ଦେଶ- ବିଦେଶ

ପଂଜାବରେ ସମସ୍ତ ୧୩ ଆସନରେ ଏକାକୀ ନିର୍ବାଚନ ଲଢ଼ିବ ବିଜେପି – Kalinga News

[ad_1]

ନୂଆଦିଲ୍ଲୀ: ପଂଜାବରେ ବିଜେପି ଏବଂ ସ୍ୟାଡ୍ (ଶିରୋମଣି ଅକାଳୀ ଦଳ) ମିଶ୍ରଣ ଚର୍ଚ୍ଚାରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି। ବିଜେପି ପଂଜାବରେ ଏକାକୀ ନିର୍ବାଚନ ଲଢ଼ିବ। ପଂଜାବରେ ସମସ୍ତ ୧୩ ଟି ଲୋକସଭା ଆସନରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ରାଜ୍ୟ ବିଜେପି ସଭାପତି ସୁନୀଲ ଜାଖର ଆଜି ଘୋଷଣା କରିଛନ୍ତି। ଦଳ ସ୍ୟାଡ୍ ସହ କୌଣସି ପ୍ରକାର ମେଣ୍ଟ କରିବନାହିଁ ବୋଲି ସୁନୀଲ ଜାଖର କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପଂଜାବରେ ଆପ୍ ଏବଂ ସ୍ୟାଡ୍ ମେଣ୍ଟ କରିପାରନ୍ତି ବୋଲି ଗତ ସପ୍ତାହରେ ଜୋରଦାର ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି ଏହି ଚର୍ଚ୍ଚା ଭୁଲ୍ ବୋଲି ପ୍ରମାଣିତ ହୋଇଗଲା। ଜାଖର ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, ଲୋକ ଏବଂ ଦଳୀୟ କର୍ମୀଙ୍କ ମତାମତକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି। କୃଷକ ଏବଂ ବ୍ୟବସାୟୀଙ୍କ କଲ୍ୟାଣକୁ ମୁଣ୍ଡରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପଂଜାବରେ ୧୩ ଲୋକସଭା ଆସନରେ ଆସନ୍ତା ଜୁନ୍ ୧ ତାରିଖରେ ଭୋଟ୍ ଗ୍ରହଣ ହେବ। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନରେ ସ୍ୟାଡ୍ ଏବଂ ବିଜେପି ଏକାଠି ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଆଶାନୁରୂପ ଫଳ ମିଳିନଥିଲା। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ୮ଟି ଆସନରେ ଜିତିଥିବାବେଳେ ବିଜେପି ୨ , ସ୍ୟାଡ୍ ୨ଟି ଏବଂ ଆପ୍ ଦଳ ଗୋଟିଏ ଆସନରେ ଜିତିଥିଲା।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button