ଜ୍ୟୋତିଷ

ନଖ ଉପରେ ହେଉଥିବା ଧଳା ଚିହ୍ନ କି ପ୍ରକାର ସଂକେତ ଦେଇଥାଏ ? ଏହାର ଅର୍ଥ କଣ ହୋଇପାରେ

ବନ୍ଧୁଗଣ ଆପଣ ମାନେ ନିହାତି ଭାବେ ଦେଖିବାକୁ ପାଇଥିବେ । ଯେ ଆପଣଙ୍କ ହାତ କିମ୍ବା ଗୋଡରେ ଗୋଟେ ଅଲଗା ପ୍ରକାରର ଧଳା ଚିହ୍ନ ରହିଥାଏ । ବା ଆପଣ ମାନେ ଅନ୍ୟ କାହାର ହାତ କିମ୍ବା ଗୋଡର ନଖରେ ଏହିପରି ଧଳା ଚିହ୍ନ ଦେଖିବାକୁ ପାଇଥିବେ । ହେଲେ ଏହି ଚିହ୍ନ ଉପରେ ଅଧିକ ଲୋକ ଦେଖି ମଧ୍ୟ ତାହାକୁ ଅଣଦେଖା କରିଦେଇଥାନ୍ତି । ଅନେକ ସମୟରେ ନଖରେ ଏହି ଧଳା ଚିହ୍ନ ପୁଣି କିଛି ଦିନ ପରେ ଉଭେଇ ଯାଇଥାଏ ।

ତେବେ ଏହି ଚିହ୍ନ କିଛି ଲୋକଙ୍କ ହାତରେ ଧଳା ହୋଇଥିବା ବେଳେ ଅନ୍ୟ କିଛି ଲୋକଙ୍କ ହାତରେ ହଳଦିଆ ମଧ୍ୟ ହୋଇଥାଏ । ତେବେ ଯଦି ଆପଣଙ୍କ ହାତ କିମ୍ବା ଗୋଡ ଉପରେ ଏହି ଧଳା ଚିହ୍ନ ରହିଛି । ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ । ଏହି ଚିହ୍ନ ସେହି ବ୍ୟକ୍ତିର ଚରିତ୍ର, ବ୍ୟବହାର ତଥା ସଂପୂର୍ଣ୍ଣ ବ୍ୟକ୍ତିତ୍ବ ଉପରେ ଅନେକ କିଛି କଥା କହିଥାଏ ।

1- ଯେଉଁ ବ୍ୟକ୍ତିଙ୍କ ନଖ ଉପରେ ଏହି ଧଳା ଚିହ୍ନ ରହିଥାଏ । ସେମାନଙ୍କୁ ଭାଗ୍ୟଶାଳୀ ବୋଲି କୁହାଯାଇଥାଏ । 2- ଯେଉଁ ବ୍ୟକ୍ତିର ତର୍ଜନୀ ଆଙ୍ଗୁଳିରେ ଧଳା ଚିହ୍ନ ରହିଥାଏ। ସେହି ବ୍ୟକ୍ତିର ଜୀବନରେ କେହି ଜଣେ ଖାସ୍ ବନ୍ଧୁ ଆସିବାର ଅଛନ୍ତି । ଏହି ଆଙ୍ଗୁଠି ଉପରେ ଥିବା ଧଳା ଚିହ୍ନ ନୂତନ ମିତ୍ର ଆସିବାର ସଂକେତ ଦେଇଥାଏ । 2- ଯେଉଁ ବ୍ୟକ୍ତିର ମଧ୍ୟମା ଆଙ୍ଗୁଠିରେ ଏହି ଧଳା ଚିହ୍ନ ରହିଥାଏ । ତେବେ ସେହି ବ୍ୟକ୍ତିର କେହି ଜଣେ ନିଜର ଲୋକ ତାଙ୍କର ଶତ୍ରୁ ବନିପାରନ୍ତି ।

3-ଯେଉଁ ବ୍ୟକ୍ତିର ଅନାମିକା ଆଙ୍ଗୁଠିରେ ଏହି ଧଳା ଚିହ୍ନ ଦେଖାଯାଇଥାଏ । ତେବେ ଏହାର ଅର୍ଥ ହେଉଛି । ଯେ ସେହି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ବ୍ୟକ୍ତି ଅଟନ୍ତି । ସେହି ବ୍ୟକ୍ତିର ଲାଇଫକୁ ତାଙ୍କ ଲାଇଫ ପାର୍ଟନର ଆସିପାରନ୍ତି । ଏଥିସହ ସେହି ବ୍ୟକ୍ତିର ଆର୍ଥିକ ଅବସ୍ଥା ମଧ୍ୟ ବହୁତ ମଜୁଭୂତ ହେବାକୁ ଯାଉଛି ।

4- ଯଦି ଏହି ଧଳା ଚିହ୍ନ ସବୁଠାରୁ ଛୋଟ ଅର୍ଥାତ କନିଷ୍ଠ ଆଙ୍ଗୁଠିରେ ଦେଖିବାକୁ ମିଳିଥାଏ । ତେବେ ସେହି ବ୍ୟକ୍ତି କୌଣସି ବାହାରକୁ ବୁଲାବୁଲି କରିବାର ସମ୍ଭାବନା ରହିଛି । କଡି ଆପଣଙ୍କ ହାତର ନଖ ନୀଳରୁ ଧଳା ପଡିଯାଉଛି । ତେବେ ଯେତେବେଳେ ଏହି ନଖଟି ସଂପୂର୍ଣ୍ଣ ଭାବେ ଧଳା ହୋଇଯିବ । ସେତେବେଳେ ଆପଣଙ୍କୁ କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ସରପ୍ରାଇଜ ମିଳିପାରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button