ରାଜନୀତି

ପୁଣି କୌଶଲ୍ୟା-ସପ୍ତଗିରି ମୁହାଁମୁହିଁ! ବିଜେପିରୁ ଶିବ କିମ୍ବା କାଳୀ ହେବେ ପ୍ରାର୍ଥୀ – Kalinga News

[ad_1]

କୋରାପୁଟ: କଂଗ୍ରେସର ଗଡ଼ କୋରାପୁଟ ଲୋକସଭା ଆସନରେ ପୁଣି ମୁହାଁମୁହିଁ ହେବେ କୌଶଲ୍ୟା-ସପ୍ତଗିରି। କଂଗ୍ରେସ ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବ, ଏକଥା ଏବେଠାରୁ ଜଳ ଜଳ ଦେଖାଗଲାଣି। ସେପଟେ କେବେ ବି ବିଜେପି କୋରାପୁଟ ଲୋକସଭା ଆସନରେ ବିଜୟୀ ହୋଇନାହିଁ। ସ୍ବାଭାବିକ ଭାବେ ଦଳ ପାଇଁ ଏହା ଏବେ ଚ୍ୟାଲେଞ୍ଜ ସ୍ଥିତି ସୃଷ୍ଟି କରିଛି। ୨୦୧୯ ମସିହାରେ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକ୍‌କା ମାତ୍ର ୩ ହଜାର ଭୋଟରେ ହାରିଥିଲେ। ପ୍ରଥମଥର ପାଇଁ ରାଜନୀତିରେ ପାଦ ଥାପିଥିବା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପୁଅ ସପ୍ତଗିରି ଉଲାକା ଏହି ଆସନରୁ ବିଜୟୀ ହୋଇଥିଲେ। ଓଡ଼ିଶାର ଏକ ମାତ୍ର ସାଂସଦ ଭାବେ ଜିତି ସପ୍ତଗିରି କଂଗ୍ରେସର ସମ୍ମାନ ରକ୍ଷା କରିଥିଲେ। ସପ୍ତଗିରି ଏବେ ଏଆଇସିସି ସଦସ୍ୟ ସହ ଛତିଶଗଡ଼ ରାଜ୍ୟ ପ୍ରଭାରୀ ଭଳି ଗୁରୁତ୍ବପୂର୍ଣ୍ଣ ପଦବିରେ ରହିଛନ୍ତି। ଏହି ଦୃଷ୍ଟିକୋଣରୁ ସପ୍ତଗିରି ପୁଣିଥରେ କଂଗ୍ରେସ ଟିକେଟ୍ ପାଇବା ସ୍ପଷ୍ଟ ହୋଇଯାଇଛି। ସେହିପରି ବୁଧବାର ନବୀନ ନିବାସରେ ଶେଷ ହୋଇଥିବା ସମୀକ୍ଷା ବୈଠକରେ ବିଜେଡି କୌଶଲ୍ୟାଙ୍କୁ ପ୍ରାର୍ଥୀ କରିବା ନେଇ ସବୁଜ ସଙ୍କେତ ମିଳିଛି। ୨୦୧୯ର ବିଜେପି ପ୍ରାର୍ଥୀ ଜୟରାମ ପାଙ୍ଗି ଏବେ କଂଗ୍ରେସରେ। ଜୟରାମଙ୍କ ପରେ ୨୦୧୪ର ସାଂସଦ ପ୍ରାର୍ଥୀ ଶିବ ଶଙ୍କର ଉଲାକା ଏବଂ ଅନୁସୂଚିତ ଜାତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କାଳୀରାମ ମାଝି ଲବିରେ ଅଛନ୍ତି।

କଂଗ୍ରେସ ହାତରେ ଥିବା କୋରାପୁଟ ଲୋକସଭା ଆସନକୁ ଛଡ଼ାଇ ନେବାକୁ ବିଜେଡି ବଡ଼ ଯୋଜନା କରିଛି। ୧୯୭୧ ଠାରୁ ଏହି ଆସନରେ କଂଗ୍ରେସ କ୍ରମାଗତ ଭାବେ ୧୦ଥର ଜିତି ଆସିଛି। ମୋଟ ଉପରେ ୧୬ଥର ନିର୍ବାଚନ ଜିତିଛି କଂଗ୍ରେସ। ୨୦୦୯, ୨୦୧୪ରେ ମାତ୍ର ଦୁଇ ଥର ବିଜେଡି ଜିତିଛି। ଗତ ନିର୍ବାଚନରେ ଦେଶବ୍ୟାପୀ ମୋଦୀ ହାୱା ଓ ରାଜ୍ୟରେ ନବୀନ ହାୱା ବୋହୁ ଥିବାବେଳେ କୋରାପୁଟ ଭୋଟରଙ୍କ ମିଜାଜ କିନ୍ତୁ ଅଲଗା ଥିଲା। ପୁଣି କଂଗ୍ରେସକୁ କ୍ଷମତାସୀନ କରାଇଥିଲେ କୋରାପୁଟବାସୀ। ୨୦୨୪ ପାଇଁ ମଧ୍ୟ ବଳ ଗୋଟାଉଛି କଂଗ୍ରେସ। ଅଳ୍ପ ଭୋଟରେ ପରାଜୟ ମୁହଁ ଦେଖିଥିବା ବିଜେଡି ପରାଜୟକୁ ସହଜରେ ଗ୍ରହଣ କରିପାରିନି। ଲୋକସଭା କ୍ଷେତ୍ର ଅଧୀନରେ ଥିବା ୭ଟି ବିଧାନସଭା ଆସନରେ ବର୍ଷତମାମ କାର୍ଯ୍ୟକ୍ରମ କରି ନିଜ ପତିଆରା ବିସ୍ତାର କରିବା ସକାଶେ ଚେଷ୍ଟା ଜାରି ରଖିଛି ବିଜେଡି। ବିଜେପି ମଧ୍ୟ ପଛରେ ପଡ଼ିନି। ଆକାଂକ୍ଷୀ ଜିଲ୍ଲା ହୋଇଥିବାରୁ କେନ୍ଦ୍ରମନ୍ତ୍ରୀଙ୍କ ଫୋକାସ୍‌ରେ କୋରାପୁଟ ରହିଛି। ବିଗତଦିନରେ ବିଜେପି ରାଜ୍ୟ ସଭାପତି ଓ ଏକାଧିକ କେନ୍ଦ୍ର ମନ୍ତ୍ରୀଙ୍କ କୋରାପୁଟ ଗସ୍ତ ବିଜେପି କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଭରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button