ରାଜନୀତି

ଆନ୍ଧ୍ରପ୍ରଦେଶ ଭୋଟିଂ ବୁଥ୍‌ରେ ବିଧାୟକ-ଭୋଟର ମାଡ଼ପିଟ୍‌ – Kalinga News

[ad_1]

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ଏକ ଭୋଟିଂ ବୁଥ୍‌ରେ ଆଜି ତୁମୁଳକାଣ୍ଡ ହୋଇଛି। ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ବିଧାୟକ ଶିବ କୁମାର ବୁଥ୍‌ରେ ଜ‌ଣେ ଭୋଟରଙ୍କୁ ଚାପୁଡ଼ା ମାରିଛନ୍ତି। ଭୋଟରମାନେ ଭୋଟ୍‌ ଦେବାପାଇଁ ଧାଡ଼ିରେ ଠିଆ ହୋଇଥିବା ‌ବେଳେ ବିଧାୟକ ସେମାନଙ୍କୁ ଅତିକ୍ରମ କରି ପ୍ରଥମେ ଭୋଟ୍‌ ଦେଇଥିଲେ। ଏହାକୁ ଜଣେ ‌ଭୋଟର ବିରୋଧ କରିଥି‌ଲେ। ଫଳରେ ବିଧାୟକ ଜଣଙ୍କ ତାଙ୍କୁ ଚାପୁଡ଼ା ମାରିଥିଲେ। ଏହାପରେ ମାଡ଼ ଖାଇଥିବା ବ୍ୟକ୍ତି ମଧ୍ୟ ବିଧାୟକଙ୍କୁ ଚାପୁଡ଼ା ମାରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବ୍ୟକ୍ତି ଜଣଙ୍କ ବିଧାୟକଙ୍କୁ ଚାପୁଡ଼ା ମାରିବାପରେ ବିଧାୟକ ଏବଂ ତାଙ୍କ ସମର୍ଥକମାନେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ବୁଥ୍‌ରେ ଥିବା ଲୋକମାନେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ପୁଲିସ ଉକ୍ତ ଘଟଣାରେ ବିଧାୟକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ଏବଂ ଉକ୍ତ ଘଟଣାରେ ତଦନ୍ତ ଜାରି ରହିଛି। ଉକ୍ତ ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉଲ୍ଳେଖଯୋଗ୍ୟ ଯେ ଆଜି ଆନ୍ଧ୍ରପ୍ରଦେଶର ସମସ୍ତ ୧୭୫ ବିଧାନସଭା ଆସନ ଏବଂ ୨୫ ଲୋକସଭା ଆସନରେ ଭୋଟ୍‌ ଗ୍ରହଣ ହୋଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button