ଜ୍ୟୋତିଷ

ଯେଉଁ ଘର ନିକଟରେ ଥାଏ ଏହି ବୃକ୍ଷ ! ସେହି ଘରକୁ କେବେବି ଶନିଦଶାର ସାମ୍ନା କରିବାକୁ ପଡିନଥାଏ

ବନ୍ଧୁଗଣ ଭଗବାନ ଶନି ମହାରାଜଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ । ଯେଉଁ ଲୋକ ନ୍ୟାୟ ପଥରେ ଯାଇ କାର୍ଯ୍ୟ କରିଥାଏ । ସେଭଳି ଲୋକଙ୍କ ଉପରେ ସବୁବେଳେ ଭଗବାନ ଶନିଦେବଙ୍କ କୃପା ରହିଥାଏ । ହେଲେ ଯେଉଁ ବ୍ୟକ୍ତି ନିଜର ଉଦ୍ଧେଶ୍ୟ ପୂରଣ କରିବା ଲାଗି ଅନ୍ୟାୟର ମାର୍ଗ ଧରିଥାଏ । ସେଭଳି ଲୋକଙ୍କୁ ଶନିଦଶା ଭୋଗିବାକୁ ପଡିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ବୃକ୍ଷ ବିଷୟରେ ଏଠାରେ କହିବାକୁ ଯାଉଛୁ ।

ଯେଉଁ ବୃକ୍ଷଟି ଭଗବାନ ଶନିଦେବଙ୍କର ଅତ୍ୟନ୍ତ ପ୍ରିୟ ବୃକ୍ଷ ହୋଇଥାଏ । ପୌରାଣିକ ମାନ୍ୟତା ଅନୁଯାଇ ଲଙ୍କାରେ ବିଜୟ ପାଇଲା ପରେ ଭଗବାନ ଶ୍ରୀରାମ ଏହି ଗଛର ପୂଜା କରିଥିଲେ । ତେବେ ସେହି ବିଶେଷ ବୃକ୍ଷଟି ହେଉଛି ଶମୀ ବୃକ୍ଷ । ଯାହାକି ଭଗବାନ ଶନିଦେବଙ୍କର ପ୍ରିୟର ବୃକ୍ଷ ଅଟେ । ଏପରିକି ନବରାତ୍ରୀ ସମୟରେ ମାତା ଦୂର୍ଗାଙ୍କର ପୂଜା ମଧ୍ୟ ଶମୀ ପତ୍ର ଦ୍ଵାରା କରାଯାଇଥାଏ ।

ମହା ଭାରତ କାଳରେ ପାଞ୍ଚପାଣ୍ଡବ ମାନେ ନିଜର ଅସ୍ତ୍ରକୁ ଶମୀ ବୃକ୍ଷ ନିକଟରେ ଲୁଚାଇ ରଖିଥିଲେ । ତେବେ ଏହି ସବୁ କଥାକୁ ବିଚାର କରି ଶମୀ ବୃକ୍ଷର ପୂଜନ କରାଯାଇଥାଏ । ତେଣୁ ଏହି ଶମୀ ବୃକ୍ଷର ଅନେକ ଖାସ୍ ମହତ୍ଵ ରହିଥାଏ । ତେବେ ବନ୍ଧୁଗଣ ଭଗବାନ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶାସ୍ତ୍ରରେ ତ ଅନେକ ପ୍ରକାର ଉପାୟମାନ ବର୍ଣ୍ଣନା କରାଯାଇଛି । ତେବେ ସେହି ସବୁ ଉପାୟମାନ ମଧ୍ୟରୁ ଗୋଟିଏ ବିଶେଷ ଉପାୟ ହେଉଛି ଶମୀ ବୃକ୍ଷର ପୂଜା ।

ତେଣୁ ଯେଉଁ ବ୍ୟକ୍ତି ଶମୀ ବୃକ୍ଷକୁ ନିଜ ଘର ପାଖରେ ଲଗାଇଥାଏ । ସେହି ଲୋକର ଘର ଉପରେ ଭଗବାନ ଶନି ମହାରାଜାଙ୍କ ଆଶ୍ରୀବାଦ ରହିଥାଏ । ଯେଉଁ ବ୍ୟକ୍ତି ଶମୀ ବୃକ୍ଷକୁ ଘର ନିକଟରେ ଲଗାଇବା ପାଇଁ ଚାହୁଁଥାନ୍ତି । ସେମାନେ ଘରର ଉତ୍ତର ପୂର୍ବ ଦିଗରେ ବୃକ୍ଷକୁ ଲଗାନ୍ତୁ । ଏହି ଶମୀ ବୃକ୍ଷ ଯେଉଁ ଘରେ ରହିଥାଏ ।

ଏଥିସହ ସେହି ଘରର ବ୍ୟକ୍ତି ପ୍ରତ୍ଯେକ ଦିନ ଯଦି ନିୟମିତ ରୂପେ ଶମୀ ଗଛର ପୂଜା କରିଥାନ୍ତି । ତେବେ ସେହି ଘର ଉପରେ କେବେବି ଭଗବାନ ଶନି ମହାରାଜାଙ୍କର କୋପଦ୍ରୁଷ୍ଟି ପଡ଼ିପାରିନଥାଏ ବୋଲି କୁହାଯାଇଥାଏ । ଯାହା ଫଳରେ ସେହି ଘରର ସଦସ୍ୟଙ୍କୁ ଶନିଦଶା ଭୋଗିବାକୁ ପଡିନଥାଏ । ଏଥିସହ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହିଥାଏ । ତେଣୁ ଯେଉଁ ବ୍ୟକ୍ତି ପ୍ରଭୁ ଶନିଦେବଙ୍କ କୃପା ପାଇବାକୁ ଚାହୁଁଥାଏ ।ତେବେ ସେମାନେ ମଧ୍ୟ ଏହି ଶମୀବୃକ୍ଷକୁ ନିଜ ଘର ପାଖରେ ଲଗାଇ ତାହାର ପୂଜା କରନ୍ତୁ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button