ପେଟ ପାଇଁ ଅମୃତ ସାରୁ; ଜାଣନ୍ତୁ ଏହାର ଫାଇଦା…

Arabi or leaves Benefits: ଯଦି ଆପଣ ପେଟ ରୋଗରେ ଅସୁବିଧାରେ ପଡ଼ନ୍ତି ତେବେ ଆପଣ କିଛି ବିଶେଷ ପନିପରିବା ଖାଇବା ଉଚିତ୍। ଏଠାରେ ଆମେ ଆପଣଙ୍କୁ ଏପରି ଏକ ପନିପରିବା ବିଷୟରେ କହିବାକୁ ଯାଉଛୁ, ଯାହା ପ୍ରାୟତଃ ଭାରତୀୟ ତରକାରୀ, ଡାଲମାରେ ବ୍ୟବହାର ହୁଏ।
ସାରୁ ପରିବା ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଇଂଲିଶ୍ରେ ଏହାକୁ ଟାରୋ ରୁଟ୍ (TaroRoot) କୁହାଯାଏ। କିନ୍ତୁ ଏହାକୁ ଅଧିକାଂଶ ଲୋକେ ଏହା ଖାଇବାକୁ ପସନ୍ଦ କରନ୍ତି ନାହିଁ ।
ସାରୁ ଓ ଏହାର ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ସି, ଇ ଆଦି ରହିଛି। ଏହାକୁ ଡାଏଟ୍ରେ ସାମିଲ କରିବା ଦ୍ୱାରା ଆପଣ ହୃଦୟ ରୋଗ ଏବଂ କ୍ୟାନ୍ସର ଭଳି ଗମ୍ଭୀର ରୋଗର ବିପଦକୁ କମ୍ କରିପାରିବେ।
ସାରୁରେ ଷ୍ଟାର୍ଚ ପ୍ରଚୁର ମାତ୍ରାରେ ରହିଛି ଏବଂ ଏଥିରେ ଦୁଇ ପ୍ରକାରର କାର୍ବୋହାଇଡ୍ରେଟ୍ ମଧ୍ୟ ଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ। ସାରୁର ସେବନ ହଜମ ଏବଂ କାର୍ବୋହାଇଡ୍ରେଟ୍ସର ଅବଶୋଷଣକୁ ମନ୍ଥର କରିଥାଏ। ଏହା ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗକୁ ଦୂର କରିଥାଏ। ସାରୁ ଖାଇବା ଦ୍ବାରା ଓଜନ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ।
ପୋଷକ ତତ୍ତ୍ୱରେ ଭରପୂର ସାରୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜଭୁତ ହୋଇପାରିବ। ଏଥିରେ ଥିବା ଭିଟାମିନ୍ ସି ଏକ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାମ କରିଥାଏ, ଯେଉଁଥିରୁ ଇମ୍ୟୁନିଟିକୁ ବଢ଼ାଇବାରେ ସାହାଯ୍ୟ ମିଳିଥାଏ।
ସାରୁ ଓଜନ ହ୍ରାସ କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଲମ୍ବା ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣଙ୍କ ପେଟ ପୂର୍ଣ୍ଣ ରହିଥାଏ, ଯଦ୍ଦ୍ଵାରା ଦିନସାରାର କ୍ୟାଲୋରୀ ଇନଟେକ୍କୁ କମ୍ କରିବାରେ ସାହାଯ୍ୟ ମିଳିଥାଏ। ସାରୁରେ କ୍ୟାଲୋରୀ ମାତ୍ରା କମ୍ ଥାଏ। ତେଣୁ ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତା’ ହେଲେ ଆପଣଙ୍କ ଡାଏଟ୍ରେ ସାରୁ ପରିବାକୁ ନିଶ୍ଚୟ ସାମିଲ କରନ୍ତୁ।
ସାରୁରୁ ଭରପୂର ମାତ୍ରାରେ ଫାଇବର ମିଳିଥାଏ, ଯାହା ହଜମ ପ୍ରକ୍ରିୟାକୁ ଠିକ୍ ରଖିଥାଏ। ଏଥି ସହିତ ଗ୍ୟାସ୍, କୋଷ୍ଠକାଠିନ୍ୟ ଏବଂ ତରଳ ଝାଡ଼ାର ସମସ୍ୟା ମଧ୍ୟ ଦୂର ହୋଇଥାଏ।