ସ୍ୱାସ୍ଥ୍ୟ

Coffee Side Effects: ଏହି ୪ଟି ରୋଗ ଥିଲେ ଭୁଲରେ ପିଅନ୍ତୁନି କଫି; କାରଣ

Coffe Side Effects: ସକାଳୁ ସକାଳୁ ଉଠିବା ମାତ୍ରେ ଅନେକ ଲୋକ ଚା’ କିମ୍ବା କଫି ପିଇବାକୁ ପସନ୍ଦ କରିଥାନ୍ତି।କେବଳ ସକାଳ ସମୟ ନୁହେଁ ଅନେକ ମଧ୍ୟ ଏହାକୁ ଦିନର ବିଭିନ୍ନ ସମୟରେ ପିଇବାକୁ ପସନ୍ଦ କରନ୍ତି।

ଅନେକଙ୍କ ମତ ଅନୁସାରେ ଏହା ଆମକୁ ସତେଜ ରଖିବାରେ ସାହାଯ୍ୟ କରିଥାଏ।

ହେଲେ ଆପଣ ଜାଣିଛନ୍ତି କି ଏହା ଶରୀର ପାଇଁ ଯେତିକି ଭଲ ସେତିକି କ୍ଷତିକାରକ ମଧ୍ୟ। ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ କିଛି ଏମିତି ରୋଗ ରହିଛି ଯେଉଁ ରୋଗରେ ପୀଡ଼ିତ ଲୋକମାନେ କଫି ବା ଚା ପିଇବାରୁ ନିବୃତ ରହିବା ଉଚିତ୍। ତେବେ ଜାଣନ୍ତୁ କ’ଣ ସେହି ସବୁ ରୋଗ..

ଯେଉଁମାନେ ମାଇଗ୍ରେନ୍ ସମସ୍ୟାରେ ପୀଡିତ, ସେମାନେ ମଧ୍ୟ କଫି ପିଇବା ଠାରୁ ଦୂରେଇ ରହିବା ଉଚିତ୍। ଏହାର କାରଣ ହେଉଛି କଫିରେ ଥିବା କାଫେନ୍ ମସ୍ତିଷ୍କର ସ୍ନାୟୁରେ ଅବରୋଧ ସୃଷ୍ଟି କରିପାରେ। ଯେଉଁ କାରଣରୁ ରକ୍ତ ସଞ୍ଚାଳନରେ ବ୍ୟାଘାତ ହେତୁ ମାଇଗ୍ରେନ୍ ସମସ୍ୟା ଆହୁରି ବଢ଼ିବାର ସମ୍ଭାବନା ଥାଏ।

ଗର୍ଭାବସ୍ଥାରେ ବା ଗର୍ଭବତୀ ଥିବା ମହିଳାମାନେ କଫି ପିଇବା ଠାରୁ ଦୂରେଇ ରହିବା ଉଚିତ୍। ଡାକ୍ତରଙ୍କ କହିବା ଅନୁଯାୟୀ, ଗର୍ଭାବସ୍ଥାରେ ଅଧିକ କଫି ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ବ୍ୟାହତ ହେବାର ସମ୍ଭାବନା ରହିଥାଏ, ଯାହା ଗର୍ଭସ୍ଥ ଶିଶୁର ବିକାଶରେ ସମସ୍ୟା ସୃଷ୍ଟି କରିଥାଏ। ଯାହା ଦ୍ୱାରା ଗର୍ଭ ନଷ୍ଟର ଆଶଙ୍କା ମଧ୍ୟ ରହିଥାଏ।

ସେହିପରି ଅଷ୍ଟିଓପୋରୋସିସ୍ ରୋଗରେ ପୀଡ଼ିତ ଥିବା ରୋଗୀମାନେ ଏହାକୁ ବାରଣ କରିବା ଉଚିତ୍। କାରଣ ଏହି ରୋଗରେ କ୍ୟାଲସିୟମ ଅଭାବରୁ ହାଡ଼ ଧିରେ ଧିରେ ଦୁର୍ବଳ ହୋଇଯାଏ। କଫିରେ ଥିବା କାଫେନ୍ ଶରୀରରୁ କ୍ୟାଲସିୟମ ଶୋଷି ନେଇଥାଏ।ତେଣୁ ଯଥା ସମ୍ଭବ କଫି ଠାରୁ ଦୂରେଇ ରହିବା ଉଚିତ୍।

ସେହିପରି ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ କଫି ଠାରୁ ଦୂରେଇ ରହିବା ଉଚିତ୍।କାରଣ କଫି ପିଇବା ଦ୍ୱାରା ଏହା ଲୋକଙ୍କୁ ଅନିଦ୍ରା ରଖିଥାଏ ଏବଂ ହୃଦୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ବୃଦ୍ଧି କରିଥାଏ, ଯାହାକି ରକ୍ତଚାପ ଥିବା ରୋଗୀଙ୍କ ପାଇଁ ଆଦୌ ଅନୁକୂଳ ନୁହେଁ। ଏହା ଦ୍ୱାରା ରକ୍ତଚାପ ଆହୁରି ବୃଦ୍ଧି ପାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button