ରାଜନୀତି

ଲୋକଙ୍କ ସହ ଥିବା ନେତାଙ୍କୁ ମିଳିବ ଟିକେଟ୍‌: କଂଗ୍ରେସ କ୍ଲଷ୍ଟର୍‌ ସ୍କ୍ରିନିଂ କମିଟିର ବୈଠକ – Kalinga News

[ad_1]

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ନିଜର ପ୍ରସ୍ତୁତିକୁ ଜୋରଦାର କରିଛି କଂଗ୍ରେସ। ଆଜି କ୍ଲଷ୍ଟର ସ୍କ୍ରିନିଂ କମିଟିର ପ୍ରଥମ ବୈଠକ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ବରିଷ୍ଠ ନେତା, ସମ୍ମୁଖ ପ୍ରକୋଷ୍ଠର ସଦସ୍ୟ, ମହିଳା, ଯୁବ, ଛାତ୍ର ଓ ଛାମୁଆ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ଟିକେଟ୍‌ ବଣ୍ଟନର ପ୍ରକ୍ରିୟା ଉପରେ ନିଜର ମତ ରଖିଥିଲେ। କମିଟିର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି, ସୂରଜ ହେଗ୍‌ଡ଼େ ଓ ସାଫି ପରମିବଲ ଜଣ ଜଣ କରି ସବୁ ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ଅପରାହ୍‌ଣରେ ଏହି ଆଲୋଚନା ଆରମ୍ଭ ହୋଇଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ବୈଠକରେ ଓଡ଼ିଶାରେ ଦଳର ସ୍ଥିତି କିପରି ରହିଛି, କେଉଁ ଆସନରେ ସହଯୋଗୀ ଦଳ ସହ ମେଣ୍ଟ ଓ ଟିକେଟ୍‌ ବଣ୍ଟନର ପ୍ରକ୍ରିୟା ଉପରେ ଆଲୋଚନା ହୋଇଛି। ବିଜୟ ସମ୍ଭାବନା ଓ ‌ତୃଣମୂଳସ୍ତରରେ ଲୋକଙ୍କ ସହ ଯୋଡ଼ି ହୋଇ ରହିଥିବା ପ୍ରାର୍ଥୀଙ୍କୁ ହିଁ ଟିକେଟ୍‌ ମିଳିବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। କମିଟି ନିଜର ରିପୋର୍ଟ ହାଇକମାଣ୍ଡଙ୍କୁ ପ୍ରଦାନ କରିବେ।

ଦଳର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ସ୍କ୍ରିନିଂ କମିଟିର ସଦସ୍ୟ ସବୁ କର୍ମକର୍ତ୍ତାଙ୍କ ସହ ଜଣ ଜଣ କରି ଆଲୋଚନା କରୁଛନ୍ତି। କେଉଁ ଆଧାରରେ ଚଳିତଥରର ଟିକେଟ୍‌ ଦିଆଯିବ ତାହା ସଂପର୍କରେ ସଦସ୍ୟମାନେ ନିଜର ମତ ରଖୁଛନ୍ତି। ଆସନ୍ତାକାଲି ମଧ୍ୟ ଏହି ଆଲୋଚନା ଜାରି ରହିବ। ଉଲ୍ଲେଖ ଯେ ଦଳର ସବୁ ସାଙ୍ଗଠନିକ ଜିଲ୍ଲା ସଭାପତିମାନେ ଆଶାୟୀ ବିଧାନସଭା ଓ ସଂସଦର ପ୍ରାର୍ଥୀମାନଙ୍କର ତାଲିକା ସଭାପତିଙ୍କୁ ପ୍ରଦାନ କରିସାରିଛନ୍ତି। ପୂର୍ବରୁ ଦଳ ଗତ ନିର୍ବାଚନରେ ୩୦ହଜାରରୁ ଅଧିକ ଭୋଟ୍‌, ଦ୍ବିତୀୟ କିମ୍ବା ତୃତୀୟ ସ୍ଥାନରେ ରହିଥିବା ପ୍ରାର୍ଥୀଙ୍କୁ ଟିକେଟ୍‌ ପ୍ରଦାନ କରିବା ଲାଗି ଯୋଜନା କରିଥିଲା। ମାତ୍ର ଏଥିରେ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button