ରାଜନୀତି

ବିଜେଡି ଦୟାରୁ ଭର୍ତ୍ତୃହରି ମହତାବ, ସିଦ୍ଧାନ୍ତ ମହାପାତ୍ର ସାଂସଦ ହୋଇଥିଲେ: ମୁନ୍ନା ଖାନ୍ – Kalinga News

[ad_1]

ଭୁବନେଶ୍ବର: ବିଜେଡି ଛାଡ଼ି ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର ବିଜେପିରେ ମିଶିବା ପରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଗୁରୁବାର କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିନା ଭର୍ତ୍ତୃହରି ଓ ସିଦ୍ଧାନ୍ତ ହେଉଛନ୍ତି ବିଗ୍ ଜିରୋ। ଭର୍ତ୍ତୃହରି ୨୬ ବର୍ଷ ପର୍ଯ୍ୟନ୍ତ ସାଂସଦ ଥିଲେ। ସେହିପରି ସିଦ୍ଧାନ୍ତ ୧୦ ବର୍ଷ ଯାଏଁ ସାଂସଦ ହୋଇଥିଲେ। କିନ୍ତୁ ଉଭୟ ବ୍ୟକ୍ତି ବିଜେଡି ଓ ନବୀନଙ୍କ ଦୟାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେମାନଙ୍କର ନିଜସ୍ୱ ବୋଲି କିଛି ନଥିଲା ନା ଭବିଷ୍ୟତରେ ଅଛି।

ମୁନ୍ନା ଖାନ୍ କହିଛନ୍ତି, ବିଜେଡି ଓ ନବୀନଙ୍କ ନାଁ ଛାଡ଼ିଦେଲେ ଗୋଟିଏ ୱାର୍ଡମେମ୍ବର ହେବାର ଯୋଗ୍ୟତା ଭର୍ତ୍ତୃହରି ଓ ସିଦ୍ଧାନ୍ତଙ୍କ ପାଖରେ ନାହିଁ । ବିଜେପି ଖୁବ୍ କମ ଦିନରେ ଜାଣିଯିବ ଉଭୟ ଭର୍ତ୍ତୃହରି ଓ ସିଦ୍ଧାନ୍ତ ଦଳ ପାଇଁ କେତେ ଉପଯୋଗୀ। ସେମାନଙ୍କର କିଛି ନାହିଁ। ନବୀନ ବାବୁ ବହୁତ ଥର ଏମାନଙ୍କୁ ସାଂସଦ କଲେ। ସେମାନେ ଆଜି ନବୀନ ବାବୁଙ୍କୁ ଛାଡ଼ି ଯାଇଛନ୍ତି, ଧୋକାବାଜ କାମ କରିଛନ୍ତି। ନବୀନ ବାବୁଙ୍କୁ ଛାଡ଼ି ଯାଇଛନ୍ତି। ସେମାନେ ତାର ଫଳ ନିଶ୍ଚୟ ଭୋଗିବେ।

ଶ୍ରୀ ଖାନ୍‌ କହିଛନ୍ତି ଯେ, ସିଦ୍ଧାନ୍ତ ମହାପାତ୍ର ୧୦ ବର୍ଷ ଧରି ସାଂସଦ ଥିବା ନେତା। କିନ୍ତୁ ସେ ଦିନେ ହେଲେ ଓଡ଼ିଶାର ଦାବିକୁ ଉଠାଇ ନଥିଲେ। ଦଳ ତାଙ୍କ ଉପରେ ଦୟା ଦେଖାଇକି ତାଙ୍କୁ ପୁଣିଥରେ ସାଂସଦ କରିଥିଲା । କିନ୍ତୁ ଦିନେ ହେଲେ ବି ସେ ଓଡ଼ିଶାର ସ୍ୱାର୍ଥ ସମ୍ପର୍କରେ ସ୍ୱର ଉଠାଇ ନଥିଲେ। ଉଭୟ ବିଜେଡି ଛାଡିଥିଲେ ମଧ୍ୟ ଏହାର ପ୍ରଭାବ ଦଳ ଉପରେ ଆଦୌ ପଡ଼ିବ ନାହିଁ।

ସୂଚନାଯୋଗ୍ୟ, ବିଜେଡିରୁ ଇସ୍ତଫା ଦେଇଥିବା ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ଅପରାହ୍ନ ସାଢ଼େ ୨ଟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦୁଇ ନେତା ଯୋଗ ଦେଇଛନ୍ତି। ଏହା ସହିତ ମୟୂରଭଞ୍ଜର ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ମଧ୍ୟ ବି‌ଜେପିରେ ଯୋଗ ଦେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button