ରାଜନୀତି

୩୫ ସାଙ୍ଗଠନିକ ଜିଲ୍ଲା ପାଇଁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ – Kalinga News

[ad_1]

ଭୁବନେଶ୍ବର: କଂଗ୍ରେସ ଦ୍ବାରା ପ୍ରସ୍ତୁତ ହୋଇଥିବା ଗ୍ୟାରେଣ୍ଟି କାର୍ଡକୁ ଆଜି ଦଳର ୩୫ଟି ସାଙ୍ଗଠନିକ ଜିଲ୍ଳାରେ ଏକକାଳୀନ ଉନ୍ମୋଚନ କରାଯାଇଛି। ଏହି ଭିତ୍ତିରେ ଆଜି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନରେ ଏହି କାର୍ଡକୁ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଏଆଇସିସି ଗଣମାଧ୍ୟମ ସଂଯୋଜିକା ବବିତା ର୍ଶମା, ରଜନୀ ମହାନ୍ତି, ଅଶୋକ ଦାସ ଓ ଅମୀୟ ପାଣ୍ଡବ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ହରିଚନ୍ଦନ କହିଥିଲେ ଯେ ରାଜ୍ୟରେ କଂଗ୍ରେସ ଶାସନକୁ ଫେରିଲେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ୫ଟି ଗ୍ୟାରେଣ୍ଟିକୁ ସରକାର ପାଳନ କରିବ। ଗୃହଜ୍ୟୋତି ଯୋଜନାରେ ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କୁ ୨ଶହ ୟୁନିଟ୍ ବିଦ୍ୟୁତ୍‌ ଦେୟ ସଂପୂର୍ଣ୍ଣ ଛାଡ଼ କରାଯିବ। ଯୁବ ବିକାଶ ଗ୍ୟାରେଣ୍ଟିରେ ୫ଲକ୍ଷ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ସହ ବେକାର ଯୁବକଯୁବତୀଙ୍କୁ ମାସକ ୩ହଜାର ଟଙ୍କା ବେକାରୀ ଭତ୍ତା, ଠିକା ନିଯୁକ୍ତିଙ୍କୁ ସଂପୂର୍ଣ୍ଣ ବନ୍ଦ, କୃଷକ ବନ୍ଧୁ ଯୋଜନାରେ ବୋନସ ସହ କ୍ବିଣ୍ଟାଲ୍‌ ପ୍ରତି ୩ହଜାର ଟଙ୍କାରେ ଧାନ କିଣାଯିବ। ମଣ୍ଡିରେ କଟ୍‌ନୀ ଓ ଛଟ୍‌ନୀକୁ ସଂପୂର୍ଣ୍ଣ ବନ୍ଦ କରାଯିବ। କୃଷି ଋଣ ସଂପୂର୍ଣ୍ଣ ଛାଡ଼ କରାଯିବା ସହ କୃଷକଙ୍କ ପାଇଁ ମାସିକ ୨ହଜାର ଟଙ୍କା ପେନସନ ରାଶି ପ୍ରଦାନ କରାଯିବ। ଗୃହଲକ୍ଷ୍ମୀ ଯୋଜନାରେ ମହିଳା ଏସ୍‌ଏଚ୍‌ଜିଙ୍କ ବ୍ୟାଙ୍କ ଋଣ ଛାଡ଼ କରାଯିବ ସହ ମହିଳାଙ୍କୁ ମାସିକ ଭତ୍ତା ୨ହଜାର ଓ ଆଦିବାସୀ ଓ ଦଳିତ ବର୍ଗର ମହିଳାଙ୍କୁ ମାସିକ ୩ହଜାର ଟଙ୍କା ଦିଆଯିବ। ମହିଳାଙ୍କୁ ୫ଶହ ଟଙ୍କାରେ ଗ୍ୟାସ ସିଲିଣ୍ଡର, ଜନକଲ୍ୟାଣ ଗ୍ୟାରେଣ୍ଟି ଯୋଜନାରେ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଶ୍ଚିତ ସ୍ବାସ୍ଥ୍ୟବୀମା ଯୋଜନା ଦ୍ବାରା ଚିକିତ୍ସା ସୁବିଧା ମିଳିବ। ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗଙ୍କୁ ମାସିକ ୨ହଜାର ଟଙ୍କାର ଭତ୍ତା, ଚିଟ୍‌ଫଣ୍ଡ ପ୍ରଭାବିତ ଜମାକାରୀଙ୍କୁ ୬ମାସ ଭିତରେ ସୁଧ ସହ ଜମାରାଶି ଫେରସ୍ତ ଦିଆଯିବ। ଆଦିବାସୀ ଓ ଦଳିତଙ୍କ ଜମି ଓ ଜଙ୍ଗଲ ଉପରେ ସଂପୂର୍ଣ୍ଣ ଅଧିକାରକୁ ଲାଗୁ କରିବା ସହ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରାଯିବ।

ସେ ଆହୁରିମଧ୍ୟ କହିଥିଲେ ଯେ ବିଜେଡି ଓ ବିଜେପି ଉଭୟ ଏ ରାଜ୍ୟକୁ ୨୪ବର୍ଷ ଭିତରେ ଯେତେସବୁ ପ୍ରତିଶ୍ରୁତି ଦେଇଥିଲେ ତାହା କେବଳ ପ୍ରତାରଣାରେ ପରିଣତ ହୋଇଛି। ରାଜ୍ୟରେ ସାମଗ୍ରିକ ସ୍ଥିତିର କୌଣସି ଉନ୍ନତି ହେଉନାହିଁ। ଏଥର କଂଗ୍ରେସ ପକ୍ଷରୁ ‘ନୂଆ ଓଡ଼ିଶା ଗଢ଼ିବା ଆସ ସଂକଳ୍ପ କରେ କଂଗ୍ରେସ’ ଡାକରା ଦିଆଯାଇଛି। ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ଏହି ଗ୍ୟାରେଣ୍ଟି କାର୍ଡକୁ ଘରେ ଘରେ ପହଞ୍ଚାଇବା ଲାଗି ସମସ୍ତ କର୍ମକର୍ତ୍ତାଙ୍କୁ ଅନୁରୋଧ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମାନନ୍ଦ ସାହୁ, ପ୍ରାଚୀ ରାଉତରାୟ, ମିହିର ଆଚାର୍ଯ୍ୟ, ଆଶିଷ ମଲ୍ଲିକ, ପ୍ରଶାନ୍ତ ଚମ୍ପତ୍ତି ଓ ଦେବାଶିଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button