‘ପ୍ରେମଦିବସ’ରେ ଟେଡି ବିୟର ବେଶରେ ଡ୍ରଗ୍ସ ଚାଲାଣକାରୀଙ୍କୁ ଗିରଫ କଲା ପୁଲିସ – Kalinga News

[ad_1]
ନୂଆଦିଲ୍ଲୀ: ପେରୁର ରାଜଧାନୀ ଲିମାରେ ପୁଲିସ କରିଥିବା ଏକ ଚଢ଼ାଉ ଚର୍ଚ୍ଚାରେ ରହିଛି। ଏହି ଚଢ଼ାଉରେ ପୁଲିସକୁ ଏକ ବଡ଼ ସଫଳତା ମିଳି ପାରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ‘ପ୍ରେମଦିବସ’ ଅବସରରେ ପୁଲିସ ଜଣେ ମହିଳା ଡ୍ରଗ୍ସ ଚାଲାଣକାରୀଙ୍କୁ ଧରିବା ପାଇଁ ଟେଡି ବିୟରର ସାହାଯ୍ୟ ନେଇଥିଲା। ଅର୍ଥାତ ଫେବ୍ରୁଆରି ୧୪ ତାରିଖରେ ଜଣେ ପୁଲିସ ଟେଡି ବିୟର ବେଶ ଧାରଣ କରିବା ସହିତ ହୃଦୟ ଚିହ୍ନର ଏକ ବେଲୁନ ଓ ଚକୋଲେଟ ବାକ୍ସ ଧରି ସନ୍ଦିଗ୍ଧ ଡ୍ରଗ୍ସ ଚାଲାଣକାରୀଙ୍କ ଘରେ ପହଞ୍ଚିଥିଲା।
ମହିଳା ଚାଲାଣକାରୀ ଘର ସାମ୍ନାରେ ଏସବୁ ଦୃଶ୍ୟ ଦେଖି ପ୍ରେମିକ ହୋଇଥିବେ ଭାବି ଖୁସିରେ ବାଲକୋନୀରୁ ତଳକୁ ଓହ୍ଲାଇ ଆସିଥିଲେ। ଏହି ସମୟରେ ସେ ପୁଲିସ ବିଛାଇଥିବା ଜାଲରେ ପଡ଼ିଯାଇଥିଲେ। ପୁଲିସ କର୍ମୀ ଡ୍ରଗ୍ସ ଚାଲାଣ କରୁଥିବା ମହିଳାଙ୍କୁ ସାମ୍ନାରେ ପାଇ ସଙ୍ଗେସଙ୍ଗେ ଗିରଫ କରି ନେଇଥିଲେ।
ଗିରଫ ପରେ ମହିଳାଙ୍କୁ ଜବତ କରଯାଇଥିବା ଡ୍ରଗ୍ସ ସହିତ ରାସ୍ତାରେ ବୁଲାଯାଇଥିଲା। ଧରାପଡ଼ିଥିବା ପରେ ମହିଳା ଡ୍ରଗ୍ସ ଚାଲାଣକାରୀ ଭୋଭୋ ହୋଇ କାନ୍ଦିଥିଲେ। ଏହି ସମୟରେ ଟେଡି ବିୟର ବେଶ ଧାରଣ କରିଥିବା ପୁଲିସ କର୍ମଚାରୀ ମହିଳାଙ୍କୁ ଶାନ୍ତ୍ବନା ଦେଉଥିବା ବି ଦେଖିବାକୁ ମିଳିଥିଲା।
ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଲୋକେ ଭିଡିଓରେ ଡ୍ରଗ୍ସ ଚାଲାଣକାରୀଙ୍କୁ ଧରିବା ପାଇଁ ପୁଲିସର ଚଢ଼ାଉ ଦୃଶ୍ୟ ଦେଖି ପ୍ରଶଂସା କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।
[ad_2]




