ଭି.କେ ସିଂ-ବରୁଣ ଗାନ୍ଧୀଙ୍କ ଟିକେଟ ଉପରେ ହାଇକମାଣ୍ଡଙ୍କ ଖଣ୍ଡା ଚୋଟ ! – Kalinga News

[ad_1]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସମ୍ପର୍କରେ ଭାରତୀୟ ଜନତା ପାର୍ଟି (ବିଜେପି) ର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)ର ବୈଠକ ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ସିଇସି ସଦସ୍ୟମାନେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ରାଜସ୍ଥାନର ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା କରିଥିଲେ। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ପାର୍ଟି ହାଇକମାଣ୍ଡ ଅନେକ ବଡ଼ ନେତାଙ୍କ ଟିକେଟ କାଟିଛନ୍ତି। ସେମାନଙ୍କ ସ୍ଥାନରେ ନୂଆ ଚେହେରାକୁ ସୁଯୋଗ ଦେବାକୁ ନିଷ୍ପତ୍ତି ହୋଇଥିବା ସୂତ୍ରରୁ ପ୍ରକାଶ।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ, ଯେଉଁ ବଡ଼ ନେତାଙ୍କ ଟିକେଟ କଟିଛି। ସେମାନଙ୍କ ମଧ୍ୟରେ ଗାଜିଆବାଦ ସାଂସଦ ତଥା ପୂର୍ବତନ ସେନା ମୁଖ୍ୟ ଜେନେରାଲ ଭି.କେ ସିଂ, ପିଲିଭିତ ଲୋକସଭା ସାଂସଦ ବରୁଣ ଗାନ୍ଧୀ ଏବଂ ପ୍ରୟାଗରାଜ ଆସନରୁ ରୀତା ବହୁଗୁଣାଙ୍କ ଭଳି ହାଇ ପ୍ରୋଫାଇଲ୍ ଚେହେରା ରହିଛନ୍ତି। ଏହା ସହିତ ବାଲିଆରୁ ବିରେନ୍ଦ୍ର ସିଂ ମସ୍ତ, ହାଥରସରୁ ରାଜଭୀର ଦିଲେର, ଜୟପୁରରୁ ରାମଚରଣ ବୋହରା, ଗଙ୍ଗାନଗର ଆସନରୁ ନିହାଲ ଚନ୍ଦ ଏବଂ ବୃନ୍ଦାବନରୁ ସାଙ୍ଗମିତ୍ରା ମୌର୍ଯ୍ୟଙ୍କ ଟିକେଟ କଟିଛି।
ସୂତ୍ରରୁ ପ୍ରକାଶ ଯେ ବିଜେପି ଗାଜିଆବାଦରୁ ଅତୁଲ ଗର୍ଗ, ପିଲଭିତରୁ ଜିତିନ ପ୍ରସାଦ, ହାଥରସରୁ ଅନୁପ ବାଲ୍ମିକୀ, ସାହାରନପୁରରୁ ରାଘବ ଲଖନପାଲ, ଆଲିଗଡରୁ ସତୀଶ ଗୌତମ, ଜୟପୁର ସିଟି ଆସନରୁ ପୂଜା କପିଲ ମିଶ୍ର, ସୁଲତାନପୁରରୁ ମାନେକା ଗାନ୍ଧୀ ଏବଂ ମୁରାଦାବାଦରୁ ସର୍ବେଶ କୁମାରଙ୍କୁ ଟିକେଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ସମ୍ବଲପୁର ଆସନରୁ, ପୁରୀରୁ ସମ୍ବିତ ପାତ୍ର ଏବଂ ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ ଟିକେଟ ପାଇଛନ୍ତି।
ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପୂର୍ବରୁ ଦୁଇଥର ବୈଠକ କରି ବର୍ତ୍ତମାନ ପର୍ଯ୍ୟନ୍ତ ୨୯୧ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏହି ବୈଠକରେ ଉତ୍ତରପ୍ରଦେଶ, ଗୁଜୁରାଟ, ପଶ୍ଚିମବଙ୍ଗ, ଝାଡଖଣ୍ଡ, ରାଜସ୍ଥାନ, ହରିୟାଣା, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରପ୍ରଦେଶ, କେରଳ ଏବଂ ତେଲେଙ୍ଗାନା ସମେତ ଅନ୍ୟାନ୍ୟ ରାଜ୍ୟର ଆସନ ଉପରେ ନିଷ୍ପତ୍ତି ନିଆଯାଇଛି। ଏହି ରାଜ୍ୟଗୁଡିକର କେତେକ ଆସନ ପାଇଁ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରି ନାହିଁ।
[ad_2]