ପ୍ରତିବର୍ଷ ଆଇପିଏଲରୁ ଏତେ କୋଟି ଟଙ୍କା ଆୟ କରନ୍ତି କେକେଆର ମାଲିକ ଶାହରୁଖ ଖାନ – Kalinga News

[ad_1]
ମୁମ୍ବାଇ : ଶାହରୁଖ ଖାନଙ୍କୁ ବଲିଉଡର କିଙ୍ଗ ଖାନ ବୋଲି କୁହାଯାଏ ଏବଂ ସେ ବାସ୍ତବ ଜୀବନରେ ମଧ୍ୟ ଏକ ରାଜା ଭାବରେ ଜୀବନ ବଞ୍ଚନ୍ତି | ଫିଲ୍ମ ବ୍ୟତୀତ ବିଜ୍ଞାପନ ଓ ନିବେଶରୁ ଟଙ୍କା ଆୟ କରୁଥିବା ଶାହରୁଖ ଆଇପିଏଲରୁ ମଧ୍ୟ ଟଙ୍କା ଆୟ କରିଥାନ୍ତି | ବାଦଶାହ ଆଇପିଏଲରେ ‘କୋଲକାତା ନାଇଟ୍ ରାଇଡର୍ସ’ର ସହ-ମାଲିକ ଅଟନ୍ତି। ଏଥିପାଇଁ ଆଇପିଏଲରୁ ମଧ୍ୟ ପ୍ରତିବର୍ଷ ଅଭିନେତାଙ୍କ ଉପରେ ଟଙ୍କା ବର୍ଷା ହୁଏ | ଆପଣ ଜାଣନ୍ତି କି, କେକେଆର ଦଳର ମାଲିକ ଶାହରୁଖ ଖାନ ପ୍ରତିବର୍ଷ ଆଇପିଏଲରୁ କେତେ କୋଟି ରୋଜଗାର କରନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତ୍ୟେକ ଆଇପିଏଲ୍ ଦଳକୁ ବିସିସିଆଇ ପକ୍ଷରୁ ଟିଭି ପ୍ରସାରଣ ଏବଂ ପ୍ରାୟୋଜକରୁ ହେଉଥିବା ରୋଜଗାରର କିଛି ଭାଗ ଦିଆଯାଏ | ଶାହାରୁଖ ଖାନ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ଦଳର ମାଲିକ ଥିବାରୁ ଏହା ମାଧ୍ୟମରେ ଅଭିନେତା ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ, ମ୍ୟାଚ୍ ଫି, ଫ୍ରାଞ୍ଚାଇଜ୍ ଫି, ବିସିସିଆଇ ଇଭେଣ୍ଟ ରାଜସ୍ୱ ଏବଂ ପୁରସ୍କାର ରାଶିରୁ ବହୁତ ଟଙ୍କା ରୋଜଗାର କରନ୍ତି | ତେବେ ଏଥିରୁ ସେ କେତେ କୋଟି ରୋଜଗାର କରୁଛନ୍ତି ତାହା ପ୍ରକାଶ କରାଯାଇ ନାହିଁ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶାହରୁଖ ଖାନ କୋଲକାତା ନାଇଟ୍ ରାଇଡର୍ସରୁ ପ୍ରତିବର୍ଷ ୨୫୦ରୁ ୨୭୦କୋଟି ଟଙ୍କା ରୋଜଗାର କରନ୍ତି। ତେବେ ଟିମ ପାଇଁ ୧୦୦କୋଟିରୁ ଅଧିକ ଖର୍ଚ୍ଚ ମଧ୍ୟ ହୋଇଥାଏ | ଖେଳାଳି କିଣିବା ଏବଂ ପରିଚାଳନା ପାଇଁ ୧୦୦କୋଟିରୁ ଅଧିକ ଖର୍ଚ୍ଚ ହେଉଥିବା ଜଣାପଡିଛି |
[ad_2]