ରାଜନୀତି

‘ଏଥର ଆଦିବାସୀଙ୍କୁ ପ୍ରାର୍ଥୀ କରାଯାଉ’: ନବୀନଙ୍କଠାରେ ଫେରାଦ ହେଲା ଆଦିବାସୀ କଲ୍ୟାଣ ସଂଘ – Kalinga News

[ad_1]

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର୨ଟି ନିର୍ବାଚନମଣ୍ଡଳୀରେ ଆଦିବାସୀଙ୍କୁ ପ୍ରାର୍ଥୀ କରାଯାଉ। ଏହି ଦୁଇ ନିର୍ବାଚନମଣ୍ଡଳୀ ହେଲା, ନୂଆପଡ଼ା ଓ ଖଡ଼ିଆଳ। ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟରେ ଏହି ଦାବି କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ କଲ୍ୟାଣ ମଣ୍ଡପଠାରେ ମଙ୍ଗଳବାର ଦିନ ଆଦିବାସୀଙ୍କ ବିଚାରବିମର୍ଷ ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଅଦିବାସୀ ମହାସଂଘ ସଭାପତି ବାଳକୃଷ୍ଣ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଅଦିବାସୀ କଳ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ସିଂ ମାଝୀ, ବ୍ଲକ୍‌ ସଭାପତି କାର୍ତ୍ତିକେଶ୍ବର ମଲ୍ଲିକ, ଶବର ସମାଜର ସାଧାରଣ ସଂପାଦକ ବିଦୁ ଶବର, ଉପଦେଷ୍ଟା ଜୟରାମ ଶବର, ବିକ୍ରମ ମାଝୀ, କଟାପଲିଆ ଶବର ଓ ଗୀତାଞ୍ଜଳୀ ଶବର ଅତିଥି ଭାବେ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୋମନାଥ ଶବର,  ପ୍ରତାପ ମାଝୀଙ୍କ ସହ ଶତାଧିକ ଆଦିବାସୀ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button