ସ୍ୱାସ୍ଥ୍ୟ

ଅର୍ଶ (Piles) କୁ ମୂଳରୁ ଶେଷ କରିବାର ଚମତ୍କାରୀ ଘରୋଇ ଉପାୟ

ଆଜିକାଲି ଅନେକ ଲୋକ ଅର୍ଶ ଭଳି ସମସ୍ଯାରେ ପୀଡିତ ରହୁଛନ୍ତି । ଏହା ଅତି ପୁରୁଣା ହୋଇଗଲେ । ସେଥିରୁ ରକ୍ତ ପଡିବାକୁ ଆରମ୍ଭ ହେବା ସହ ତାହା ବହୁତ ଯନ୍ତ୍ରଣାଦାୟକ ମଧ୍ୟ ହୋଇଥାଏ । ଯେଉଁଥି ପାଇଁ ଲୋକେ ତାହାକୁ ଭଲ କରିବା ଏପାଇଁ ଅନେକ ଫରାର ମେଡ଼ିସିନର ସେବନ କରିବା ସହିତ ଦରକାର ପଡିଲେ ତାହାକୁ ଅପେରେସନ କରି ଠିକ କରିବାକୁ ବାହାରିଥାନ୍ତି । ହେଲେ ଆଜି ଆପଣଙ୍କୁ ଏକ ଘରୋଇ ଉପଚାର ମାଧ୍ୟମରେ ଏକ ଉପାୟ କହିବୁ ।

 

ଯାହା ବ୍ୟକ୍ତିର ଅର୍ଶକୁ ଭଲ କରିବାରେ ବହୁତ ସାହାଜ୍ଯ କରିବ । ତେବେ ଚାଲନ୍ତୁ ସେହି ଉପାୟ ବିଷୟରେ ଜାଣିବା । ତେବେ ବନ୍ଧୁଗଣ ସେହି ଉପଚାରଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଏକ କପ କ୍ଷୀରର ଦରକାର ପଡିବ । ଆପଣ ଚାହିଁଲେ ଥଣ୍ଡା କ୍ଷୀରକୁ ସେବନ କରିପାରିବେ । ନଚେତ କ୍ଷୀରକୁ ଗରମ କରିଦେଇଥିବେ । ହାଲୁକା ଉଷୁମ ଥିବା ସମୟରେ ତାହାର ସେବନ କରିବାକୁ ପଡିବ । ହେଲେ କ୍ଷୀର ସହ ଆଉ କଣ ମିଶାଇ ସେବନ କରିବେ ତାହା ବିଷୟରେ ଏଠାରେ କହିବୁ ।

ତାପରେ ଏକ ଲେମ୍ବୁର ଅବଶ୍ୟକତା ପଡିବ । ଆପଣ ଗୋଟିଏ ଛୋଟ ଲେମ୍ବୁ ହେଉ ଅଥବା ବଡ ଲେମ୍ବୁର ଫାଳେ ନେଇ ତାହାର ରସ ବାହାର କରିଦିଅନ୍ତୁ । ତାପରେ ଯେଉଁ ଲେମ୍ବୁ ରସକୁ ବାହାର କରି ରଖିଥିବେ । ସେଥିରେ ଆପଣ ପୂର୍ବରୁ ଉଷୁମ କରି ରଖିଥିବା ଅଳ୍ପ ଉଷୁମ କ୍ଷୀରକୁ ସେହି ଲେମ୍ବୁ ରସରେ ମିଶାଇ ତାହାର ସେବନ କରନ୍ତୁ । ହେଲେ ଲେମ୍ବୁ ରସରେ କ୍ଷୀର ମିଶାଇ ସଙ୍ଗେ ସଙ୍ଗେ ତାହାର ସେବନ କରିବାକୁ ପଡିବ । ନଚେତ କ୍ଷୀର ସଙ୍ଗେ ସଙ୍ଗେ ଛିଡିଯିବ ।

ଏହି ଉପାୟକୁ ମାତ୍ର 3 ଦିନ ସେବନ କରି ଦେଖନ୍ତୁ । ଅର୍ଶ ଭଳି ସମସ୍ଯାରୁ ନିହାତି ଆରାମ ପାଇପାରିବେ । ଅର୍ଶ ଭଲ କରିବା ପାଇଁ ଦିତୀୟ ଉପାୟଟି କହିବାକୁ ଯାଉଛୁ । ସେଥିପାଇଁ ଗୋଟେ କର୍ପୁର ଓ ଖାଇବା କର୍ପୁରର ଆବଶ୍ୟକତା ପଡିଥାଏ । ତାପରେ କଦଳୀର ଚୋପା ଛଡାଇ କଦଳୀକୁ ଲମ୍ବା କରି ମଝିରୁ ସାମାନ୍ୟ ଚିରିବାକୁ ପଡିବ ।

ତାପରେ କଦଳୀର ସେହି ମଝି ଚିର ଅଂଶରେ ସେଥିରେ କର୍ପୁରକୁ ରଖନ୍ତୁ । କର୍ପୁରକୁ 2 ଟି ଛୋଟ ଛୋଟ ଚଣା ସଦୃଶ କରି ସେହି କଦଳୀ ମଝିରେ ରଖି କଦଳୀକୁ ଗୋଟା ସେବନ କରନ୍ତୁ । ସକାଳୁ ଖାଲି ପେଟରେ ଏହାକୁ 3 ଦିନ ଧରି ସେବନ କରିବା ଦ୍ଵାରା ଅର୍ଶ ନିହାତି ଭାବେ ଭଲ ହୋଇଯିବ । ଅର୍ଶ ବହୁତ ପୁରୁଣା ହୋଇଥିଲେ ଅତି କମରେ 7 ଦିନ ଏହାକୁ ସେବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button