ଅପରାଧ

ଭୁବଶ୍ବେରରେ ୨୦୦ ପାଉଚ୍‌ ଦେଶୀ ମଦ ଜବତ, ଅଭିଯୁକ୍ତ ଗିରଫ – Kalinga News

[ad_1]

ଭୁବନେଶ୍ବର: ଗଂଜାମ ଜିଲ୍ଲା ଖଲ୍ଲିକୋଟରୁ ରାଜଧାନୀ ଭୁବନେଶ୍ୱରକୁ ଚୋରା ମହୁଲି ପାଉଚ ଚାଲାଣ ବେଳେ ମାଡ଼ି ବସିଲା କମିସନରେଟ ପୁଲିସ। ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗଣପତି ଦାସ।

ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଣ୍ଡଗିରି ଥାନାର ସ୍ୱତନ୍ତ୍ର ଟିମ ଚଢ଼ାଉ କରିବା ସମୟରେ ଗଣପତିଙ୍କ ଠାରୁ ୨୦୦ ଲିଟରରୁ ଅଧିକ ମହୁଲି ପାଉଚ ମିଳିଥିଲା। ବସ୍ତି ବାସିନ୍ଦାଙ୍କୁ ବିକ୍ରି କରିବା ପାଇଁ ଗଣପତି ଦାସ ଏତେ ପରିମାଣର ବେଆଇନ ମହୁଲି ଆଣିଥିଲା। ଗଣପତି ପୂର୍ବରୁ ମଧ୍ୟ ବେଆଇନ ମଦ କାରବାରରେ ଅନେକ ଥର ଗିରଫ ହୋଇ ଜେଲ ଯାଇଛି। ଆଜି ତାକୁ ପୁଣିଥରେ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଗଣପତି ବିରୋଧରେ ୧୧୦ ଦଫା ଲଗାଯିବ ବୋଲି ସୂଚନା ଦେଇଛନ୍ତି ଖଣ୍ଡଗିରି ଥାନା ଅଧିକାରୀ ଅଭିମନ୍ୟୁ ଦାସ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button