ଖେଳ ଖବର

ବିରାଟ କୋହଲିଙ୍କ ବିନା ଭାରତ ଟି-୨୦ ବିଶ୍ବକପ ଟିମ୍ ତିଆରି କରିପାରିବ ନାହିଁ: ପୂର୍ବତନ ପାକ୍ କ୍ରିକେଟର – Kalinga News

[ad_1]

ନୂଆଦିଲ୍ଲୀ: ବିରାଟଙ୍କ ବିନା ଟି-୨୦ବିଶ୍ବକପ ଟିମ୍ ଅଧୁରା। ଟି-୨୦ ବିଶ୍ୱକପରୁ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ବାଦ୍ ପଡ଼ିବେ ବୋଲି ଚର୍ଚ୍ଚା ହେଉଥିବ‌ା ବେଳେ ପାକିସ୍ତାନର ପୂର୍ବତନ କ୍ରିକେଟର ମହମ୍ମଦ ଇରଫାନ ଏଭଳି କହିଛନ୍ତି । କିଛି ଦିନ ହେବ ଚର୍ଚ୍ଚା ହେଉଛି ଯେ, ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ଜୁନ୍ ମାସରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପରୁ ବାଦ୍ ଦିଆଯାଇପାରେ। ୨୦୨୨ରେ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ବିରାଟ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଥିଲେ। ହେଲେ ଏଥର ତାଙ୍କୁ ସୁଯୋଗ ମିଳିବ କି ନାହିଁ, ତାହା ସ୍ପଷ୍ଟ ‌ହୋଇପାରିନାହିଁ। ଚଳିତ ବର୍ଷ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଟି-୨୦ ବିଶ୍ୱକପ ଖେଳାଯିବ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୱେଷ୍ଟଇଣ୍ଡିଜର ମନ୍ଥର ପିଚ୍ ବିରାଟ କୋହଲିଙ୍କ ପାଇଁ ଅନୁକୂଳ ହେବ ନାହିଁ ବୋଲି ବିସିସିଆଇ ତାଙ୍କୁ ବାଦ୍ ଦେବାକୁ ଚିନ୍ତା କରୁଛି । ଏହା ମଧ୍ୟ କୁହାଯାଉଛି ଯେ, ନବାଗତଙ୍କୁ ସୁଯୋଗ ଦେବା ପାଇଁ ବିରାଟଙ୍କୁ ବାଦ୍ ଦିଆଯିବ। ତାଙ୍କୁ ଏନେଇ ବୁଝାଇବା ଦାୟିତ୍ବ ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକରଙ୍କୁ ଦିଆଯାଇଛି। ତେବେ ଏପର୍ଯ୍ୟନ୍ତ ବିରାଟଙ୍କ ଟି-୨୦ ବିଶ୍ବକପ ଖେଳିବା ନେଇ ସ୍ପଷ୍ଟ ସୂଚନା ଆସିପାରି ନାହିଁ।

ଏମଧ୍ୟରେ ପାକିସ୍ତାନର ପୂର୍ବତନ ଫାଷ୍ଟ ବୋଲର ମହମ୍ମଦ ଇରଫାନ କହିଛନ୍ତି ଯେ, “ବିରାଟ କୋହଲିଙ୍କ ବିନା ଭାରତ ଟିମ୍ ତିଆରି କରିପାରିବ ନାହିଁ। କାରଣ ସେ ବହୁତ ବଡ ବ୍ୟାଟ୍ସମ୍ୟାନ୍। ଗତ ବର୍ଷ ସେ ଏକଦିବସୀୟ ବିଶ୍ୱକପରେ ଯେଉଁଭଳି ଭାବେ ପ୍ରଦର୍ଶନ କରିଥିଲେ, ଆମେ ସମସ୍ତେ ଦେଖିଥିଲୁ। ଏକଦିବସୀୟ ବିଶ୍ୱକପରେ ବିରାଟ କୋହଲି ୩-୪ଟି ମ୍ୟାଚ୍ ଜିତାଇଥିଲେ। ଟି-୨୦ବିଶ୍ୱକପରେ ତାଙ୍କ ସ୍ଥାନକୁ ନେଇ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ।”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button