ବିଜେଡିର ଘରସଜଡ଼ା: ଏକାମ୍ରରେ ବିଜୁ ଯୁବ ଛାତ୍ର ସମାବେଶ – Kalinga News

[ad_1]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଭୁବନେଶ୍ବରରେ ବିଜେଡି ତା’ର ସାଂଗଠନିକ କାର୍ଯ୍ୟକ୍ରମ ଜୋର୍ଦାର କରିଛି। ଗତ ରବିବାର ଦିନ ଏକାମ୍ର ନିର୍ବାଚନମଣ୍ଡଳୀରେ ବିଜେଡିର ମହିଳା ସମାବେଶ ହୋଇଥିଲା ବେଳେ ଆଜି ଯୁବ ଛାତ୍ର ସମାବେଶ ହୋଇଥିଲା। ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ହୋଇଥିବା ଏହି ସମାବେଶ ମାଧ୍ୟମରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କ ସାଂଗଠନିକ ଶକ୍ତି ପ୍ରଦର୍ଶନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ, ବିଜୁ ବାବୁଙ୍କ ସାହସିକତା, ନବୀନ ସରକାରଙ୍କ ସୁଶାସନ, ସ୍ବଚ୍ଛତା ଆଜି ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିଛି। ଯୁବପିଢ଼ି ଓ ଛାତ୍ର ସମାଜ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ଗୁରୁତ୍ବପୂର୍ଣ୍ଣ ଯୋଜନା ପ୍ରଣୟନ କରିଛନ୍ତି। ଏଥିରେ ଯୁବକ, ଯୁବତୀମାନେ ଉପକୃତ ହୋଇଛନ୍ତି। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବ୍ୟାପକ ସୁଯୋଗ ପାଇଛନ୍ତି। ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଯୋଗୁ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, କୋଠାବାଡ଼ି ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଓଡ଼ିଶା କୃଷି ଶିଳ୍ପ ନିଗମ ଉପାଧ୍ୟକ୍ଷ ସନ୍ତୋଷ ବେଜ ପ୍ରମୁଖ ଅଭିଭାଷଣ ପ୍ରଦାନ କରି ରାଜ୍ୟ ସରକାର ଯୁବପିଢ଼ି ପାଇଁ ନେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ଏକାମ୍ର ନିର୍ବାଚନମଣ୍ଡଳୀର ବିଭିନ୍ନ ୱାର୍ଡ ଓ ପଞ୍ଚାୟତରୁ ଯୁବ-ଛାତ୍ରମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରା ବାହାରି ବରମୁଣ୍ଡା ପଡ଼ିଆରେ ପହଞ୍ଚିଥିଲା। ବିଜେଡିର ଭୁବନେଶ୍ୱର ଯୁବ ସଭାପତି ସମରେଶ ବେଉରା, ଛାତ୍ର ସଭାପତି ସୁବାସ ସାହୁ, ଜୋନ୍ ସଭାପତି ବିଜୟକେତନ ସାହୁ, ଛାତ୍ର ସଭାପତି ଭଗବାନ ସାହୁ, ଏକାମ୍ର ଯୁବ ସଭାପତି ରାଜେଶ ପାତ୍ର, ବିନୋଦ ରାଉତରାୟ, ରାଜ୍ୟ କାର୍ଯ୍ୟକାରୀ ସଭାପତି ମିକୁ ପ୍ରଧାନ, ସୂର୍ଯ୍ୟ ନାରାୟଣ ଜେନା, ମହାସଚିବ ଇପ୍ସିତା ସାହୁ, ଅଜିତ ବେହେରା, ଶେଖ ଅମିର, ପୂର୍ଣ୍ଣେନ୍ଦୁ ପୂଜାପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ, ସୁଜିତ ସ୍ବାଇଁ, ଶିବ ପ୍ରସାଦ ମହାପାତ୍ରଙ୍କ ସମେତ ସମସ୍ତ କର୍ପୋରେଟର, ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ କର୍ପୋରେଟର ଓ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।
[ad_2]