କୋରାପୁଟ, ନବରଙ୍ଗପୁର ଲୋକସଭା ଆସନ: ସବୁଠି ବିଜେଡି-କଂଗ୍ରେସ ଟକ୍କର୍ – Kalinga News

[ad_1]
ନବୀନ ଚନ୍ଦ୍ର ସାହୁ
ଜୟପୁର: ଦକ୍ଷିଣ ଓଡ଼ିଶାର ଦୁଇ ପ୍ରମୁଖ ଲୋକସଭା କ୍ଷେତ୍ର କୋରାପୁଟ ଓ ନବରଙ୍ଗପୁର। ପୂର୍ବରୁ ଅଭିଜ୍ଞ ଏବଂ ଗତ ଦୁଇ ଦଶନ୍ଧି ଧରି ଯୁବ ନେତୃତ୍ବକୁ ନେଇ ଚର୍ଚ୍ଚାରେ ରହିଛି ଉଭୟ ଲୋକସଭା କ୍ଷେତ୍ର। କୋରାପୁଟ ଲୋକସଭା ଆସନରୁ କଂଗ୍ରେସର ସପ୍ତଗିରି ଉଲାକା, ନବରଙ୍ଗପୁର ଲୋକସଭା ଆସନରୁ ବିଜେଡିର ରମେଶ ମାଝି ଏବେ ପ୍ରତିନିଧିତ୍ବ କରୁଛନ୍ତି। ଦୁଇ ଆଦିବାସୀ ଚେହେରାଙ୍କୁ ନେଇ ୨୦୨୪ ନିର୍ବାଚନ ବୈତରଣୀ ପାର୍ ହେବାକୁ ଦୁଇ ପ୍ରମୁଖ ଦଳ ଅଙ୍କ କଷୁଛନ୍ତି। ସେପଟେ ନୂଆ ଓ ଅଭିଜ୍ଞ ଚେହେରାକୁ ପ୍ରାର୍ଥୀ କରି ଉଭୟ ଆସନରେ ପ୍ରତିପକ୍ଷଙ୍କୁ ଚେକ୍ ଦେବାକୁ ରଣନୀତି କରୁଛି ବିଜେପି। ଏକଦା କଂଗ୍ରେସର ଗଡ଼ ଥିଲା ଅବିଭକ୍ତ କୋରାପୁଟ ଜିଲ୍ଲା। ଏବେ କିନ୍ତୁ ଚିତ୍ର ବଦଳି ଯାଇଛି। ୨୦୧୯ ନିର୍ବାଚନରେ ବିଜେଡି ସର୍ବାଧିକ ୧୦ଟି, ବିଜେପି ଦୁଇଟି, କଂଗ୍ରେସ ଗୋଟିଏ, ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ବିଜୟୀ ହୋଇଥିଲେ। ୨୦୧୪ରେ ବିଜେଡି ୮ଟି, କଂଗ୍ରେସ ୫ଟି, ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଥିଲା। ୨୦୧୪ ନିର୍ବାଚନରେ ଦୁଇ ଲୋକସଭା ଆସନ ବିଜେଡି ହାତରେ ଥିଲା। ହେଲେ ୨୦୧୯ରେ କୋରାପୁଟରେ କଂଗ୍ରେସ ବିଜୟୀ ହୋଇଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ଏବେ ୨୦୨୪ ନିର୍ବାଚନ ନେଇ ହିସାବନିକାଶ ଆରମ୍ଭ ହୋଇଛି। କୋରାପୁଟ ଜିଲ୍ଲାର ୫ ବିଧାନସଭା କ୍ଷେତ୍ରରେ ସବୁଠି ବିଜେଡି-କଂଗ୍ରେସ ମଧ୍ୟରେ କଡା ଟକ୍କର୍ ହେବା ସ୍ପଷ୍ଟ ହୋଇଯାଇଛି। ଜୟପୁର, ପଟାଙ୍ଗି, ଲକ୍ଷ୍ମୀପୁର ଆସନରେ କଂଗ୍ରେସର ସଂଗଠନ ଏବେ ସୁଦୃଢ଼ ରହିଛି। ସାଂସଦ ସପ୍ତଗିରି ଉଲାକା, ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ୍ ଦଳର ମଙ୍ଗ ଧରିଛନ୍ତି। ଏବେ ପୁଣି କଂଗ୍ରେସର ହାତ ଧରିଛନ୍ତି ବିଜେଡିର ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି। ଘରକୁ ଫେରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ। ନବରଙ୍ଗପୁରର ୪ ଆସନରୁ ଉମରକୋଟକୁ ଛାଡ଼ିଲେ ନବରଙ୍ଗପୁର, ଡାବୁଗାଁ, ଝରିଗାଁରେ ବିଜେଡି-କଂଗ୍ରେସ ମଧ୍ୟରେ ଲଢ଼େଇ ହେବ। ଉମରକୋଟ ଆସନରେ ବିଜେଡି-ବିଜେପି ମଧ୍ୟରେ ଟକ୍କର୍ ହେବ। କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝି ବିଜେଡିରେ ଯୋଗଦେବା ପରେ ଡାବୁଗାଁର ପୂର୍ବତନ ବିଧାୟକ ଭୁଜବଳ ମାଝି ଏବେ ଜିଲ୍ଲା ସଂଗଠନ ସମ୍ଭାଳୁଛନ୍ତି। ସେହିପରି ବିଜେଡି ଛାଡ଼ି ପୂର୍ବତନ ସାଂସଦ ବଳଭଦ୍ର ମାଝି ବିଜେପିରେ ସାମିଲ୍ ହୋଇ ଦଳୀୟ ଭୋଟ ବ୍ୟାଙ୍କ ବଢ଼ାଇବାରେ ଲାଗି ପଡ଼ିଛନ୍ତି।
ରାୟଗଡ଼ାର ୩ ଆସନରେ ବିଜେଡି-କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେବ। ବିଜେଡି ପାଇଁ ଗୋଷ୍ଠୀ କନ୍ଦଳ ଚିନ୍ତାର କାରଣ ହୋଇଛି। ଏହି ଜିଲ୍ଲାରେ ବିଜେପି ସ୍ଥିତି ସୁଦୃଢ଼ ନାହିଁ। ମାଲକାନଗିରିର ଦୁଇ ଆସନରେ ବିଜେଡି-କଂଗ୍ରେସ-ବିଜେପି ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ। ଏବେ ବିଜେପି ଅଧୀନରେ ମାଲକାନଗିରି ବିଧାନସଭା ଆସନ ଥିବାରୁ ଦଳ ପୁଣି ଜିତିବାକୁ ପ୍ରୟାସ କରୁଛି। ୨୦୨୨ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଜିଲ୍ଲା ପରିଷଦ ଦଖଲରେ ବିଫଳ ହୋଇଥିଲେ ମଧ୍ୟ ବ୍ଲକ୍ ଦଖଲ କରିବାରେ ସକ୍ଷମ ହୋଇଛି। ଦୁଇ ଜାତୀୟ ଦଳ କଂଗ୍ରେସ-ବିଜେପିର ରଣନୀତିକୁ ଭେଦିବାକୁ ବିଜେଡି ନିର୍ବାଚନୀ ଗୋଟିଚାଳନା ସ୍ବରୂପ ମାଲକାନଗିରି ଏୟାରପୋର୍ଟ, ଲକ୍ଷ୍ମୀ ବସ୍ ଭଳି ବହୁ ଜନହିତକର ଯୋଜନା ଆରମ୍ଭ କରିଛି। ଏ ସମ୍ପର୍କରେ ସୂଚନା ଦେଇ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଝିନ୍ ହିକ୍କା କହିଛନ୍ତି, ଦୁଇ ଦଳ ମଧ୍ୟରେ ଲଢ଼େଇ ହେବ। କିନ୍ତୁ ଜିତାପଟ ବିଜେଡି ସପକ୍ଷରେ ଯିବ। ସେଥିପାଇଁ ଆମେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛୁ।
[ad_2]