ଦେଶ- ବିଦେଶ
ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମନ୍ତ୍ରୀଙ୍କୁ ଇଡି ସମନ୍ – Kalinga News

[ad_1]
ନୂଆଦିଲ୍ଲୀ : ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମଙ୍ଗଳବାର ଦିନ ପଶ୍ଚିମବଙ୍ଗ ମନ୍ତ୍ରୀ ଚନ୍ଦ୍ରନାଥ ସିହ୍ନାଙ୍କୁ ସମନ୍ କରିଛନ୍ତି। ସିହ୍ନାଙ୍କ ଘର ବୀରଭୂମ ଜିଲ୍ଲାରେ। ମାର୍ଚ୍ଚ ୨୨ ତାରିଖରେ ତାଙ୍କ ଘରେ ଚଢ଼ଉ କରାଯାଇଥିଲା ଏବଂ ତାଙ୍କୁ ମାର୍ଚ୍ଚ ୨୭ ତାରିଖରେ ହାଜର ହେବାକୁ କୁହାଯାଇଥିଲା। ଏହି ଚଢ଼ଉ ପରେ ଇଡି ଅଧିକାରୀମାନେ ବିଭିନ୍ନ ସମ୍ପତ୍ତି ଜନିତ ଦଲିଲ , ଗୋଟିଏ ମୋବାଇଲ ଫୋନ୍ ଏବଂ ନଗଦ ୪୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲେ। ମନ୍ତ୍ରୀଙ୍କ ଘରେ ଏତେ ଟଙ୍କା କେଉଁଠାରୁ ଆସିଲା ତାହା ସେ କହି ପାରିନଥିଳେ। ସେଥିପାଇଁ ଏହି ଟଙ୍କାକୁ ଇଡି ଜବତ କରିଥିଲା। ବୋଲପୁରଠାରୁ ୯୦ କିମି ଦୂର ମୂରାରାଇ ସ୍ଥିତ ସିହ୍ନାଙ୍କ ପୈତୃକ ଘରେ ଇଡି ଅଧିକାରୀମାନେ ଚଢ଼ଉ କରିଥିଲେ।
[ad_2]