ଏହି ପତ୍ର ଆପଣଙ୍କ ଦାନ୍ତର ସବୁ ସମସ୍ଯାକୁ କରିଦେବ ଗାୟବ ! ଦାନ୍ତ ପୋକ କାଟିବା, ମାଢି ଫୁଲିବା, ଦାନ୍ତ ଯନ୍ତ୍ରଣା ହେବ ଦୂର
ବନ୍ଧୁଗଣ ଦାନ୍ତ ଜନିତ ଅନେକ ପ୍ରକାର ସମସ୍ଯାମାନ ରହିଛି । ଯେପରି ଦାନ୍ତ ପୋକ କାଟିବା, ଦାନ୍ତ ଯନ୍ତ୍ରଣା ମାଢି ଫୁଲିବା ଆଦି ଅନେକ ପ୍ରକାର ଦାନ୍ତ ସହ ଜଡିତ ସମସ୍ଯା ହୋଇଥାଏ । ତେବେ ଏହି ସବୁ ଦାନ୍ତକୁ ଜଡିତ ପ୍ରୋବ୍ଲେମକୁ ଦୂର କରିବା ପାଇଁ ଚାହୁଁଥିଲେ । ଆଜି ଆପଣଙ୍କୁ ବହୁତ ଭଲ ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ତେବେ ଏଥିପାଇଁ ଆପଣଙ୍କୁ ପିଜୁଳୀ ପତ୍ରର ଆବଶ୍ୟକତା ପଡିପାରେ । ପିଜୁଳୀ ପତ୍ର ଦାନ୍ତ ପାଇଁ ବହୁତ ଲାଭକାରୀ ହୋଇଥାଏ ।
ଏହା ଦାନ୍ତ ଜନିତ ବିଭିନ୍ନ ପ୍ରକାର ସମସ୍ଯାରୁ ବହୁତ ଶୀଘ୍ର ଆରାମ ଦେଇଥାଏ । ଏହି ପତ୍ର ଆପଣଙ୍କୁ ଆପଣଙ୍କ ଘର ବାଡି ବା ଆଖପାଖରୁ ବହୁତ ଶୀଘ୍ର ମିଳିଯିବ । ଆପଣ ପ୍ରଥମେ 4 ରୁ 5 ଟି ପିଜୁଳୀ ପତ୍ର ନେଇ ତାହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ତାପରେ ସେହି ପତ୍ରରେ କିଛି ପାଣି ଦେଇ 7 ରୁ 8 ମିନିଟ ଫୁଟିବା ପାଇଁ ଛାଡି ଦିଅନ୍ତୁ । ତାପରେ ପାଣି ଫୁଟିଆସିଲା ପରେ ସେହି ପାଣିରୁ ପତ୍ର ଗୁଡିକ କାଢି ଦିଅନ୍ତୁ ।
ତାପରେ ସେହି ପାଣିକୁ ସାମାନ୍ୟ ଉଷୁମ ହେବା ପାଇଁ ଛାଡି ଦିଅନ୍ତୁ । ତାପରେ ସେହି ପାଣିରେ ଅଳ୍ପ ଖାଇବା ଲୁଣ ମିଶାଇ ଦିଅନ୍ତୁ । ତାପରେ ସେହି ପାଣିରେ ଭଲ ଭାବେ ନିଜ ମୁହଁର କୁଳି କରନ୍ତୁ । ଯେତିକି ପାଣି ଥିବ ସେହି ପାଣିକୁ ଅଳ୍ପ ଅଳ୍ପ ମୁହଁରେ ଭଲ ଭାବେ କୁଳି କରନ୍ତୁ । ଦିନକୁ 1 ରୁ 2 ଥର ଏହି ଉପାୟଟି ଆପଣ କରିପାରିବେ । ଏହି ଉପାୟକୁ କରିବା ପରେ ଆପଣ ନିଜେ ଅନୁଭବ କରିପାରିବେ ।
ଆପଣଙ୍କ ଦାନ୍ତରେ ହେଉଥିବା ଯନ୍ତ୍ରଣା ଧୀରେ ଧୀରେ କମ ହେବାକୁ ଲାଗିବ । ଦାନ୍ତ କି ମାଢି ଜନିତ ଯଦି କିଛି ସହ ପାଟିରେ ରହିଥାଏ । ତେବେ ଏହି ପିଜୁଳୀ ପତ୍ରର ପାଣିକୁ ଫୁଟାଇ କୁଳି କରିବା ଦ୍ଵାରା ଏହା ଦାନ୍ତ ଓ ମାଢି ଯନ୍ତ୍ରଣାରୁ ଉପଶମ ଦେଇଥାଏ ।
ଯେଉଁ ମାନଙ୍କୁ ଦାନ୍ତ କି ମାଢିରେ ବହୁ ଅଧିକ ଯନ୍ତ୍ରଣା ଅନୁଭୂତ ହେଉଥିବ । ତେବେ ତାହା ଭଲ ହେବା ପର୍ଯ୍ୟନ୍ତ ପ୍ରତ୍ଯେକ ଦିନ ନିୟମିତ ଭାବେ ଲଗାତର କିଛି ଦିନ ପର୍ଯ୍ୟନ୍ତ କରନ୍ତୁ । ଦେଖିବେ ନିଶ୍ଚୟ ଭାବେ ଦାନ୍ତ ଯନ୍ତ୍ରଣାରୁ ଉପଶମ ମିଳିପାରିବ । ଏହା ଦାନ୍ତ ଜନିତ ପ୍ରୋବ୍ଲେମକୁ ଦୂର କରିବାରେ ଜବରଦସ୍ତ ଉପାୟ ଅଟେ ।
ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ ।