ଅପରାଧ

ଆତଙ୍କବାଦୀ ସଙ୍ଗଠନରେ ସାମିଲ ହେବାକୁ ଯାଉଥିବା ଆଇଆଇଟି ଛାତ୍ରକୁ ଟେକି ଆଣିଲା ପୁଲିସ – Kalinga News

[ad_1]

ନୂଆଦିଲ୍ଲୀ: ଆଇଏସଆଇଏସ୍ ଆତଙ୍କବାଦୀ ସଙ୍ଗଠନରେ ଯୋଗଦେବାକୁ ଯାଉଥିବା ଜଣେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ଗୁଆହାଟି (ଆଇଆଇଟି-ଜି)ର ଜଣେ ଛାତ୍ରଙ୍କୁ ପୁଲିସ ହାଜୋ ଅଞ୍ଚଳରୁ ଗିରଫ କରିଛି।

ପୁଲିସ ଡିଜିପି ଜିପି ସିଂ ଗତଶନିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ଆଇଏସଆଇଏସରେ ସାମିଲ ହେବାକୁ ଯାଉଥିବା  ଜଣେ ଆଇଆଇଟି ଗୁଆହାଟୀ ଛାତ୍ରକୁ ଗିରଫ କରାଯାଇଛି । ଛାତ୍ରକୁ ଗିରଫ କରାଯିବା ସହିତ ଆଗାମୀ ଯାଞ୍ଚ ଜାରି ରହିଛି।

ସେହିପରି ଏସଟିଏଫ କଲ୍ୟାଣ କୁମାର ପାଠକ କହିଛନ୍ତି, ” ଛାତ୍ର ଠାରୁ ଏକ ଇମେଲ ପାଇବା ପରେ ଆମେ ସତ୍ୟତା କ’ଣ ସେ ବିଷୟରେ ଯାଞ୍ଚ କରୁଛି।  ଯେଉଁଥିରେ ଗିରଫ ଛାତ୍ର ଜଣକ ଆଇଏସଆଇଏସରେ ସାମିଲ ହେବାକୁ ଯାଉଥିବା ଦାବି କରିଥିଲା। ଏହାପରେ ଆଇଆଇଟି-ଗୁଆହାଟି କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଯୋଗାଯୋଗ କରାଯାଇଥିଲା। ଯୋଗୋଯୋଗ କରିବା ପରେ ଜଣାପଡ଼ିଥିଲା କି ଉକ୍ତ ଛାତ୍ର ଜଣକ ନିଖୋଜ ହୋଇଯାଇଥିବା ସହିତ ତାଙ୍କ ଫୋନ ବି ବନ୍ଦ ରହିଛି।

ଗିରଫ ହୋଇଥିବା  ଛାତ୍ର ଜଣକ ଚତୁର୍ଥ ବର୍ଷର ଛାତ୍ର ଥିବା ବେଳେ ସେ ଦିଲ୍ଲୀର ଓଖଲାରେ ବସବାସ କରେ।। ସେ ରହୁଥିବା ହଷ୍ଟେଲରେ ଇସଲାମିକ ହସ୍ତପୁସ୍ତକ ସଦୃଶ ଏକ କଳା ପତାକା ଲଗାଇଥିଲା ଯାହାକୁ ଜବତ କରି ନିଆଯାଇଛି।  ପୁଲିସ ଉକ୍ତ ଛାତ୍ରର ହଷ୍ଟେଲରୁ କିଛି ସାମଗ୍ରୀ ଜବି କରି ଯ‌ାଞ୍ଚ କରୁଛି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button