ଦେଶ- ବିଦେଶ

ଚିକେନ୍-ମଟନ ଖାଉଥିବା ୯୯% ଲୋକଙ୍କୁ ଜଣା ନଥିବ ଏହି କଥା ଖାଇବା ପୂର୍ବରୁ ଏହି ଖବରକୁ ଥରେ ନିଶ୍ଚିତ ପଢ଼ନ୍ତୁ ନହେଲେ ପରେ ପସ୍ତେଇ ପାରନ୍ତି

ଯଦି ଆପଣ ଚିକେନ ମଟନ ର ଶୌଖିନ୍ ଅଟନ୍ତି ଆଉ ଏହାକୁ ନ ଖାଇଲେ ଆପଣ ରହି ପାରୁନାହାଁନ୍ତି। ତେବେ ଆପଣଙ୍କୁ ସାବଧାନ ହେଇଯିବାକୁ ପଡିବ। କାହିଁକି ନା ଚିକେନ୍ ମଟନ ଅଧିକ ଖାଇବା ଆପଣଙ୍କୁ ଡାକ୍ତରଖାନା ପହଞାଇ ପାରେ। ଏକ ରିସର୍ଚ୍ଚ ଅନୁସାରେ ଯେଉଁଠି ପନିପରିବା, ଅଲିଭ ତୈଳ, ଓ ପ୍ରୋଟିନ ରେ ଭରପୁର୍ ସାକାହାରୀ ଖାଦ୍ୟ ଖାଇବାରୁ ଫାଇଦା ହୋଇଥାଏ ତ ଆନିମଲ ପ୍ରଡକ୍ଟ ଯେମିତି କି ମାଂସ ସେବନ କରିବା ଦ୍ୱାରା ଆପଣଙ୍କୁ ଟାଇପ ଟୁ ଡାଏବେଟିସ୍ ହେବାର ଅଧିକ ଆଶଙ୍କା ଥାଏ।

ରିସର୍ଚ୍ଚ ରୁ ଜଣା ପଡିଥିଲା ଯେ ଲୋକମାନେ ଅଧିକ ସେଚୁରେଟେଡ ଏସିଡ୍ ଓ ମାଂସ ର ସେବନ କରୁଛନ୍ତି। ଏମିତିରେ ସେଚୁରେଟେଡ ଏସିଡ୍ ଓ ମାଂସର କମ ସେବନ କରୁଥିବାଙ୍କ ତୁଳନାରେ ଅଧିକ ସେବନ କରୁଥିବାଙ୍କ ପାଖରେ ଟାଇପ ଟୁ ଡାଏବେଟିସ୍ ହେବାର ଦୁଇଗୁଣା ରିକ୍ସ ହୋଇଥାଏ। ସ୍ପେନର ୟୁନିଭରସିଟି ବୈଜ୍ଞାନିକ ମାନେ ପରୀକ୍ଷା ରେ ଜାଣିବାକୁ ଚାହୁଁଥିଲେ ଯେ ଟାଇପ ଟୁ ଡାଏବେଟିସ୍ ର ରିକ୍ସ କେତେ ଫେଟର ସେବନ ଦ୍ଵାରା ହୋଇଥାଏ।

ଏହି ରିସର୍ଚ୍ଚରେ ୩,୩୪୯ ଏମିତି ଲୋଖଙ୍କୁ ସାମିଲ୍ କରାଯାଇଥିଲା ଯାହାଙ୍କୁ ଡାଏବେଟିସ୍ ନାହିଁ। ହେଲେ ସେମାନଙ୍କୁ ହାଇ କାର୍ଡିଅସ୍କୁଲାର ର ରିକ୍ସ ଥିଲା. ରିସର୍ଚ୍ଚ ଏହା ମଧ୍ୟ ଦେଖାଗଲା ଯେ ସେଚୁରେଟେଡ ଏସିଡରେ ଭରପୁର୍ ଖାଦ୍ୟ ଓ ଟାଇପ ଟୁ ଡାଏବେଟିସ୍ ମଧ୍ୟରେ କଣ ସମ୍ପର୍କ ରହିଛି। ପାଖାପାଖି ସାଢେ ଚାରି ବର୍ଷ ପରେ ଯେବେ ଦେଖାଗଲା ସେତେବେଳେ ୨୬୬ ଲୋକଙ୍କୁ ଡାଏବେଟିସ୍ ହୋଇ ଯାଇଥିଲା।

ରିସର୍ଚ୍ଚ ଅନୁସାରେ ପ୍ରତିଦିନ ୧୨ ଗ୍ରାମ ବଟର ଖାଇବା ଦ୍ୱାରା ସାଢେ ଚାରି ବର୍ଷ ପରେ ଡାଏବେଟିସ୍ ହେବାର ରିକ୍ସ ଦୁଇଗୁଣା ହୋଇଯାଇଥାଏ। ଓ ସପ୍ତାହକୁ ପାଞ୍ଚ ଦିନ ମାଂସ ଖାଇବା ଦ୍ୱାରା ଏହା ହେବାର ଆଶଙ୍କା ଅଧିକ ରହିଥାଏ। ଏଥିରେ ଜଣାପଡେ ଯେ ଯୋଗ ପ୍ରାଣାୟାମ କରିବାର ଅନେକ ଫାଇଦା ରହିଛି। ଏହା କରିବା ଦ୍ୱାରା ଡାଏବେଟିସ୍ ହେବାରୁ ଏହା ବଞ୍ଚାଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button