ମନୋରଞ୍ଜନ

ସାରାଙ୍କ ଦୁର୍ବଳ କାନ୍ଧରେ ଉଷାଙ୍କ ବ୍ୟକ୍ତିତ୍ବର ବୋଝ – Kalinga News

[ad_1]

ଦେଶ ପାଇଁ ସମ୍ପର୍କ ଓ ବ୍ୟକ୍ତିଗତ ଅଭିଳାଷକୁ ଜଳାଞ୍ଜଳି ଦେଇଦେଇଥିବା ଜଣେ ଅଳ୍ପ ପରିଚିତ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ଉଦ୍ୟମ ହେଉଛି ‘ଏ ଵତନ୍‌ ମେରେ ଵତନ୍‌’ ଚଳଚ୍ଚିତ୍ର। କିନ୍ତୁ ସିନେମାଟି ଏକ ଶିହରଣ ସୃଷ୍ଟିକାରୀ ଐତିହାସିକ ଦସ୍ତାବିଜ ହେବା ପରିବର୍ତ୍ତେ ହୋଇଛି ଅପରିପକ୍ବ ଅଭିନୟର ଏକ ପାଣିଚିଆ ଘାଣ୍ଟ। କିନ୍ତୁ ପ୍ରଶଂସା କରିବାକୁ ହେବ ଯେ ‘କଳାତ୍ମକ ସ୍ବାଧୀନତା’ ଆଳରେ ଏଥିରେ ଇତିହାସକୁ କଦର୍ଥ କରିବା ଉଦ୍ୟମ କରାଯାଇନାହିଁ। ଓଟିଟି ମଞ୍ଚରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି କନ୍ନନ ଆୟର। ‘ଧର୍ମାଟିକ୍‌ ଏଣ୍ଟର୍‌ଟେନ୍‌ମେଣ୍ଟ’ ଏହାର ପ୍ରଯୋଜନା ଦାୟିତ୍ବ ନେଇଥିବାରୁ ସିନେମାଟି ମନରେ ଜିଜ୍ଞାସା ଜାତ କରିବା ସ୍ବାଭାବିକ। ହେଲେ ଉଷା ମେହେଟାଙ୍କ ଭଳି ଜଣେ ବ୍ୟକ୍ତିତ୍ବଙ୍କ ଭାର ବୋହିବା ଲାଗି ସାରା ଅଲୀ ଖାଁଙ୍କ କାନ୍ଧ ସ୍ପଷ୍ଟ ରୂପେ ବିଫଳ ହୋଇଛି।

ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଥିବା ଭଳି ଗାନ୍ଧୀଙ୍କର ଭାଷଣରେ ଉତ୍ସାହିତ ହୋଇ ଉଷା ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ଦେଶସେବା ପାଇଁ ବ୍ରହ୍ମଚର୍ଯ୍ୟ ବ୍ରତ ରଖି ସେ ଶେଷ ଜୀବନ ପର୍ଯ୍ୟନ୍ତ ତାହା ପାଳନ କରିଥିଲେ। ତାଙ୍କ ପିତା ଜଣେ ବିଚାରପତି ହୋଇଥିବାରୁ ପିତାଙ୍କ ବିରୋଧରେ ଯାଇ ସ୍ବାଧୀନତା ସଂଗ୍ରାମୀ ପାଲଟିବା ତାଙ୍କ ଦୃଢ଼ ଇଚ୍ଛାଶକ୍ତିର ପରିଚୟ ଦେଇଥାଏ। ଏହି ସିନେମାର ଗୋଟିଏ ଦୃଶ୍ୟରେ ସେ ପିତାଙ୍କ ମୁଣ୍ଡରେ ହାତ ରଖି ପ୍ରତିଜ୍ଞା କରୁଛନ୍ତି ଯେ ସେ କେବେହେଲେ କଂଗ୍ରେସ ସହ ସମ୍ପର୍କ ରଖିବେ ନାହିଁ। ଦେଶ ଲାଗି ପିତାଙ୍କୁ ଦେଇଥିବା ଏହି ପ୍ରତିଜ୍ଞା ଭାଙ୍ଗିବାକୁ ସେ କଦାପି ସଂକୋଚ କରିନାହାନ୍ତି। ପରିବାର ଓ ଦେଶ ମଧ୍ୟରେ ଉଷାଙ୍କ ଅନ୍ତର୍ଦ୍ବନ୍ଦ୍ବକୁ ପ୍ରକାଶ କରିବାରେ ସିନେମାର ସଂଳାପ, ସାରାଙ୍କ ଅଭିନୟ ବିଫଳ ହୋଇଛି। ଯୁବପିଢ଼ିକୁ ସୁହାଇବା ଲାଗି ଉଷା ଓ ତାଙ୍କ ବନ୍ଧୁ କୌଶିକ ଚରିତ୍ରକୁ ଆଧୁନିକ ରୂପ ଦେବାର ଉଦ୍ୟମ କରାଯାଇଛି, ଯାହା ଅପ୍ରାକୃତିକ ମନେ ହୋଇଥାଏ। ‘ଫହାଦ’ ଭୂମିକାରେ ସ୍ପର୍ଶ ଶ୍ରୀବାସ୍ତବଙ୍କୁ ଦେଖି ‘ଲାପତା ଲେଡିଜ୍‌’ରେ ତାଙ୍କ ଚମତ୍କାର ଅଭିନୟ ମନେ ପଡ଼ିଗଲା। ଆଗାମୀ ଦିନରେ ସେ ଜଣେ ତାରକା ରୂପେ ଉଭା ହେଲେ ଆଶ୍ଚର୍ଯ୍ୟ ଲାଗିବ ନାହିଁ। ସେହିପରି ରାମ ମନୋହର ଲୋହିଆଙ୍କ ଭୂମିକାରେ ଇମରାନ ହାଶମୀଙ୍କ ଅଭିନୟ ଚଳଚ୍ଚିତ୍ରର ଔଜ୍ଜ୍ବଲ୍ୟ ବଢ଼ାଇଦେଇଛି। ବିଭିନ୍ନ ଇଂରେଜ ଚରିତ୍ରରେ ଅଭିନେତାଙ୍କ ପ୍ରଦର୍ଶନ ସବୁଠାରୁ ଦୁର୍ବଳ, ହାସ୍ୟାସ୍ପଦ ମନେ ହୋଇଥାଏ।

ରେଡିଓ ଓ ଗଣମାଧ୍ୟମ ଉପରେ ବ୍ରିଟିସ୍ ସରକାରଙ୍କ କଠୋର ନିୟନ୍ତ୍ରଣ ଯୋଗୁଁ ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସୂଚନା ଜନତାଙ୍କ ପାଖରେ ପହଞ୍ଚି ପାରୁନାହିଁ ବୋଲି ଗୋଟିଏ ଉଲ୍ଲେଖନୀୟ ଦୃଶ୍ୟରେ ଉଷା କ୍ଷୋଭ ପ୍ରକାଶ କରୁଛନ୍ତି। ସେଥିରୁ ଜନ୍ମ ନେଇଛି ‘କଂଗ୍ରେସ ରେଡିଓ’ର ପରିକଳ୍ପନା। ଘରୋଇ ରେଡିଓ ପ୍ରସାରଣ ବେଆଇନ ହୋଇଥିବାରୁ ଗୋପନୀୟ ଭାବେ ପ୍ରସାରଣ କରିବାକୁ ଉଷା ଓ ସେମାନଙ୍କ ଦୁଇ ବନ୍ଧୁ ନିଷ୍ପତ୍ତି ନେଇଛନ୍ତି। ବ୍ରିଟିସ୍‌ଙ୍କ ନଜର ଆଢୁଆଳରେ ରହିବା ପାଇଁ ସେମାନଙ୍କୁ ବାରମ୍ବାର ସ୍ଥାନ ବଦଳାଇବାକୁ ପଡୁଛି। କିନ୍ତୁ ଶେଷରେ ଉଷାଙ୍କୁ ବ୍ରିଟିସ୍‌ ପୁଲିସ ଗିରଫ କରିନେଇଛି। ବିଚାର ପରେ ତାଙ୍କୁ ଚାରି ବର୍ଷର କାରାଦଣ୍ଡ ମିଳିଛି। ସେ ଜେଲ୍‌ରେ ଥିବା ବେଳେ ତାଙ୍କ ପିତାଙ୍କ ମନୋଭାବ ବଦଳିଯାଇଛି ଏବଂ ସେ ନିଜ ଭୁଲ୍ ସ୍ବୀକାର କରିଛନ୍ତି। ୧୯୪୬ରେ ଉଷା ଜେଲ୍‌ରୁ ମୁକ୍ତ ହେବା ପରେ ସିନେମାଟି ଶେଷ ହୋଇଛି। ଭଲ ସିନେମା ତିଆରି ପାଇଁ ସବୁ ପ୍ରକାର ସମ୍ବଳ ସମେତ ଏକ ଶକ୍ତିଶାଳୀ କାହାଣୀ ଉପଲବ୍ଧ ଥିବା ସତ୍ତ୍ବେ ଭୁଲ୍ ହାତରେ ଗୋଟିଏ ଚଳଚ୍ଚିତ୍ର କିପରି ପ୍ରଭାବହୀନ ହୋଇପାରେ ‘ଏ ଵତନ୍‌ ମେରେ ଵତନ୍‌’ ତାହାର ସଦ୍ୟତମ ଉଦାହରଣ। ଉଷାଙ୍କ ସାହସିକ କାହାଣୀକୁ ନ୍ୟାୟ ଦେବା ଲାଗି ଆଉ ଏକ ଭଲ ସିନେମା ନିର୍ମାଣ ଉଦ୍ୟମ ହେବା ଉଚିତ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button