନାସିକର କନାଡ଼ା କର୍ନରସ୍ଥିତ ସୁରାଣା ଜୁଏଲର୍ସ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଆୟକର ବିଭାଗ ବିପୁଳ ପରିମାଣରେ ଟଙ୍କା ଜବତ କରିଛି। ଜବତ ଟଙ୍କା ଗଣିବା ପାଇଁ ମ୍ୟାସିନ ବ୍ୟବହାର କରାଯାଇଥିଲା।

ଅଳଙ୍କାର ବ୍ୟବସାୟୀ ଦ୍ବାରା ବେଆଇନ ନେଣଦେଣ ଖବର ମିଳିବା ପରେ ସୁରାଣା ଜୁଏଲର୍ସ ମାଲିକଙ୍କ ଘର ଓ ତାଙ୍କ ନିର୍ମାଣ କମ୍ପାନି ମହାଲକ୍ଷ୍ମୀ ବିଲ୍ଡର୍ସରେ ଚଢ଼ାଉ ହୋଇଥିଲା। ଏହି ଚଢ଼ାଉ ସମୟରେ ଆୟକର ବିଭାଗ ପାଖାପାଖି ୨୬କୋଟି ଟଙ୍କାର ନଗଦ ଟଙ୍କା ଓ ୯୦କୋଟି ଟଙ୍କାର ବେଆଇନ ସମ୍ପତି ଜବତ କରିଛି।

ଅଳଙ୍କାର ବ୍ୟବସାୟୀଙ୍କ ଘରେ ଆୟକର ବିଭିନ୍ନ ନେଣଦେଣ କାଗଜ ପତ୍ର ସହିତ ବିଭିନ୍ନ ଦସ୍ତାବିଜ ଯାଞ୍ଚ କରୁଛି। ଏଥିସହିତ ଘରର ବିଭିନ୍ନ ସ୍ଥାନରୁ ଆୟକର ବିଭାଗ ବିଡାବଡ଼ା ଟଙ୍କା ଜବତ କରିଛି। ଏହି ଟଙ୍କା କେଉଁଠୁ ଆସିଲା ତାହାର ସଠିକ ଉତ୍ତର ଜୁଏଲର୍ସ ଆୟକରଙ୍କୁ ଦେଇ ପାରୁ ନାହାନ୍ତି। ଆୟକର ବିଭାଗ ଅଧିକାରୀଙ୍କ ପ୍ରଶ୍ନବାଣରେ ଅଳଙ୍କାର ବ୍ୟବସାୟୀଙ୍କ ପାଟି ଖନି ବାଜି ଯାଉଛି।

 

ଏହି କ୍ରମରେ ଉତ୍ତରପ୍ରଦେଶ ଆଗ୍ରାରେ ଜୋତା ବ୍ୟବସାୟୀମାନଙ୍କ ଉପରେ ଆୟକର ବିଭାଗ ଚଢ଼ାଉ ତୃତୀୟ ଦିନରେ ପହଞ୍ଚିଛି। ଏହି ଚଢ଼ାଉରେ ଏଯାବତ ୫୩କୋଟି ନଗଦ ଟଙ୍କା ଜବତ ହୋଇଛି। ଯାହାକୁ ଗଣିବା ପାଇଁ ୧୨ଟି ମ୍ୟାସିନର ବ୍ୟବହାର କରାଯାଇଛି। କିଛି ଜୋତା ବ୍ୟବସାୟୀ ଗଦିର ତୁଳା ଭିତରେ ଟଙ୍କା ଲୁଚାଇ ରଖିଥିଲେ। ମଇ ୨୬ ତାରିଖ ପର୍ଯ୍ୟନ୍ତ ଆୟକର ବିଭାଗ ତାର ତଦନ୍ତ ଜାରି ରଖିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button