ଖେଳ ଖବର

ଯୁଗଳ ଶତକରେ ମେଣ୍ଡିସ୍‌ଙ୍କ ମାଇଲ୍‌ଖୁଣ୍ଟ, ୧୪୭ ବର୍ଷରେ ପ୍ରଥମ – Kalinga News

[ad_1]

ପରାଜୟ ଦ୍ବାରରେ ବାଂଲାଦେଶ

ସିଲହଟ୍: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଶ୍ରୀଲଙ୍କା ଅଲରାଉଣ୍ଡର୍ କାମିନ୍ଦୁ ମେଣ୍ଡିସ୍ ଇତିହାସ ରଚିଛନ୍ତି। ସପ୍ତମ ସ୍ଥାନ କିମ୍ବା ତା’ଠାରୁ ତଳେ ବ୍ୟାଟିଂ କରି ଉଭୟ ପାଳିରେ ଶତକ ଅର୍ଜନ କରିବାରେ ସେ ପ୍ରଥମ ବ୍ୟାଟର୍ ହୋଇଛନ୍ତି। ମେଣ୍ଡିସ୍‌ ପ୍ରଥମ ପାଳିରେ ୧୦୨ ରନ୍ କରିଥିଲେ। ଦ୍ବିତୀୟ ପାଳିରେ ତା’ଠାରୁ ଆହୁରି ଭଲ ପ୍ରଦର୍ଶନ କରି ୧୬୪ ରନ୍‌ର ପ୍ରଭାବଶାଳୀ ଶତକ ଖେଳିଛନ୍ତି। ସେହିଭଳି ଶ୍ରୀଲଙ୍କାର ଯୁବ ଅଧିନାୟକ ଧନଞ୍ଜୟ ଡି’ସିଲ୍‌ଭା ମଧ୍ୟ ଉଭୟ ପାଳିରେ ଶତକ ଅର୍ଜନ କରିବାର ଗୌରବ ହାସଲ କରିଛନ୍ତି। ପ୍ରଥମ ପାଳିରେ ସେ ମଧ୍ୟ ମେଣ୍ଡିସ୍‌ଙ୍କ ଭଳି ଠିକ୍ ୧୦୨ ରନ୍ କରିଥିଲେ। ଏହି ସଫଳତାକୁ ଦ୍ବିତୀୟ ପାଳିରେ ‌ଦୋହରାଇ ୧୦୮ ରନ୍‌ର ଦାୟିତ୍ବବାନ ଶତକ ଅର୍ଜନ କରିଥିଲେ। କୌଣସି ଟେଷ୍ଟ୍‌ର ଉଭୟ ପାଳିରେ ଦୁଇ ଜଣ ବ୍ୟାଟର୍ ଶତକ ଅର୍ଜନ କରିବାର କିନ୍ତୁ ଏହା ତୃତୀୟ ଘଟଣା ଥିଲା। ମେଣ୍ଡିସ୍-ଡି’ସିଲ୍‌ଭାଙ୍କ ଯୋଡ଼ି ପୂର୍ବରୁ ଅଷ୍ଟ୍ରେଲିଆର ଇଆନ ଓ ଗ୍ରେଗ୍ ଚାପେଲ ଏବଂ ପାକିସ୍ତାନର ମିସ୍‌ବା-ଉଲ୍-ହକ୍ ଓ ଆଝାର ଅଲ୍ଲୀ ଏଭଳି ନିଅରା ସଫଳତା ଲାଭ କରିସାରିଛନ୍ତି।

ପରାଜୟ ଦ୍ବାରରେ ବାଂଲାଦେଶ
ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଘରୋଇ ବାଂଲାଦେଶ ପରାଜୟ ଦ୍ବାରରେ ପହଞ୍ଚିଛି। ଶ୍ରୀଲଙ୍କାର ପ୍ରଥମ ପାଳିର ସ୍କୋର୍‌ ୨୮୦ ଜବାବରେ ଘରୋଇ ଦଳ ୧୮୮ ରନ୍‌ କରିଥିଲା। ଦ୍ବିତୀୟ ପାଳିରେ ଶ୍ରୀଲଙ୍କା କାମିନ୍ଦୁ ମେଣ୍ଡିସ୍‌ (୧୬୪) ଏବଂ ଅଧିନାୟକ ଧନଞ୍ଜୟ ଡି’ସିଲ୍‌ଭା (୧୦୮)ଙ୍କ ଶତକ ବଳରେ ୪୧୮ ରନ୍‌ କରି ବାଂଲାଦେଶ ସମ୍ମୁଖରେ ୫୧୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ଏହାକୁ ପିଛା କରି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୪୭ ରନ୍‌ରେ ୫ ୱିକେଟ୍‌ ହରାଇ ପରାଜୟ ଏଡ଼ାଇବାକୁ ସଂଘର୍ଷ ଜାରି ରଖିଛି। ମୋମିନୁଲ ହକ୍‌ ୭* ଓ ତୈଜୁଲ ଇସ୍‌ଲାମ ୬* ରନ୍‌ରେ ବ୍ୟାଟିଂ କରୁଥିଲା ବେଳେ ଶ୍ରୀଲଙ୍କାର ବିଶ୍ବ ଫର୍ଣ୍ଣାଣ୍ଡୋ ୩ ଏବଂ କସୁନ ରଜିତା ଓ ଲାହିରୁ କୁମାରା ୧ ଲେଖାଏଁ ୱିକେଟ୍‌ ନେଇଥିଲେ। ଶନିବାରର ସ୍କୋର୍‌ ୧୧୯/୫ରୁ ଖେଳ ଆରମ୍ଭ କରିଥିବା ଶ୍ରୀଲଙ୍କା ରବିବାର ଆଉ ୧୩ ରନ୍‌ ଯୋଡ଼ି ବିଶ୍ବ ଫର୍ଣ୍ଣାଣ୍ଡୋ (୪)ଙ୍କୁ ହରାଇଥିଲା। ତେବେ ସପ୍ତମ ୱିକେଟ୍‌ରେ ଧନଞ୍ଜୟ ଓ କାମିନ୍ଦୁ ୧୭୩ ରନ୍‌ ଯୋଡ଼ି ଶ୍ରୀଲଙ୍କାକୁ ବଡ଼ ସ୍କୋର୍‌ ଭେଟି ଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button