ସୁନ୍ଦରଗଡ଼ ବିଧାନସଭା: ଯୋଗେଶ, କୁସୁମଙ୍କ ଉପରେ ନଜର – Kalinga News

[ad_1]
ସୁନ୍ଦରଗଡ଼: ବିଜେପି-ବିଜେଡି ମେଣ୍ଟ ହେବନାହିଁ ବୋଲି ଏକପ୍ରକାର ସ୍ପଷ୍ଟ ହେବାପରେ ସୁନ୍ଦରଗଡ଼ ବିଧାନସଭାର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବିଜେଡିର ଯୋଗେଶ ସିଂ ଏବଂ ବିଜେପିର କୁସୁମ ଟେଟେ ଅନେକ ପରିମାଣରେ ଆଶ୍ବସ୍ତ ହୋଇଛନ୍ତି। ଉଭୟ ପୁଣିଥରେ ମୁହାଁମୁହିଁ ହେବାର ସମ୍ଭାବନା ସୃଷ୍ଟି ସହ ଭୋଟର୍ଙ୍କ ନଜର ଏହି ଦୁଇ ଆଦିବାସୀ ନେତାଙ୍କ ଉପରେ କେନ୍ଦ୍ରୀଭୂତ ହୋଇଛି। ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ଜାଲ୍ ଜାତି ପ୍ରମାଣପତ୍ର ଓ ମିଥ୍ୟା ସତ୍ୟପାଠ ମାମଲା ଓ ବିଧାୟିକା କୁସୁମ ଟେଟେଙ୍କ ଲାଭଦାୟକ ପଦ ମାମଲା ହେଉ ବା ଗତ ନିର୍ବାଚନ ପୂର୍ବରୁ ଉଭୟଙ୍କ ଦଳବଦଳ ହେଉ ସବୁ ଘଟଣା ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରକୁ ଗୋଟିଏ ଦଶନ୍ଧି ଧରି ଚର୍ଚ୍ଚାରେ ରଖିଥିଲା। ଅବଶ୍ୟ ମାମଲା ଯୋଗେଶ ଓ କୁସୁମଙ୍କ ସପକ୍ଷରେ ଗଲା। କିନ୍ତୁ, ଦଳବଦଳ କୁସୁମଙ୍କୁ ଫାଇଦା ଦେଇଥିଲା। ବିଜେଡିରୁ ବିଜେପିକୁ ଆସି ସେ ବିଧାୟିକାଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ, ଦଳବଦଳ ଯୋଗେଶଙ୍କୁ ବିଶେଷ କ୍ଷତି ପହଞ୍ଚାଇଥିଲା। କଂଗ୍ରେସରେ ୨ଥର ବିଧାୟକ ହୋଇଥିବା ଯୋଗେଶ ବିଜେଡିକୁ ଆସି ପରାଜୟର ମୁହଁ ଦେଖିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ମେଣ୍ଟ ଚର୍ଚ୍ଚାର ଅବସାନ ପରେ ୨୦୨୪ ନିର୍ବାଚନରେ ଦୁଇନେତା ପୁଣି ନିର୍ବାଚନ ରଣାଙ୍ଗନରେ ମୁହାଁମୁହିଁ ହେବେ ବୋଲି ଚର୍ଚ୍ଚା ହେଉଛି। ଅବଶ୍ୟ ଦୁହିଁଙ୍କୁ ସେମାନଙ୍କ ଦଳ ପୁଣିଥରେ ସୁନ୍ଦରଗଡ଼ ବିଧାନସଭା ପାଇଁ ପ୍ରାର୍ଥୀ କରିବେ, ନା’ ଅନ୍ୟ କୌଣସି ଆସନ ଦେଇ ଏଠାରେ ନୂଆ ପ୍ରାର୍ଥୀ ଓହ୍ଲାଇବେ କିମ୍ବା ସମ୍ପୂର୍ଣ୍ଣ ଟିକଟ୍ କାଟ କରିବେ ତାହା ସ୍ପଷ୍ଟ ହୋଇନାହିଁ। କୁସୁମ୍ଙ୍କୁ ବିଜେପି ସୁନ୍ଦରଗଡ଼ ଲୋକସଭା ଓ ଯୋଗେଶଙ୍କୁ ବିଜେଡି ତଲସରାରୁ ପ୍ରାର୍ଥୀ କରିବାକୁ ବିଚାର କରିପାରେ ବୋଲି ବି କ୍ଷୀଣ ଚର୍ଚ୍ଚା ହେଉଛି। ତେବେ ସୁନ୍ଦରଗଡ଼ ରାଜନୀତିର କେଉଁ ପାଣି କୁଆଡ଼େ ବୋହିଯିବ, ତାହା ଏବେଠୁ କହିବା ମୁସ୍କିଲ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।
[ad_2]