ଦେଶ- ବିଦେଶ

ଇଡି ରିମାଣ୍ଡକୁ ହାଇକୋର୍ଟରେ ଚାଲେଞ୍ଜ କଲେ ଅରବିନ୍ଦ କେଜ୍ରିୱାଲ – Kalinga News

[ad_1]

ନୂଆଦିଲ୍ଲୀ : ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ହାଜତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରିଥିବା ଇଡି ଗତକାଲି ତାଙ୍କୁ ୬ ଦିନ ରିମାଣ୍ଡରେ ନେଇଛି। ତେବେ ଏହି ରିମାଣ୍ଡକୁ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି। ମାର୍ଚ୍ଚ ୨୪ ପୂର୍ବରୁ ଆବେଦନର ଜରୁରୀ ଶୁଣାଣି କରିବାପାଇଁ କେଜ୍ରିୱାଲ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେଜ୍ରିୱାଲ ଗୁରୁବାର ଦିନ ଇଡି ଦ୍ବାରା ଗିରଫ ହୋଇଥିଲେ। ଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ୬ ଦିନ ରିମାଣ୍ଡରେ ପଠାଇଛନ୍ତି। କେଜ୍ରିୱାଲ ହାଇକୋର୍ଟରେ ନିଜ ଆବେଦନରେ ଏହା ଦର୍ଶାଇଛନ୍ତି ଯେ ତାଙ୍କ ଗିରଫ ଏବଂ ରିମାଣ୍ଡ ୨ଟି ଯାକ ବେଆଇନ। ଉଲ୍ଲେଖଯୋଗ୍ୟ ଯେ କେଜ୍ରିୱାଲ ମଦ ଦୁର୍ନୀତି ମାମଲାରେ ସିଧାସଳଖ ଭାବେ ସମ୍ପୃକ୍ତ ଏବଂ ସେ ଏହି ମାମଲାରେ ଅନେକ ଟଙ୍କାର ଲାଞ୍ଚ ନେଇଛନ୍ତି ବୋଲି ଇଡି ଅଭିଯୋଗ କରିଛି। ମାମଲାରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିବାବେଳେ ଆପ୍ ଦଳ ଦାବି କରିଛି ଯେ କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିବେ ଏବଂ ସେ ଜେଲରୁ ସରକାର ପରିଚାଳନା କରିବେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button