ରାଜନୀତି

ଭୁବନେଶ୍ବର ଲୋକସଭା କ୍ଷେତ୍ର: ଶ୍ରୀମୟୀଙ୍କ ଭବିଷ୍ୟତ ଉପରେ ନଜର – Kalinga News

[ad_1]

ଭୁବନେଶ୍ବର: ସମସ୍ତ କଳ୍ପନାଜଳ୍ପନାର ଅନ୍ତଘଟିଛି। ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବାକୁ ବିଜେପି ଓ ବିଜେଡି ନିଜର ପ୍ରାର୍ଥୀ ଚୂଡ଼ାନ୍ତ କରିଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ବିଜେପି ପୁଣିଥରେ ଭରସା କରିଥିବା ବେଳେ ବିଜେଡି ନୂଆ ମୁହଁକୁ ସାମ୍ନାକୁ ଆଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଜଟଣୀର କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ଶଙ୍ଖ ଶିବିରରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବର ମାତ୍ର ଦୁଇଘଣ୍ଟା ମଧ୍ୟରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ରାଉତରାୟଙ୍କ ନାଁ ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ମନ୍ମଥଙ୍କ ନାମ ଘୋଷଣା ପରେ ଭୁବନେଶ୍ବରରେ ବିଜେପି-ବିଜେଡି ଲଢ଼େଇ ଚୂଡ଼ାନ୍ତ ହୋଇଛି। ବିଜେଡିର ପ୍ରାର୍ଥୀ ପରିବର୍ତ୍ତନକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। କାରଣ ଗତ ୬ ମାସ ହେଲା ଭୁବନେଶ୍ବର ଲୋକସଭା କ୍ଷେତ୍ରର ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ କରାଯିବା ନେଇ କର୍ମୀଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା। ସପ୍ତାହକ ୭ ଦିନରେ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ବୁଲି ଶ୍ରୀମୟୀ ଲୋକଙ୍କ ସହ ସମ୍ପର୍କ ଯୋଡ଼ିଥିଲେ। ଏପରିକି କାନ୍ଥରେ ‘ଏଥର ଶ୍ରୀମୟୀ’ ବୋଲି କର୍ମୀମାନେ ଲେଖିଥିଲେ। ବିଧାୟକମାନେ ମଧ୍ୟ ଶ୍ରୀମୟୀଙ୍କୁ ସାଙ୍ଗରେ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଜଣେ ଦୁଇଜଣ ବିଧାୟକ ବି ଶ୍ରୀମୟୀ ମିଶ୍ର ବିଜେଡିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ବୋଲି ପଦଯାତ୍ରା ସମୟରେ ଘୋଷଣା କରି ଦେଇଥିଲେ। କର୍ମୀମାନେ ଉତ୍ସାହିତ ହେବା ସହ ସାମାଜିକ ଗଣମାଧ୍ୟମରେ ପ୍ରଚାରକୁ ଜୋରଦାର କରିଥିଲେ। ହେଲେ ଶ୍ରୀମୟୀଙ୍କ ବଦଳରେ ମନ୍ମଥକୁ ବିଜେଡି ପ୍ରାର୍ଥୀ କରିବାକୁ କର୍ମୀମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ହଠାତ୍‌ କ’ଣ ଏମିତି ହେଲା ଯେ ଦଳ ପ୍ରାର୍ଥୀ ପରିବର୍ତ୍ତନ କଲା ବୋଲି ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ କଲେଣି।

ଆହୁରି ଚକିତ କରିବାଭଳି କଥା ହେଉଛି ଶଙ୍ଖ ଭବନରେ ମନ୍ମଥଙ୍କ ବିଜେଡିରେ ଯୋଗଦାନ ସମୟରେ ଭୁବନେଶ୍ବର ଲୋକସଭା କ୍ଷେତ୍ର ଅଧୀନ ବିଧାନସଭା ନିର୍ବାଚନମଣ୍ଡଳୀର କୌଣସି ବିଜେଡି ବିଧାୟକ ଉପସ୍ଥିତ ନ ଥିଲେ। ଭୁବନେଶ୍ବର ଲୋକସଭା କ୍ଷେତ୍ରର ବିଜେଡି ପର୍ଯ୍ୟବେକ୍ଷକ, ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି କିମ୍ବା ଭୁବନେଶ୍ବରର ତିନି ବିଜେଡି ବିଧାୟକଙ୍କୁ ମଧ୍ୟ ଦେଖିବାକୁ ମିଳି ନ ଥିଲା। ତା’ସତ୍ତ୍ବେ ମଧ୍ୟ ମନ୍ମଥ ବିଜେଡିରେ ସାମିଲ ହେବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ତାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଦଳ ପକ୍ଷରୁ ଘୋଷଣା କରାଯାଇଥିଲା। ମନ୍ମଥଙ୍କ ଯୋଗଦାନ ପରେ ଏବେ ବିଜେଡିର ନେତା ଓ କର୍ମୀମାନେ ତାଙ୍କୁ କିଭଳି ସହଯୋଗ କରିବେ ତାହା ଉପରେ ସମସ୍ତଙ୍କ ନଜର। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀମୟୀଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ବହୁ ଆଗରୁ ନିଷ୍ପତ୍ତି ନେଇଥିଲା। ପ୍ରଚାର ମଇଦାନକୁ ମଧ୍ୟ ଛାଡ଼ିଥିଲା। ବିଧିବଦ୍ଧ ଘୋଷଣା ହୋଇ ନ ଥିଲେ ମଧ୍ୟ ବିଧାନସଭା କ୍ଷେତ୍ରର ବିଧାୟକ ଓ ବିଜେଡି ନେତାମ‌ାନେ ସହଯୋଗ କରିବାକୁ ନବୀନ ନିବାସରୁ ନିର୍ଦ୍ଦେଶ ରହିଥିଲା। ଯେଉଁଥିପାଇଁ ଗତ ସେପ୍ଟେମ୍ବର ମାସରୁ ପଦଯାତ୍ରା, ଘରେ ଘରେ ଶଙ୍ଖ ପରି କାର୍ଯ୍ୟକ୍ରମ କରାଯାଇଥିଲା। ସମସ୍ତ ନିର୍ବାଚନମଣ୍ଡଳୀରେ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଭୋଟରଙ୍କ ଉପରେ ତାହାର କୌଣସି ସୁଫଳ ପ୍ରତିଫଳିତ ହୋଇ ନ ଥିଲା। ଗୁଇନ୍ଦା ରିପୋର୍ଟ ଶ୍ରୀମୟୀଙ୍କ ସପକ୍ଷରେ ନ ଥିବାରୁ ଦଳ ପ୍ରାର୍ଥୀ ବଦଳାଇଥିବା କୁହାଯାଉଛି। ଶ୍ରୀମୟୀ ପଦଯାତ୍ରା ମାଧ୍ୟମରେ ଲୋକ ସମ୍ପର୍କ ସୃଷ୍ଟି କରିବା ସହ କର୍ମୀଙ୍କ ମଧ୍ୟରେ ପରିଚିତ ଚେହେରା ପାଲଟିଛନ୍ତି। ଏବେ ଶ୍ରୀମୟୀଙ୍କ ବଦଳରେ ବିଜେଡି ମନ୍ମଥଙ୍କୁ ଟିକେଟ୍‌ ଦେଇ ଯେଉଁ ରିସ୍କ ନେଇଛି ତାହା କେତେଦୂର ଭୋଟ୍‌ରେ ପରିଣତ ହେବ? ଶ୍ରୀମୟୀଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button