ସିନେମା ଅସଫଳ ହେବାରୁ ରାଜନୀତିରେ ଯୋଗ ଦେଲେ କି? ପ୍ରଶ୍ନର ଉତ୍ତର ଦେଲେ କଙ୍ଗନା – Kalinga News

[ad_1]
ନୂଆଦିଲ୍ଲୀ: ମଡେଲିିଂ ଓ ଅଭିନୟ ଦୁନିଆ ପରେ ଅଭିନେତ୍ରୀ କଙ୍ଗନା ରାଣାୱତ ରାଜୀନୀତିରେ ପ୍ରବେଶ କରିଛନ୍ତି। ତାଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ହିମାଚଳ ପ୍ରଦେଶର ମଣ୍ଡି ନିର୍ବାଚନ ମଣ୍ଡଳୀରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଟିକେଟ ପ୍ରଦାନ କରାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
କଙ୍ଗନା ଟିକେଟ ପାଇବା ପରେ ଅନେକ ନେତା ଓ ନେତ୍ରୀ ଏହାକୁ ଆପତ୍ତି କରିଥିବା ବେଳେ କିଛିଲୋକ କହୁଛନ୍ତି, ‘କଙ୍ଗନାଙ୍କ ସିନେମା କ୍ରମାଗତ ଭାବେ ଅସଫଳ ହେବାପରେ ଶେଷରେ ସେ ରାଜନୀତି ଆଡକୁ ମୁହାଁଇଛନ୍ତି। ’
ତେବେ ଏହି ପ୍ରସଙ୍ଗକୁ ନେଇ କଙ୍ଗନା ମୁହଁ ଖୋଲିଛନ୍ତି। ଆଉ କହିଛନ୍ତି ଏଭଳି ପ୍ରଶ୍ନ କରୁଥିବା ଲୋକଙ୍କୁ ମୁଁ ସ୍ପଷ୍ଟ ଭାବେ କହିବି କି, ‘ଏମିତି କୌଣସି ବ୍ୟକ୍ତି ନାହାନ୍ତି ଯେଉଁମାନେ ଜୀବନରେ ଅସଫଳ ହୋଇନାହାନ୍ତି କି ହାରି ନାହାନ୍ତି। ଏହି କ୍ରମରେ ଷ୍ଟାରମାନଙ୍କ କଥା କହିଲେ କୌଣସି ଷ୍ଟାର ନାହାନ୍ତି ଯିଏକି କହିବେ ସେ ଅସଫଳ ହୋଇନାହାନ୍ତି। ପ୍ରତ୍ୟେକ ଷ୍ଟାର ଅସଫଳ ହୋଇଛନ୍ତି ପୁଣି ସଫଳତା ପାଇଛନ୍ତି।
ଶାହାରୁଖ ଖାନଙ୍କ କଥା ଯଦି ମୁଁ କହିବି ତାଙ୍କୁ ୧୦ବର୍ଷ ପର୍ଯ୍ୟନ୍ତ କୌଣସି ହିଟ ସିନେମା ମିଳି ନଥିଲା। ଦୀର୍ଘ ବର୍ଷ ପରେ ଯାଇ ସେ ‘ପଠାନ’ ଜରିଆରେ ସଫଳତା ପାଇଥିଲେ। ମୋର ବି ସେମିତି ୭/୮ବର୍ଷ ପର୍ଯ୍ୟନ୍ତ କୌଣସି ସଫଳ ସିନେମା ଆସି ନଥିଲା। ‘କୁଇନ’ ସିନେମା ଜରିଆରେ ସଫଳତା ପାଇଥିଲି। ତା’ର ୩/୪ବର୍ଷ ପରେ ’ମଣିକର୍ଣ୍ଣିକା’ ଆସିଲା। ଆଗକୁ ’ଏମରଜେନ୍ସି’ ଆସିବାକୁ ଯାଉଛି। ଆଶା କରୁଛି ଏହା ସଫଳ ହେଉ।
ରାଜନୀତିରେ ପ୍ରବେଶ କଥା ଉଠିଲେ ମୁଁ କହିବି ମୁଁ ପିଲାଟି ଦିନରୁ ରାଜନୀତିକୁ ଭଲ ପାଏ। ଚାହିଁଥିଲେ ଅନେକ ଦିନରୁ ମୁଁ ରାଜନୀତିରେ ପ୍ରବେଶ କରି ସାରିଥାଆନ୍ତି କିନ୍ତୁ ଉଚିତ ସମୟକୁ ଅପେକ୍ଷା କରିଥିଲି ଯାହାକି ଆସିଯାଇଛି। ମୁଁ ଖୁବଶୀଘ୍ର ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛି। ’
[ad_2]