ମନୋରଞ୍ଜନ

ଇରାଙ୍କ ଏହି ଲେହେଙ୍ଗା ଯୋଜନା କରିବାରେ ୭ମାସ ଓ ତିଆରି ପାଇଁ ଲାଗିଥିଲା ୩୦୦ଘଣ୍ଟା – Kalinga News

[ad_1]

ମୁମ୍ବାଇ: ଶନିବାର ମୁମ୍ବାଇରେ ଆମୀର ଖାନ ତାଙ୍କ ଝିଅ ଇରା ଖାନ ଏବଂ ଜ୍ବାଇଁ ନୁପୁର ଶିଖରେଙ୍କ ପାଇଁ ଏକ ବଡ଼ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ଆମୀର ଖାନଙ୍କ ପୁରା ପରିବାର ବ୍ୟତୀତ ବି-ଟାଉନର ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ। ଇରା ଜାନୁଆରି ୩ରେ କୋର୍ଟ ମ୍ୟାରେଜ୍ ଓ ୧୦ରେ ଉଦୟପୁରରେ ସମସ୍ତ ରୀତିନୀତିରେ ବିବାହ କରିବା ପରେ ଶନିବାର ତାଙ୍କ ବିବାହ ଭୋଜି ରଖାଯାଇଥିଲା।

‌ଏହି ବିବାହ ଭୋଜିରେ ଇରା ଏକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଏହି ଲେହେଙ୍ଗାକୁ ତିଆରି କରିବା ପାଇଁ ୩୦୦ଘଣ୍ଟାର ସମୟ ଲାଗିଥିବା କହିଛନ୍ତି ଡିଜାଇନର ମୋନାଲି ରଏ। ତାଙ୍କ କହିବା ମୁତାବକ, “ଇରାଙ୍କ ସହ କାମ କରିବାର ଅଭିଜ୍ଞତା ବହୁତ ଭଲ ଥିଲା। ସେ ବହୁତ ଧୈର୍ଯ୍ୟବାନ ଏବଂ ସବୁ କିଛି ବୁଝିପାରୁଥିବା ମଣିଷ। ସେ ଜାଣିଥିଲେ ସେ କ’ଣ ପିନ୍ଧିବାକୁ ଚାହୁଁଛନ୍ତି ଏବଂ ମୋତେ ତାଙ୍କ ଇଚ୍ଛା ଅନୁଯାୟୀ ଲେହେଙ୍ଗା କରିବାର ଥିଲା। ଆମକୁ ଲେହେଙ୍ଗାର ଡିଜାଇନ ଫାଇନାଲ କରିବା ପାଇଁ ପ୍ରାୟ ୭ମାସ ଲାଗିଥିବା ବେଳେ ଏହାକୁ ତିଆରି କରିବା ପାଇଁ ୩୦୦ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button