ଅପରାଧ

ଦେଖୁଦେଖୁ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ ଝିଟିକି ପଡ଼ିବାରୁ ଉଡ଼ିଗଲା ପ୍ରାଣବାୟୁ – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରେ ରେଳ କ୍ରସିଂ ନିକଟରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ଟ୍ରେନ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏହି ଦୁର୍ଘଟଣା ପନକି ଓ ସଚେଡି ମଧ୍ୟରେ ଘଟିଛି। ଯେଉଁଠାରେ  ଟ୍ରେନ ଆସିବାକୁ ଥିବାରୁ ଫାଟକ ବନ୍ଦ ଥିଲା। ଏହି ସମୟରେ ଜଣେ ବୃଦ୍ଧ ସାଇକେଲ ଧରି ଉକ୍ତ ଫାଟକ ନିକଟ‌ରେ ପହଞ୍ଚିଯାଇଥିଲେ। କିନ୍ତୁ ସେ ସେଠାରେ ଅଟକିବା ବଦଳରେ ଫାଟକ ତଳ ଦେଇ ଧାରଣାକୁ ଚାଲି ଯାଇଥିଲେ। ଲୋକମାନେ ତାଙ୍କୁ ଅଟକିବା ପାଇଁ କହିଥିଲେ ହେଁ ସେ ଶୁଣି ନଥିଲେ।

ଡାହାଣକୁ ଦେଖି ଆଗକୁ ବଢ଼ି ଚାଲିଥିବା ବୃଦ୍ଧଙ୍କୁ ବାମପର୍ଶ୍ବରୁ ଏକ ଟ୍ରେନ ଆସି ଧକ୍କା ଦେଇଥିଲା। ଏହି ଧକ୍କାରେ ବୃଦ୍ଧ ଜଣକ କିଛିବାଟରେ ଯାଇ ଝିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ଏହି ଦୁର୍ଘଟଣାର ଖବର ପାଇବା ପରେ ରେଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଧାରଣାରୁ ବୃଦ୍ଧଙ୍କ ମୃତଦେହ ଜବତ କରି ବ୍ୟବ‌ଚ୍ଛେଦ ପାଇଁ ପଠାଇ ଦେଇଥିଲା।

ରେଳ ଅଧିକାରୀ କହିଛନ୍ତି, ‘ରେଳ ଫାଟକ ପଡ଼ିଥିବା ବେଳେ ତାହାକୁ ଅତିକ୍ରମ କରି ଯିବା ଦଣ୍ଡନୀୟ ଅପରାଧ। ଲୋକଙ୍କୁ ବାରମ୍ବାର ଏବିଷୟ ପ୍ରତି ସତର୍କ କରାଯାଉଥିଲେ ହେଁ ଏମିତି ଘଟଣା ଘଟିଚାଲିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button