ମନୋରଞ୍ଜନ

ନିର୍ଦ୍ଦେଶନା ଦେବେ ସ୍କ୍ରିପ୍ଟ ରାଇଟର୍ ଶିବା – Kalinga News

[ad_1]

ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଲେଖକ ନିର୍ଦ୍ଦେଶକ ହେବା ବଲିଉଡ୍‌ ପାଇଁ କିଛି ନୂଆ କଥା ନୁହେଁ। ଓଲିଉଡ୍‌ରେ ମଧ୍ୟ ପ୍ରଖ୍ୟାତ ସଂଳାପକାର ବିଜୟ ମିଶ୍ର ବି ନିର୍ଦ୍ଦେଶକ ସାଜି ତ୍ରିମୂର୍ତ୍ତି (ଛଦ୍ମନାମ)ରେ ‘ଯାଯାବର’ ଓ ନିଜର ପ୍ରକୃତ ନାମରେ ‘ରଜନୀଗନ୍ଧା’ ଛବିର ନିର୍ଦ୍ଦେଶନା ଦେଇଥିଲେ। ଠିକ୍ ସେହିପରି ବରିଷ୍ଠ କାହାଣୀକାର, ଚିତ୍ରନାଟ୍ୟ ଓ ସଂଳାପ ଲେଖକ ଚିନ୍ମୟ ଦାସ ପଟ୍ଟନାୟକ ମଧ୍ୟ ‘ବିଶ୍ବାସ-ଦ ଲାଇଟ୍ ଓଭର୍ ଡାର୍କନେସ୍’ ଓ ‘ତୁମେ ଥିଲେ ସାଥୀରେ’ ଭଳି ଓଡ଼ିଆ ଛବିର ନିର୍ଦ୍ଦେଶକ ସାଜିଛନ୍ତି। ଏବେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଚର୍ଚ୍ଚିତ ସ୍କ୍ରିପ୍ଟ ଲେଖକ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଉଥିବାର ସୂଚନା ମିଳିଛି। ସେ ହେଲେ ଅମିତ କୁମାର ଦାସ। ସ୍କ୍ରିପ୍ଟ ରାଇଟିଂ ପାଠ୍ୟକ୍ରମ କରିଥିବା ଅମିତ ମଞ୍ଜରୀ ଟିଭିର ଟେଲିସିନେମା ‘ଚରିତ୍ର’ ପାଇଁ ପ୍ରଥମେ ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିଲେ। ଏହାପରେ ସେ ଅନୁପମ୍ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ୱେବ୍ ସିରିଜ୍ ‘ଗ୍ୟାଙ୍ଗ୍ସ ଅଫ୍ ପୁରୀ’ରେ କାର୍ଯ୍ୟ କରିଥିଲେ।

ବିଜୟ ମିଶ୍ର ଓ ଚିନ୍ମୟ ଦାସପଟ୍ଟନାୟକଙ୍କ ପରି ଏବେ ଆଉ ଜଣେ ଲେଖକ ଓଲିଉଡ୍‌ରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ହେଲେ ଅମିତ କୁମାର ଦାସ ଓରଫ୍‌ ଶିବା।

ତେବେ ଗତବର୍ଷ ମୁକ୍ତିଲାଭ କରିଥିବା ବାବୁସାନ୍, ଅମ୍ଳାନ, ଶିବାନୀ ଓ ସୂର୍ଯ୍ୟମୟୀଙ୍କ ଅଭିନୀତ ‘ମାଲ୍ୟଗିରି’ର ସ୍କ୍ରିପ୍ଟ ଲେଖିବା ପରେ ଚର୍ଚ୍ଚାକୁ ଆସିଥିଲେ ଅମିତ। ସଂପ୍ରତି ଫ୍ଲୋରରେ ଥିବା ଅଶୋକ ପତିଙ୍କ ନିର୍ଦ୍ଦେଶିତ ତଥା ବାବୁସାନ୍‌ଙ୍କ ଅଭିନୀତ ‘ପାବାର୍’, ଅଜୟ ପାଢ଼ୀଙ୍କ ନିର୍ଦ୍ଦେଶିତ ତଥା ଅନୁଭବଙ୍କ ଅଭିନୀତ ‘କୁହୁଡ଼ି’, ପୃଥ୍ବୀରାଜ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଆକାଶ ଓ ସୂର୍ଯ୍ୟମୟୀଙ୍କ ଅଭିନୀତ ‘ଜୟହିନ୍ଦ୍’ ଓ ଦିବ୍ୟାଙ୍କ ଅଭିନୀତ ‘ମୋଷ୍ଟ୍‌ ୱାଣ୍ଟେଡ୍‌ ମାଫିଆ’ ଆଦି ସିନେମାର ଚିତ୍ରନାଟ୍ୟ ଲେଖିଛନ୍ତି।
ଖୁବ୍ ଶୀଘ୍ର ସେ ନିର୍ଦ୍ଦେଶନାକୁ ଆସୁଛନ୍ତି ବୋଲି ସୂଚନା ଦେଇଛନ୍ତି ଅମିତ କୁମାର। ଓଲିଉଡ୍‌ରେ ସ୍କ୍ରିପ୍ଟ ରାଇଟର ‘ଶିବା’ ନାଆଁରେ ପରିଚିତ ଅମିତଙ୍କ କହିବା ଅନୁଯାୟୀ ନିର୍ଦ୍ଦେଶକ ହେବା ଲାଗି ତାଙ୍କୁ ପ୍ରଯୋଜକ ମିଳିଯାଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button