ଦେଶ- ବିଦେଶ

ଫୋନ୍ ଟ୍ୟାପିଂ ମାମଲା : ତେଲେଙ୍ଗାନାରୁ ପୁଣି ୨ ପୁଲିସ ଗିରଫ, ରାଡାରରେ କେସିଆର ପାର୍ଟି – Kalinga News

[ad_1]

ନୂଆଦିଲ୍ଲୀ : ଫୋନ୍ ଟ୍ୟାପିଂ ଏବଂ କିଛି କମ୍ପୁଟର ସିଷ୍ଟମ୍ ଏବଂ ସରକାରୀ ତଥ୍ୟ ନଷ୍ଟ କରିଥିବା ମାମଲାରେ ହାଇଦ୍ରାବାଦ ପୁଲିସ ଦ୍ବାରା ପୁଣି ୨ ଜଣ ବରିଷ୍ଠ ପୁଲିସ ଅଫିସର ଗିରଫ ହୋଇଛନ୍ତି। ମାମଲାରେ ଏଯାବତ ଗୁଇନ୍ଦା ବିଭାଗର ୩ ଜଣ ପୁଲିସ ଅଫିସର ଗିରଫ ହେଲେଣି। ଶନିବାର ରାତିରେ ହାଇଦ୍ରାବାଦ ପୁଲିସ ଦ୍ବାରା ଜାରି ହୋଇଥିବା ବିବୃତି ଅନୁଯାୟୀ ଅତିରିକ୍ତ ଡିସିପି ଥିରୁପଥନ୍ନ ଏବଂ ଅତିରିକ୍ତ ଏସପି ଏନ୍ ଭୁଜଙ୍ଗ ରାଓ ଗିରଫ ହୋଇଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତି ଏହି ମାମଲାରେ ସମ୍ପୃକ୍ତ। ପୂର୍ବତନ ଏସଆଇବି ମୁଖ୍ୟ ଟି ପ୍ରଭାକର ରାଓ ଏବଂ ପୂର୍ବତନ ଟାସ୍କଫୋର୍ସ ଡିସିପି ରାଧା କ୍ରୀଷ୍ଣ ରାଓଙ୍କୁ ମଧ୍ୟ ତଦନ୍ତ ପରିସରରେ ରଖାଯାଇଛି। ଗିରଫ ଅଧିକାରୀମାନେ ଏହି ବେଆଇନ କାର୍ଯ୍ୟରେ ସେମାନଙ୍କର ସମ୍ପୃକ୍ତି ଥିବା ନେଇ ତଦନ୍ତ ସମୟରେ ସ୍ବୀକାର କରିଛନ୍ତି। ଜେରା ସମୟରେ ୨ ଜଣ ପୁଲିସ ଅଫିସର ଏହି ଅପରାଧରେ ସେମାନଙ୍କ ସମ୍ପୃକ୍ତି ଥିବା ସ୍ବୀକାର କରିଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button