ଅଧ୍ୟୟନରୁ ମିଳିଲା ନୂଆ ତଥ୍ୟ: ଶାଢ଼ି ପିନ୍ଧିଲେ ହୋଇପାରେ କ୍ୟାନ୍ସର୍!

ନୂଆଦିଲ୍ଲୀ: ଶାଢ଼ି ପିନ୍ଧିବାକୁ ପ୍ରାୟତଃ ସମସ୍ତେ ପସନ୍ଦ କରିଥାନ୍ତି । ସେ ଭାରତୀୟ ମହିଳା ହୁଅନ୍ତୁ କି ବିଦେଶିନୀ। ଶାଢ଼ି ପିନ୍ଧିବା ସମସ୍ତଙ୍କ ପସନ୍ଦ । କିନ୍ତୁ ଶାଢିକୁ ନେଇ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଭୟଭୀତ କରିଛି । ଆପଣ ଶୁଣିଲେ ଆଶ୍ଚର୍ୟ୍ୟ ହେବେ ଯେ ଶାଢି ପିନ୍ଧିଲେ ହେବ କ୍ୟାନ୍ସର। ଏକ ଅଧ୍ୟୟନରେ ଡାକ୍ତରମାନେ ଏହି ଖୁଲାସା କରିଛନ୍ତି ଯେ, ଶାଢି ପିନ୍ଧିଲେ ପେଟିକଟ କ୍ୟାନ୍ସର ହେଉଛି।
ଅଧ୍ୟୟନରେ ଡାକ୍ତର ଦୁଇ ମହିଳାଙ୍କଠାରେ ପେଟିକଟ କ୍ୟାନସର ଦେଖିବାକୁ ମିଳିଥିବା କହିଛନ୍ତି ସେ।
ମହିଳାମାନେ ବର୍ଷ ବର୍ଷ ଧରି ଗୋଟିଏ ଢଙ୍ଗରେ ଶାଢି ପିନ୍ଧିଥାନ୍ତି । ପ୍ରଥମେ ସାୟା ଆଉ ତା ଉପରେ ଶାଢି ପିନ୍ଧିଥାନ୍ତି । ପ୍ରାୟତଃ ସାୟା ଡୋରିକୁ ଅଣ୍ଟାରେ ଟାଇଟ୍ କରି ବାନ୍ଧିବା ପରେ ଶାଢି ପିନ୍ଧାଯାଏ । ଏହି ସାୟା ଡୋରି ହିଁ କ୍ୟାନ୍ସରର ମୁଖ୍ୟ କାରଣ ବୋଲି କହିଛନ୍ତି ଡାକ୍ତର । ହେଲେ ସାୟା ଡୋରିରେ କେମିତି ହେଉଛି କ୍ୟାନ୍ସର ?
ସୂଚନା ମୁତାବକ ସାୟା ଡୋରିକୁ ଅଣ୍ଟାରେ ଟାଇଟ୍ କରି ବହୁତ ସମୟ ଧରି ବାନ୍ଧି ରଖିବା ଦ୍ୱାରା ଗଣ୍ଠି ଅଲସର ହୋଇଥାଏ, ଆଉ ତା ପରେ କ୍ୟାନ୍ସାରେ ପରିଣତ ହୋଇଥାଏ । ବ୍ରିଟିଶ ମେଡିକାଲ ଜର୍ଣ୍ଣାଲ ରିପୋର୍ଟସରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଜଣେ ୭୦ ବର୍ଷୀୟ ମହିଳା ଏବଂ ଅନ୍ୟ ଜଣେ ୬୦ବର୍ଷୀୟ ମହିଳାଙ୍କୁ ପେଟିକଟ କ୍ୟାନ୍ସର ହୋଇଥିବା କୁହାଯାଇଛି । ସାୟା ଭିଡ଼ିକି ବାନ୍ଧିବା ଦ୍ୱାରା ୭୦ ବର୍ଷୀୟ ମହିଳାଙ୍କର ଅଣ୍ଟା ହାଡରେ ଏପରି ହୋଇଥିଲା । ଗଣ୍ଡି ଅଲସର ହେବା ପରେ ଏହା କ୍ୟାନ୍ସରେ ପରିଣତ ହୋଇଥିଲା । ସେହିପରି ଅନ୍ୟ ଜଣେ ୬୦ ବର୍ଷୀୟ ମହିଳାଙ୍କୁ ବି ଏଭଳି ଭାବେ କ୍ୟାନ୍ସର ହୋଇଥିଲା ବୋଲି ରିପୋର୍ଟରେ କୁହାଯାଇଛି ।
ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ହେଲଥ ରିସର୍ଚ୍ଚରୁ ଖୁଲାସା ହୋଇଛି ଯେ, ଏହି କ୍ୟାନ୍ସର କେବଳ ପେଟିକଟ ନୁହେଁ ସାଲୱାର କମିଜରୁ ବି ହୋଇଥାଏ । ସାଲୱାର ପ୍ୟାଣ୍ଟ ଡୋର ଜୋରରେ ବାନ୍ଧିବା ଦ୍ୱାରା ମଧ୍ୟ ଏହି କ୍ୟାନ୍ସର ହେଉଛି । ବିଶେଷଜ୍ଞଙ୍କ କହିବାନୁଯାୟୀ ଏଥିରୁ ବର୍ତ୍ତିବା ପାଇଁ ହାଲୁକା ଏବଂ ଢ଼ିଲା କପଡ଼ା ପିନ୍ଧିବା ଆବଶ୍ୟକ । ଡୋରକୁ ଅଣ୍ଟାରେ ଟାଇଟ୍ କରି ବାନ୍ଧିବା ପେଟିକଟ କ୍ୟାନ୍ସର ପ୍ରଥମ କାରଣ ବୋଲି ଡାକ୍ତର କହିଛନ୍ତି । ତେବେ ସବୁଠୁ ବଡ କଥା ହେଲା ମହିଳାମାନେ ଶାଢି ପିନ୍ଧିଲା ବେଳେ ଟିକେ ଯତ୍ନର ସହ ପିନ୍ଧିବା ଆବଶ୍ୟକ।




