ଅପରାଧ

ବ୍ରିଟେନରେ ଭାରତୀୟ ଛାତ୍ରଙ୍କ ବିରୋଧରେ ଘୃଣା ଅଭିଯାନ – Kalinga News

[ad_1]

ଲଣ୍ଡନ: ଗତବର୍ଷ ବ୍ରିଟେନରେ ଭାରତୀୟ ହାଇକମିସନ ଉପରେ ଉଗ୍ରବାଦୀ ତତ୍ତ୍ୱଙ୍କ ଆକ୍ରମଣକୁ ଖାତିର ନ କରି ରାସ୍ତାରୁ ତ୍ରିରଙ୍ଗା ଉଠାଇ ଚର୍ଚ୍ଚାକୁ ଆସିଥିବା ଭାରତୀୟ ଛାତ୍ର ସତ୍ୟମ୍ ସୁରାନା ଏବେ ଚଳିତ ବର୍ଷ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ଛାତ୍ର ସଂସଦ ନିର୍ବାଚନ ସମୟରେ ତାଙ୍କ ବିରୋଧରେ ଓ ଅନ୍ୟ ଭାରତୀୟ ଛାତ୍ରଙ୍କ ବିରୋଧରେ ଘୃଣା ଅଭିଯାନ ଚାଲିଥିବା ଅଭିଯୋଗ କରିଛନ୍ତି। ସତ୍ୟମ୍ କହିଛନ୍ତି ଯେ, ମତଦାନର ମାତ୍ର ୧୨ ଘଣ୍ଟା ପୂର୍ବରୁ ତାଙ୍କ ବିରୋଧରେ ଏକ ସୁପରିକଳ୍ପିତ ଅଭିଯାନ ଆରମ୍ଭ କରାଯାଇଥିଲା। ତାଙ୍କୁ କୌଣସି ପ୍ରକାରେ ବିଜେପି ସହ ଯୋଡ଼ିବା ସହ ତାଙ୍କୁ ଫାଶିବାଦୀ ବୋଲି କହି ତାଙ୍କୁ ଓ ତାଙ୍କ ପ୍ରଚାରକୁ ବର୍ଜନ କରିବା ପାଇଁ ଆହ୍ବାନ ଦିଆଯାଇଥିଲା। ଭାରତୀୟଙ୍କ ବିରୋଧରେ ଚାଲିଥିବା ଏହି ଅଭିଯାନରେ କେତେକ ଭାରତୀୟ ବାମପନ୍ଥୀ ଛାତ୍ର ମଧ୍ୟ ସାମିଲ ଅଛନ୍ତି ବୋଲି ସେ କହିଛନ୍ତି।

ସମଗ୍ର ଘଟଣା ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ ସତ୍ୟମ୍ କହିଛନ୍ତି ଯେ ଫେବ୍ରୁଆରି ଓ ମାର୍ଚ୍ଚ ପ୍ରାରମ୍ଭରେ ଏଲ୍‌ଏସ୍‌ଇ ନିର୍ବାଚନ ଘୋଷଣା କରାଯାଇଥିଲା ଏବଂ ସେ ସାଧାରଣ ସମ୍ପାଦକ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ‘ମାର୍ଚ୍ଚ ୧୪-୧୫ ତାରିଖରୁ ଆମେ ଦେଖିଥିଲୁ ଯେ ଆମ ପୋଷ୍ଟର ଚିରି ଦିଆଯାଉଛି। ଏ ନେଇ ଆମେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲୁ। ମାର୍ଚ୍ଚ ୧୬ରେ ଆମେ ନୂଆ ପୋଷ୍ଟର ଲଗାଇବା ପରେ କିଛି ପୋଷ୍ଟରକୁ ବିକୃତ କରାଯାଇଥିଲା ଏବଂ ଭାରତର ସରକାର ଓ ଗଣତନ୍ତ୍ରକୁ ନେଇ ଆପତ୍ତିଜନକ ସ୍ଲୋଗାନ ଦିଆଯାଇଥିଲା। ମାର୍ଚ୍ଚ ୧୭ ତାରିଖରେ ଏଲ୍‌ଏସ୍‌ଇର ସମସ୍ତ ଗ୍ରୁପ୍‌ରେ ମେସେଜ୍ ଆସିଥିଲା ଯେ ଏହି ସତ୍ୟମ୍ ସୁରାନା ଜଣେ ବିଜେପି ସମର୍ଥକ, ସେ ଜଣେ ଫାସିବାଦୀ ବ୍ୟକ୍ତି, ଜଣେ ଇସ୍ଲାମୋଫୋବ୍ ଓ ଟ୍ରାନ୍ସଫୋବ୍। ଏକ ପୋଷ୍ଟରେ ଖଲିସ୍ତାନୀମାନଙ୍କୁ ‘ଆତଙ୍କବାଦୀ’ ବୋଲି କହିବା ପାଇଁ ତାଙ୍କୁ ଟାର୍ଗେଟ କରାଯାଇଥିଲା। ସତ୍ୟମ୍ କହିଛନ୍ତି ଯେ ଏହି ଯୋଜନାବଦ୍ଧ ଘୃଣା ଅଭିଯାନ ବିରୋଧରେ ଯେଭଳି କାର୍ଯ୍ୟାନୁଷ୍ଠାନ ହୋଇପାରି‌ବ ସେଥିପାଇଁ ସେ ପ୍ରୟାସ ଜାରି ରଖିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button