ରାଜନୀତି

କଠୋର ହେଲେ ନିର୍ବାଚନ କମିସନ – Kalinga News

[ad_1]

ନୂଆଦିଲ୍ଲୀ: ଆଗାମୀ ସାଧାରଣ ଓ ଓଡ଼ିଶା ସମେତ ଚାରି ରାଜ୍ୟର ବିଧାନସଭା ନିର୍ବାଚନକୁ ଅବାଧ,ସ୍ବଚ୍ଛ ଓ ନିରପେକ୍ଷ କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ(ଇିସିଆଇ) ଗୁରତ୍ବ ଦେଉଛନ୍ତି। ନିର୍ବାଚନ ଆଚରଣ ବିଧିର ଯେଭଳି ଉଲଂଘନ ନ ହୁଏ ତାହା ଉପରେ ମଧ୍ୟ ଆୟୋଗଙ୍କର ତୀକ୍ଷ୍‌ଣ ନଜର ରହିଛି। ନିର୍ବାଚନ ପ୍ରଚାର ସମୟରେ ଦଳୀୟ ତାରକା ପ୍ରଚାରକଙ୍କ ଦ୍ବାରା ନିର୍ବାଚନ ଆଚରଣ ବିଧିର ଉଲଂଘନ କରାଗଲେ ଏଥର ଦଳମାନଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ। ତାରକା ପ୍ରଚାରକଙ୍କ ଦ୍ବାରା ଯଦି ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରାଯାଏ ତାହାହେଲେ ଦଳୀୟ ନିର୍ବାଚନ ଚିହ୍ନକୁ ସିଜ କରିନିଆଯିବ ବୋଲି ଆୟୋଗଙ୍କ ସୁତ୍ରରୁ ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ନିର୍ବାଚନ ପ୍ରଚାର ପାଇଁ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ବାରା ତାରକା ପ୍ରଚାରକଙ୍କ ତାଲିକା ଜାରି କରାଯାଇଥାଏ।ଆୟୋଗଙ୍କ ସୁତ୍ର ଅନୁସାରେ ରାଜ୍ୟମାନଙ୍କର ମୁ୍‌ଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମାନଙ୍କୁ ଯେଉଁ ନିର୍ଦ୍ଦେଶ ଜାରି କରାଯାଇଛି ସେଥିରେ ତାରକା ପ୍ରଚାରକଙ୍କ ଦ୍ବାରା ନିର୍ବାଚନ ଆଚରଣ ବିଧି ଉଲଂଘନ ମାମଲାରେ ଜନ ପ୍ରତିନିଧି ଆଇନ ୧୯୫୧ ଅର୍ନ୍ତଗତ ସଂବଦ୍ଧିତ ବ୍ୟକ୍ତି,ପ୍ରାର୍ଥୀ ଓ ରାଜନୈତିକ ଦଳକୁ ନୋଟିସ ଜାରି କରିବାର ବ୍ୟବସ୍ଥା ରହିଛି ବୋଲି ଅବଗତ କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button