ବେଙ୍ଗାଲୁରୁ କାଫେ ବିସ୍ଫୋରଣ ଘଟଣାର ମୁଖ୍ୟ ସନ୍ଦିଗ୍ଧ ଚିହ୍ନଟ ହେଲା, ଆଇଏସ୍ ସହ ଜଡ଼ିତ – Kalinga News

[ad_1]
ନୂଆଦିଲ୍ଲୀ : ବେଙ୍ଗାଲୁରୁର ରାମେଶ୍ବରମ କାଫେ ବିସ୍ଫୋରଣ ମାମଲାର ମୁଖ୍ୟ ସନ୍ଦିଗ୍ଧ ଚିହ୍ନଟ ହୋଇଛି। ମିଳିଥିବା ସୂଚନାନୁଯାୟୀ ଏନଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ୧୦୦୦ରୁ ଅଧିକ ସିସିଟିଭି ପରୀକ୍ଷା କରିବାପରେ ମାମଳାରେ ମୁଖ୍ୟ ସନ୍ଦିଗ୍ଧ ଚିହ୍ନଟ ହୋଇଛି। ସନ୍ଦିଗ୍ଧକୁ ମୁସେଭିର ହୁସେନ ଶାଜିବ ବୋଲି ଚିହ୍ନଟ କରାଯାଇଛି। ସନ୍ଦିଗ୍ଧ କର୍ଣ୍ଣାଟକର ଶିବମୋଗ୍ଗାର ବୋଲି ଏନଆଇଏ ସୂତ୍ରରୁ ଜଣାପଡ଼ିଛି। ସନ୍ଦିଗ୍ଧ ପିନ୍ଧିଥିବା କ୍ୟାପରୁ ସେ ଧରାପଡ଼ିଛି। କ୍ୟାପଟି ଚେନ୍ନାଇର ଏକ ମଲରୁ କିଣାଯାଇଛି ବୋଲି ବି ଜଣାପଡ଼ିଛି। ସେ ଆଇଏସ ଆତଙ୍କବାଦୀ ଗୋଷ୍ଠୀ ସହ ଜଡ଼ିତ। ଚଳିତବର୍ଷ ଜାନୁଆରିରୁ ସନ୍ଦିଗ୍ଧ ଚେନ୍ନାଇରେ ରହୁଥିଲା। ଶାଜିବର ସହଯୋଗୀ ଅବଦୁଲ ମତିନ ଟାହାକୁ ମଧ୍ୟ ଚିହ୍ନଟ କରାଯାଇଛି। ତାମିଲନାଡ଼ୁ ପୁଲିସ ଇନ୍ସପେକ୍ଟର କେ ୱିଲସନଙ୍କ ହତ୍ୟା ଘଟଣାରେ ଟାହାକୁ ପୁଲିସ ଖୋଜୁଛି। ମିଳିଥିବା ସୂଚନାନୁଯାୟୀ ଟାହା ଶିବମୋଗ୍ଗାର ଆଇଏସ୍ ମଡ୍ୟୁଲର ଏକ ଅଂଶ। ଟାହାକୁ ମଧ୍ୟ ବିସ୍ଫୋରଣର ଦିନକ ପୂର୍ବରୁ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା।
[ad_2]




